ବିଜେଡି ର ଜୟ ନବୀନ ସ୍ଲୋଗାନ ର ସ୍ୱର ବଦଳିବ କି ?..!

ଅମିତ ଶାହା ଙ୍କ ଗୋଟି ଚାଳନା ରେ ସ୍ତବ୍ଧ ଓଡିଶା…

ବିରୋଧୀ ଔଷଧ ବିକଳ ରେ ତାଟିଆ କାମୁଡିବେ..

ଭୁବନେଶ୍ୱର: ବିଜେଡି ଦଳରେ ଏବେ ପଲ୍ଲୀ ରୁ ସହର ପର୍ଯ୍ୟନ୍ତ ବିକାଶ ପୁରୁଷ ପାଣ୍ଡିଆନ ବୋଲି ନେତା ମାନଙ୍କ ମଧ୍ୟରେ ଚର୍ଚ୍ଚା ଆରମ୍ଭ ହେଲାଣି। ଦୀର୍ଘ ୨୩ ବର୍ଷ ହେଲା ନବୀନ ବାବୁ ଜିନ୍ଦାବାଦ ନାରା ରେ ବିଜେଡ଼ି ଦଳ ଶାସନ କରି ଆସୁଛି। ଏହି ସ୍ଲୋଗାନ କୁ ନେତା ଠାରୁ ଆରମ୍ଭ କରି କର୍ମୀ ପର୍ଯ୍ୟନ୍ତ ନିର୍ବାଚନ ବୈତରଣୀ ପାର ହେବାର ନଜିର ରହିଛି। ପାଣ୍ଡିଆନ ବାବୁ ଙ୍କୁ ମୁଖ୍ୟମନ୍ତ୍ରୀ ଦୁଇ ଦୁଇ ଟି ଦାୟିତ୍ବ ଦେବା ଘଟଣା କୁ ଦଳର କିଛି ବରିଷ୍ଠ କନିଷ୍ଟ ନେତା କର୍ମୀ ହଜମ କରି ପାରୁନାହାନ୍ତି ବୋଲି ଚାରି ଆଡ଼େ ଚର୍ଚ୍ଚା ହେଉଛି। ଚୌକି ଓ ଟିକେଟ ଭୟ ରେ ଏବେ ବହୁ ନେତା ଦ୍ଵନ୍ଦ ରେ
ରହିଥିବା ନେଇ ରାଜନୈତିକ ମହଲରେ ଆଲୋଚନା ହେଲାଣି ।ଏହାକୁ ଦୃଷ୍ଟି ରେ ରଖି ବିରୋଧୀ ଥଟ୍ଟା ରେ କହୁଛନ୍ତି, ନବୀନବାବୁ ଜିନ୍ଦାବାଦ କହିବା ବଦଳ ରେ ପାଣ୍ଡିଆନ ବାବୁଙ୍କୁ ମଧ୍ୟ ଜିନ୍ଦାବାଦ ସ୍ଲୋଗାନ ଦେଲେ ଟିକେଟ ଖଣ୍ଡେ ମିଳିବ ନିଶ୍ଚିନ୍ତ । ସତରେ କଣ ଦଳରେ ଏଭଳି ପରିସ୍ଥିତି ଦେଖା ଦେଲାଣି କି ବୋଲି ଆଗକୁ ସ୍ଲୋଗାନ ସତରେ ବଦଳିବ ନା କଣ ବୋଲି କର୍ମୀ ଦ୍ୱନ୍ଦ ରେ ଥିବା ନେଇ ଚର୍ଚ୍ଚା ହେଉଛି। ଏଣିକି ସଭା ସମିତି ରେ ନବୀନ ବାବୁ ସ୍ୱାଗତଂ ଓ ପାଣ୍ଡିଆନ ବାବୁ ସ୍ୱାଗତଂ ବୋଲି କଣ ନାରା ବାଜି ହେବକି ବୋଲି ଚର୍ଚ୍ଚା ହେଉଛି। ମୁଖ୍ୟମନ୍ତ୍ରୀ କିଛି ଦିନ ହେଲା ସଭା ସମିତିକୁ ନ ଯାଇ ଭୁବନେଶ୍ୱର ରେ ରହି ଭରଚୁଲ ପ୍ରଗ୍ରାମ କରୁଥିବା ଦେଖିବାକୁ ମିଳୁଛି। ଏଣିକି ନବୀନ ଓଡ଼ିଶା ଓ ଫାଇବ- ଟି ର ଅଧକ୍ଷ ଙ୍କୁ ମଇଦାନ ରେ ଦେଖିବାକୁ ମିଳିବ ବୋଲି ସବୁ ଆଡ଼େ ଚର୍ଚ୍ଚାର ବିଷୟ ହୋଇଛି। ଆଗକୁ ସାଧରଣ ନିର୍ଵାଚନ ର ରଣନୀତି ବିଜେଡି କିପରି ପାରି କରିବ ବିଭିନ୍ନ ରାଜନୈତିକ ଦଳର ଚାଣକ୍ୟ ମାନେ ଚାହିଁ ବସିଛନ୍ତି।ମୁଖ୍ୟମନ୍ତ୍ରୀ ନିଜେ ନା ପାଣ୍ଡିଆନ ନିର୍ବାଚନ ମଇଦାନରେ ରେ ଓଲ୍ହାଇବେ ସସପେନ୍ସ ରହିଛି। ଲୋକେ କାହାକୁ ଗ୍ରହଣ କରୁଛନ୍ତି, ନବୀନ ଙ୍କ ବିକଳ୍ପ କିଏ ହେବେ

