ସାବତ ମା’ର ଆକ୍ରମଣରେ ପୁଅ-ଝିଅ ଗୁରୁତର, ମେଡିକାଲରେ ଭର୍ତ୍ତି…

mada

ଆଠଗଡ଼: କଟକ ଜିଲ୍ଲା ଆଠଗଡ଼ରେ ସାବତ ମା’ର ଆକ୍ରୋଶରେ ପୁଅ ଓ ଝିଅ ଗୁରୁତର ହୋଇଛନ୍ତି। ସ୍ଥାନୀୟ ଲୋକଙ୍କ ସହଯୋଗରେ ଉଭୟ ପୁଅ ଓ ଝିଅଙ୍କୁ ଆଠଗଡ଼ ଉପଖଣ୍ଡ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି। ଖବର ପାଇଁ ପୁଲିସ ମା’କୁ ଥାନାରେ ଅଟକ ରଖିଛି।

ପ୍ରକାଶଯୋଗ୍ୟ ବାଙ୍କୀ ପାର୍ଥପୁର ଅଞ୍ଚଳର ଶଙ୍କର୍ଷଣ ନନ୍ଦଙ୍କ ପୁଅ  ସୁନୀଲ କୁମାର ନନ୍ଦ ୧୪ ବର୍ଷ ତଳେ ଖୋର୍ଦ୍ଧାର ତ୍ରିଭୁବନ ନନ୍ଦଙ୍କ ଝିଅ ସୁହାସିନୀଙ୍କୁ ବିବାହ କରିଥିଲେ। ତାଙ୍କର ପ୍ରଥମ ସ୍ତ୍ରୀଙ୍କ ଠାରୁ ପୁଅ ଓ ଝିଅ ଅଛନ୍ତି। କୌଣସି କାରଣରୁ ତାଙ୍କର ପ୍ରଥମ ବିବାହ ଡିଭୋର୍ସ ପାଇଁ ଚାଲିଥିବା ବେଳେ ଦ୍ୱିତୀୟ ବିବାହ କରିଥିଲେ। ଆଜକୁ ୪ ବର୍ଷ ତଳେ ଯାଜପୁରର ପୂର୍ଣ୍ଣଚନ୍ଦ୍ର ଶତପଥୀଙ୍କ ଝିଅ ପୁଷ୍ପଲତା ନନ୍ଦକୁ ଦ୍ୱିତୀୟ  ବିବାହ କରିଥିଲେ। ଦ୍ୱିତୀୟ ପତ୍ନୀଙ୍କ ଠାରୁ ତାଙ୍କର ୨ ବର୍ଷର ଝିଅ ଅଛି। ଦ୍ୱିତୀୟ ପତ୍ନୀ ତଥା ପୁଅ, ଝିଅ ଙ୍କୁ ଧରି ସୁନୀଲ ଆଠଗଡ ଷୋଳଘରିଆ ନିକଟରେ ଆଜକୁ କିଛି ଦିନ ହେବ ଭଡ଼ା ନେଇ ରହୁଛନ୍ତି। ସୁନୀଲ ଗାଡି ଚଳାଚଳ କରେ। ସୋମବାର ବୋଲେରୋର ମରାମତି ପାଇଁ ଯାଇଥିଲେ। ଏହି ସମୟରେ ସୁନୀଲଙ୍କ ଦ୍ୱିତୀୟ ପତ୍ନୀ ତାର ସାବତ ପୁଅ ଓ ଝିଅକୁ ପ୍ରାଣାନ୍ତକ ଆକ୍ରମଣ କରିଥିଲେ। ବେଲଣା ପେଡି, ଲୁହା ଖଡ଼ିକା ଦ୍ବାରା ପୁଅ ସୌରଭ ନନ୍ଦ(୧୩) ଓ ଝିଅ ସୌମ୍ୟାଶ୍ରୀ ନନ୍ଦ (୧୦)ଙ୍କୁ ଆକ୍ରମଣ କରିଥିଲେ। ଆକ୍ରମଣରେ ଗୁରୁତର ହୋଇ ପଡିଥିବା ବେଳେ ସାହି ପଡିଶା ଲୋକମାନେ ତାଙ୍କୁ ଉଦ୍ଧାର କରି ଆଠଗଡ ଉପଖଣ୍ଡ ଚିକିତ୍ସାଳୟକୁ ଆଣିଥିଲେ। ଖବର ପାଇଁ ପୁଲିସ ସାବତ ମା’ଙ୍କୁ ଥାନାରେ ଅଟକ ରଖିଛି।

nis-ad
Leave A Reply

Your email address will not be published.