ଜ଼ିଲ୍ଲାସ୍ତରୀୟ ବିପର୍ଯ୍ୟୟ ହ୍ରାସ ଓ ପ୍ରସ୍ତୁତି ଦିବସ ପାଳିତ…

ଉମରକୋଟ : ନବରଙ୍ଗପୁର ଜ଼ିଲ୍ଲାର ସଦର ମହାକୁମାଠାରେ ୨୯/୧୦/୨୦୨୩ ରିଖ ରବିବାର ଦିନ ରାଜ୍ୟ ବିପର୍ଯ୍ୟୟ ହ୍ରାସ ଓ ପ୍ରସ୍ତୁତି ଦିବସ ପାଳିତ ହୋଇଯାଇଛି l ଏହି ଅବସରରେ ସକାଳ ନଅଘଣ୍ଟା ସମୟରେ ଅତିରିକ୍ତ ଜ଼ିଲ୍ଲାପାଳ ମହେଶ୍ୱର ନାୟକ ସବୁଜ ପତାକା ଦେଖାଇ ଶୁଭାରମ୍ଭ ପରେ ଏକ ବିଶାଳ ପଦଯାତ୍ରା ସ୍ଥାନୀୟ ଭଣ୍ଡାର ଘରଣୀ ମନ୍ଦିର ନିକଟରୁ ବାହାରି ମିଶନ ଶକ୍ତି ସଭା ଗୃହ ପର୍ଯ୍ୟନ୍ତ ପରିକ୍ରମା କରି ସଚେତନ ବାର୍ତ୍ତା ପ୍ରେରଣ କରିଥିଲେ l ମିଶନ ଶକ୍ତି ସଭାଗୃହରେ ପହଁଞ୍ଚିଲା ପରେ ଜ଼ିଲ୍ଲାପାଳ ଡ଼ଃ କମଳ ଲୋଚନ ମିଶ୍ରଙ୍କ ଅଧ୍ୟକ୍ଷତାରେ ଏକ ବୈଠକ ଆୟୋଜଣ କରି ବିପର୍ଯ୍ୟୟ ଦିବସର ତାତ୍ପର୍ଯ୍ୟ ଓ ଅର୍ଥ ସମ୍ପର୍କରେ ଉପସ୍ଥିତ ସମସ୍ତ ମଞ୍ଚାସୀନ ମାନଙ୍କ ବିପର୍ଯ୍ୟୟ ପରିଚାଳନା ସମ୍ଭନ୍ଧରେ ପୁଙ୍ଖାନୁପୁଙ୍ଖା ବିସ୍ତୃତ ଆଲୋଚନା କରି ମହାବାତ୍ୟାରେ ପ୍ରାଣ ହରାଇ ଥିବା ସମସ୍ତଙ୍କ ପ୍ରତି ଶ୍ରଧ୍ୟାଜ୍ଞଲି ଜ୍ଞାପନ କରିଥିଲେ l ଅକ୍ଟୋବର ୨୯ ରିଖ ୧୯୯୯ ମସିହା ରାଜ୍ୟରେ ଘଟିଥିବା ମହାବାତ୍ୟା କୁ ମନେ ପକାଇବା ସହ ସମ୍ଭାବ୍ୟ ବନ୍ୟ ବାତ୍ୟା ଓ ମରୁଡ଼ି ଭଳି ବିପର୍ଯ୍ୟୟ ପ୍ରତି ସଜାଗ ରହି ତାର ସଫଳ ମୁକାବିଲା କରିବା ପାଇଁ ସମସ୍ତଙ୍କୁ ପରାମର୍ଶ ଦେଇଥିଲେ l ବିପର୍ଯ୍ୟୟ ପରିଚାଳନା ସମ୍ଭନ୍ଧରେ କେବଳ ପ୍ରଶାସନ ନୁହେଁ ସମସ୍ତ ଜଣ ପ୍ରତିନିଧି ସ୍ଵେଛାସେବୀ ଏବଂ ଗଣମାଧ୍ୟମର ପ୍ରୀତିନିଧିଙ୍କ ର ପ୍ରମୁଖ ଭୂମିକା ରହିଥିବା ସମ୍ପର୍କରେ ମଧ୍ୟ ଆଲୋଚନା ହୋଇଥିଲା l

