୧୦ତାରିଖ ପର୍ଯ୍ୟନ୍ତ ବଢିଲା ରାଜ୍ୟ ହସ୍ତଶିଳ୍ପ ପୁରସ୍କାର-୨୦୨୨ ପାଇଁ ଆବେଦନ ତାରିଖ…

craf

ଭୁବନେଶ୍ଵର: ଓଡିଶା ହସ୍ତତନ୍ତ ଓ ହସ୍ତଶିଳ୍ପ ଉନ୍ନୟନ ଓ ବିକାଶ ପରିଷଦର ଅଧ୍ୟକ୍ଷ ଏବଂ କାରିଗର ମାନଙ୍କ ଅନୁରୋଧ କ୍ରମେ ବଢିଲା ରାଜ୍ୟ ହସ୍ତଶିଳ୍ପ ପୁରସ୍କାର-୨୦୨୨ ପାଇଁ ଆବେଦନ ତାରିଖ । ହସ୍ତଶିଳ୍ପ କୃତିର ପ୍ରସ୍ତୁତି ନିମନ୍ତେ ପର୍ଯ୍ୟାପ୍ତ ସମୟର ଆବଶ୍ୟକତାକୁ ଉପଲବ୍ଧି କରି ହସ୍ତତନ୍ତ, ବୟନ ଓ ହସ୍ତଶିଳ୍ପ ବିଭାଗ ଏହି ତାରିଖକୁ ବଢାଇଛି । ଉକ୍ତ ଆବେଦନ କରିବାର ଶେଷ ତାରିଖ ତା.୧୦.୧୧.୨୦୨୩କୁ ବୃଦ୍ଧି କରାଯାଇଛି । ଏଣୁ ଇଚ୍ଛୁକ କାରିଗର ମାନେ ସେମାନଙ୍କ ଦ୍ଵାରା ପ୍ରସ୍ତୁତ ହସ୍ତଶିଳ୍ପ କୃତି ସହ ଆବେଦନ ପତ୍ରକୁ ସମ୍ପୃକ୍ତ ଜିଲ୍ଲା ହସ୍ତଶିଳ୍ପ କାର୍ଯ୍ୟାଳୟରେ ତା.୧୦.୧୧.୨୦୨୩ ସୁଦ୍ଧା ଦାଖଲ କରିପାରିବେ ।

ସୂଚନାଯୋଗ୍ୟ ଯେ, ରାଜ୍ୟ ହସ୍ତଶିଳ୍ପ ପୁରସ୍କାର-୨୦୨୨ ପାଇଁ ହସ୍ତଶିଳ୍ପ ନିର୍ଦ୍ଦେଶାଳୟ ତରଫରୁ ଯୋଗ୍ୟତା ସମ୍ପନ୍ନ ହସ୍ତଶିଳ୍ପ କାରିଗରମାନଙ୍କ ଠାରୁ ତା.୦୨.୦୯.୨୦୨୩ରିଖ ଦିନ ବିଭିନ୍ନ ଖବର କାଗଜରେ ବିଜ୍ଞାପନ ମାଧ୍ୟମରେ ଦରଖାସ୍ତ ଆହ୍ଵାନ କରାଯାଇଥିଲା । ଏଥିପାଇଁ ଆବେଦନ ପତ୍ର ସହିତ ସେମାନଙ୍କ ଦ୍ଵାରା ପ୍ରସ୍ତୁତ କୃତିକୁ ସମ୍ପୃକ୍ତ ଜିଲ୍ଲା ହସ୍ତଶିଳ୍ପ କାର୍ଯ୍ୟାଳୟରେ ଦାଖଲ କରିବାର ଅନ୍ତିମ ତାରିଖ ତା.୩୧.୧୦.୨୦୨୩ରିଖ କୁ ଧାର୍ଯ୍ୟ କରାଯାଇଥିଲା । ବର୍ତ୍ତମାନ ଏହାକୁ ନଭେମ୍ବର ୧୦କୁ ବୃଦ୍ଧି କରାଯାଇଛି ।

nis-ad
Leave A Reply

Your email address will not be published.