୨ ହଜାର ଟଙ୍କା ବଦଳାଇବା ପାଇଁ ଧାଡ଼ିରେ ଶ୍ରମିକ, ମୂଲିଆ: ଇଓଡବ୍ଲ୍ୟୁ ପରେ ଇଡିର ତନାଘନା…

tanka

ଭୁବନେଶ୍ୱର: ଲମ୍ବାଧାଡିରେ ମୂଲିଆ ଆଉ ଶ୍ରମିକ । ହାତରେ ଟଙ୍କା ବିଡା । ଘଣ୍ଟାଘଣ୍ଟା ଧରି ଛିଡା ହୋଇଛନ୍ତି ଆରବିଆଇ ସମ୍ମୁଖରେ । ଆଜି ନୁହେଁ ଗତ କିଛି ଦିନ ହେବ ଧାଡି ଲଗାଇଛନ୍ତି ଟଙ୍କା ବଦଳେଇବା ପାଇଁ । ୨ ହଜାର ଟଙ୍କା ବଦଳାଇବେ । ହେଲେ ୨ ଦିନ ପରେ ବି ମୂଲିଆଙ୍କ ପାଖରୁ ଟଙ୍କାର ଭଣ୍ଡାର ସରୁନି ? ଆହୁରି ବାହାରୁଛି ବିଡା ବିଡା ନୋଟ ?  ସନ୍ଦେହ ଖାଲି ସାଧାରଣ ଲୋକଙ୍କ ମନରେ ନ ଥିଲା । ଇଓଡବ୍ଲ୍ୟୁ ସନ୍ଦେହ କରିଥିଲା । ବୁଝୁ ବୁଝୁ ଖୋଲିଥିଲା ଟଙ୍କାର ଗୁମର ।

ଏ ଥିଲା କଳା ଧନକୁ ଧଳା କରିବା ପାଇଁ ଚାଲିଛି କି ପ୍ରୟାସ  ?  ହାତରେ ଆଉ ମାତ୍ର ୬ ଦିନ । ଟିକସ ଫାଙ୍କି ପାଖରେ ରଖିଥିଲେ କୋଟି କୋଟି ଟଙ୍କା ଆଉ ଏବେ ପଡିଛନ୍ତି କି ଅଠାକାଠିରେ ? ତେଣୁ  ଏବେ ମୂଲିଆ ମଜୁରିଆଙ୍କୁ ଅସ୍ତ୍ର କରିଛନ୍ତି କି କୋଟିପତି ବ୍ୟବସାୟୀମାନେ ? ଏ ଟଙ୍କା ବଦଳ ପଛରେ କିଛି ରାକେଟର ହାତ ଅଛି କି ? ଏ ଲମ୍ବା ଭିଡକୁ ଦେଖି ଏମିତି ପ୍ରଶ୍ନ ଖାଲି ସାଧାରଣ ଲୋକଙ୍କ ମନରେ ନୁହେଁ, ଇଓଡବ୍ଲୁ ଓ ଇଡି ମନରେ ମଧ୍ୟ ଆସିଛି ।

ଶୁଣିବାକୁ ମିଳୁଛି, ୨୦ ହଜାର ଟଙ୍କା ବଦଳାଇଦେଲେ କୁଆଡେ ୨୦୦ ଟଙ୍କା ମିଳୁଛି । ତେଣୁ ୨୦୦ ଟଙ୍କା ଲୋଭରେ କାମ ଛାଡି କୁଆଡେ ଟଙ୍କା ଭଙ୍ଗେଇବାକୁ ଧାଡିରେ ଛିଡା ହୋଇଛନ୍ତି ଶ୍ରମିକ । ଦୈନିକ ୭ ଶହରୁ ଅଧିକ ଲୋକ ଆସୁଛନ୍ତି ଟଙ୍କା ବଦଳାଇବା ପାଇଁ । ଆଜି ପ୍ରଥମେ କ୍ରାଇମବ୍ରାଞ୍ଚର ଅର୍ଥନୈତିକ ଅପରାଧ ଶାଖା ବା ଇଓଡବ୍ଲ୍ୟୁର ୨ ଜଣିଆ ଟିମ ଆସି ପଚରା ଉଚରା କରିଥିଲା । ଆଧାରକାର୍ଡ ଦେଖିବା ସହ ନାଁ ପଚାରି ବୁଝିଥିଲା । ନିଜ ଟଙ୍କା ନା ଆଉ କାହାର  ସେ ବିଷୟରେ ମଧ୍ୟ ପଚାରି ବୁଝିଥିଲେ ।

ଇଓଡବ୍ଲୁ ଯିବା ପରେ ପହଞ୍ଚିଥିଲା ଇଡି । ଧାଡିରେ ଛିଡା ହୋଇଥିବା ବ୍ୟକ୍ତିଙ୍କୁ କେଉଁଠୁ ଟଙ୍କା ଆସିଲା ? ତୁମର ନା ଆଉ କିଏ ଦେଇଛି ଏସବୁ ସମ୍ପର୍କରେ ପଚାରିଥିଲା ।

nis-ad
Leave A Reply

Your email address will not be published.