ଟିଉସନ ସାରି ଫେରୁଥିବାବେଳେ ସାଇକେଲ ଦୁର୍ଘଟଣା, ଅଳ୍ପକେ ବର୍ତ୍ତିଲେ ଛାତ୍ର

ହିଞ୍ଜିଳିକାଟୁ (୩୧/୧୦) : ଟିଉସନ ସାରି ଫେରୁଥିବାବେଳେ ଛାତ୍ରଙ୍କ ସାଇକେଲ ଉପରକୁ ଚଢ଼ିଗଲା ଘରୋଇ ଵସ । ଘଟଣାସ୍ଥଳରେ ଚାପା ଉତ୍ତେଜନା । ହିଞ୍ଜିଳିକାଟୁ ରେଗିଡିସାହି ରୁ ସପ୍ତମ ଶ୍ରେଣୀରେ ପଢୁଥିବା ତିନି ଜଣ ଛାତ୍ର ଟିଉସନ୍ ସାରି ନିଜ ଗ୍ରାମ ଖରିଡା ଗ୍ରାମକୁ ସାଇକେଲରେ ରେ ଫେରୁଥିବା ବେଳେ ହିଞିଳିକାଟୁ ବସଟର୍ମୀନାଲ ପରିସରରେ ଏହି ଦୁର୍ଘଟଣା ଘଟିଛି । ହିଞ୍ଜିଳିକାଟୁ ପୌରପରିଷଦ ବସଟର୍ମୀନାଲ ପରିସର ମୁହଂରେ ଥଣ୍ଡାପାନୀୟ ଜଳ ବିକ୍ରି କରିବା ନିମନ୍ତେ ରୋଡ ଅବରୋଧ କରିଥିବାରୁ ଘରୋଇ ବସ୍ ବସଷ୍ଟାଣ୍ଡ ପରିସରରେ ଆସୁଥିବା ସାଇକେଲ ଉପରକୁ ଚଢ଼ିଗଲା।
ସୂଚନା ଅନୁସାରେ ମଙ୍ଗଳବାର ତିନିଜଣ ଛାତ୍ର ହିଞିଳିକାଟୁ ବ୍ଳକ ଅନ୍ତର୍ଗତ ଖରିଡା ବୋଲି ଜଣାପଡିଛି । ତିନିଜଣ ସାଙ୍ଗ ନିଜ ନିଜ ସାଇକେଲ ଯୋଗେ ହିଞିଳିକାଟୁ ରେଗିଡିସାହି ରୁ ଟଇଉସନ ସାରି ଘରକୁ ଫେରିଥିବା ବେଳ ହିଞିଳିକାଟୁ ବସଷ୍ଟାଣ୍ଡ ଟର୍ଣ୍ଣିଂ ପଏଣ୍ଟରେ ଦୁର୍ଘଟଣା ଘଟିଥିଲା । ଦୁର୍ଘଟଣାରେ ଶିକାର ହୋଇଥିବା ଛାତ୍ର ଜଣକ ହେଲେ ଖରିଡା ଗ୍ରାମର ପ୍ରତାପ ନାୟକଙ୍କ ପୁଅ ସୁଧାଂଶୁ ଶେଖର ନାୟକ । ସାଇକେଲ ଉପରେ ଘରୋଇ ଵସ ଚଢିଯାଇଥିବା ଵେଳେ ଛାତ୍ର ଜଣକ ଉପସ୍ଥିତ ବୁଦ୍ଧି ଖଟାଇ ସାଇକେଲ ଛାଡି ଡେଇଁ ପଡି ମରଣ ମୁହଁ ରୁ ବର୍ତ୍ତିଗଲେ । ଦୁର୍ଘଟଣା ପରେ ଖବର ପାଇ ଘଟଣାସ୍ଥଳରେ ବହୁ ସଂଖ୍ୟାରେ ଲୋକ ରୁଣ୍ଡ ହୋଇଥିବା ବେଳେ ଉତ୍ତେଜନା ପ୍ରକାଶ ପାଇଛି। ହିଞିଳି ପୋଲିସ ଘଟଣାସ୍ଥଳରେ ପହଞ୍ଚି ଲୋକଙ୍କୁ ବୁଝାସୁଝା କରି ପରିସ୍ଥିତି ଆୟତ କରିଥିଲେ।

nis-ad
Leave A Reply

Your email address will not be published.