୧୧ ଜଣଙ୍କୁ କାମୁଡ଼ିଲା ପାଗଳ ବିଲୁଆ

Hospital_1698763052

ବାଲେଶ୍ବର : ଏକ ପାଗଳ ବିଲୁଆ ଗାଁ ଭିତରକୁ ଚାଲି ଆସି ୧୧ ଜଣଙ୍କ କାମୁଡ଼ି ଦେଇଛି। ଘଟଣାଟି ଘଟିଛି ବାଲେଶ୍ୱର ଜିଲ୍ଲା ଭୋଗରାଇ ବ୍ଲକ ସିଆଁରୀ ଓ ବେଲଦା ଗାଁରେ ।
ଆହତଙ୍କ ମଧ୍ୟରେ ଅଛନ୍ତି ଚୈତନ୍ୟ ପାତ୍ର (୬୫), ଗଜେନ୍ଦ୍ର ଜେନା (୮୫), କବିତା ପାତ୍ର (୪୦), ପଣ୍ଡରୀ ମିଶ୍ର (୪୨), ଶାନ୍ତିଲତା ପ୍ରଧାନ (୭୫), ସୁଲୋଚନା ପ୍ରଧାନ (୩୫) ଓ ବାସନ୍ତୀ ପାତ୍ର (୪୦)।
ଆହତଙ୍କ ମଧ୍ୟରୁ ୫ ଜଣଙ୍କ ଅବସ୍ଥା ଗୁରୁତର ରହିଛି। ସେମାନଙ୍କୁ ଜଳେଶ୍ୱରପୁର ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଅନ୍ୟମାନଙ୍କୁ ଚିକିତ୍ସା ପରେ ଛାଡ଼ି ଦିଆଯାଇଛି।
ବିଲୁଆଟି ଆଜି ଅପରାହ୍ନରୁ ସନ୍ଧ୍ୟା ଭିତରେ ଗାଁର ବିଭିନ୍ନ ସ୍ଥାନରେ ଲୋକଙ୍କୁ ଆକ୍ରମଣ କରିଥିଲା। ବେଲଦା ଗାଁରେ ଏହା ୨୫ରୁ ଅଧିକ ଗାଈଗୋରୁଙ୍କୁ ମଧ୍ୟ କାମୁଡ଼ି ଥିବା ଜଣାପଡ଼ିଛି। ପରେ ଗାଁ ଲୋକେ ପାଗଳ ବିଲୁଆକୁ କାବୁ କରିଥିଲେ।

nis-ad
Leave A Reply

Your email address will not be published.