ରାଜ୍ୟସ୍ତରରେ ଜ଼ିଲ୍ଲା ବିପର୍ଯ୍ୟୟ ପରିଚାଳନା ଖସଡ଼ାରେ ନବରଙ୍ଗପୁର ଦ୍ୱିତୀୟ ସ୍ଥାନ ଅଧିକାର କରି ରାଜ୍ୟ ସରକାରଙ୍କ ଦ୍ଵାରା ପୁରସ୍କୃତ ହୋଇଥିବାରୁ ଜ଼ିଲ୍ଲାରେ ଖୁସିର ଲୋହରି ଖେଳି ଯାଇଛି l ଜ଼ିଲ୍ଲା ବିପର୍ଯ୍ୟୟ ସମୟରେ ନିଜକୁ ରକ୍ଷା କିରିବା ସହ ଅନ୍ୟକୁ ରକ୍ଷା କରିବାର ଆବଶ୍ୟକତା ଅଛି l ଏହି କାର୍ଯ୍ୟକ୍ରମରେ ସ୍ୱଚ୍ଛ ସାଥୀ, ସ୍ୱୟଂ ସହାୟକ ଗୋଷ୍ଟୀ, ସ୍ୱେଚ୍ଛାସେଵୀ, ଅଙ୍ଗନବାଡି, ଏନ ସି ସି, ଜୁନିୟର ରେଡ଼କ୍ରସ, ଏନ ଏସ ଏସ ସଂଗଠନ ସହ ଅତିରିକ୍ତ ଜ଼ିଲ୍ଲାପାଳ, ଡେପୁଟି କଲେକ୍ଟର ଜରୁରୀ କାଳୀନ ପି ମନସମିତା, ଏସ ଡି ପି ଓ ଶ୍ରୀ ଯୁଗଳ ମଲ୍ଲିକ, ଓଡ଼ିଶା ରାଜସ୍ୱ ଅମଲା ସଂଘର ରାଜ୍ୟ ସଭାପତି ଶ୍ରୀ ତ୍ରିପତି ବାଲାଜୀ ସାହୁ,ନବରଙ୍ଗପୁର ବିଧାୟକ ଶ୍ରୀ ଯୁକ୍ତ ସଦାଶିବ ପ୍ରଧାନୀ, ଜ଼ିଲ୍ଲା ଯୋଜନା ବୋର୍ଡ ଅଧ୍ୟକ୍ଷ ତଥା ବିଧାୟକ ଶ୍ରୀ ଯୁକ୍ତ ମନୋହର ରନ୍ଧାରୀ, ନବରଙ୍ଗପୁର ମୁନସିପାଲିଟି ପୌରାଧ୍ୟକ୍ଷ ଶ୍ରୀ କୁନୁ ନାୟକ,ଜ଼ିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ ଶ୍ରୀ ସୁଧାଂଶୁ ପାତ୍ର, ନବରଙ୍ଗପୁର ମହାବିଧ୍ୟାଳୟର କୁଳପତି ଶ୍ରୀ ଯୁକ୍ତ ଭାସ୍କର ବିଶ୍ୱାଳ, ଅଧ୍ୟାପକ ଶ୍ରୀ ଦିଲୀପ କୁମାର ହୋତା, ଏବଂ ନବରଙ୍ଗପୁର (ମହିଳା / ପୁରୁଷ) ମହାବିଧ୍ୟାଳୟର ଛାତ୍ରୀ ଛାତ୍ର ପ୍ରମୁଖ ଉପସ୍ଥିତ ଥିଲେ l ଏହି କାର୍ଯ୍ୟକ୍ରମଟି ଜ଼ିଲ୍ଲା ଜରୁରୀ କାଳୀନ ବିଭାଗର ଜ଼ିଲ୍ଲା ପ୍ରକଳ୍ପ ଅଧିକାରୀ ଶ୍ରୀ ହିମାଂଶୁ ଶେଖର ପଟ୍ଟନାୟକ ପରିଚାଳନା କରିଥିଲା l ଅନ୍ତିମରେ ଜ଼ିଲ୍ଲା ଜରୁରୀ କାଳୀନ ଅଧିକାରୀ ପି ମନସ୍ମିତା ଧନ୍ୟବାଦ ଅର୍ପଣ କରିଥିଲେ l

nis-ad
Leave A Reply

Your email address will not be published.