ଦେଖିବାକୁ ବାକି ରହିଲା। ତଳ ଦିନେ ସ୍ବର୍ଗତ ପ୍ୟାରୀ ବାବୁ ଯେଉଁ ଗୋଟି ଚାଳନା କରି ଫସିଥିଲେ ପାଣ୍ଡିଆନ ଙ୍କ ଗୋଟି ଚାଳନା ଟିକିଏ ନିଆରା ଟିକିଏ ଅଲଗା l ସେ କାହିଁକି ପ୍ରଶାସନ ପଦବୀ ରୁ ଅବସର ନେଲେ ତାକୁ ନେଇ ଅନେକ ପ୍ରଶ୍ନ ଉଙ୍କି ମାରିବା ସ୍ୱାଭାବିକ, ବିରୋଧୀ ତଥା ବିଜେପି ଯେଉଁ ନାରା ଦେଉଥିଲା ସେଥିରୁ ସେ ମୁକ୍ତ ହୋଇଛନ୍ତି ସେ ବର୍ତମାନ ସ୍ୱତନ୍ତ୍ର କିନ୍ତୁ ସେ କେବେ କାହା ଅଧୀନରେ ଥିଲେ…?? ସେ ଆଗ ଯାହା ଥିଲେ ଏବେ ସେ ଢେର ଅଧିକ ପ୍ରଭାବଶାଳୀ ହୋଇଛନ୍ତି କହିଲେ କିଛି ଭୁଲ ହେବ ନାହିଁ l ସେ ବର୍ତମାନ ଓଡିଶା ରାଜନୀତି ର ସମ୍ରାଟ l ସେ ହେଉଛନ୍ତି ଓଡିଶାର ଭବିଷ୍ୟତ ଏବଂ ଆଗାମୀ ମୁଖ୍ୟମନ୍ତ୍ରୀ ଯାହାକି ଦଳର ଅନେକ ନେତା ମନ୍ତ୍ରୀ ସୂଚନା ଦେଇ ସାରିଛନ୍ତି, ଅମିତ ସାହା ଙ୍କ ଓଡ଼ିଆ ଗସ୍ତ ମଧ୍ୟ ତାହାର ସୂଚନା ଦେଇ ସାରିଛି l କେବଳ ନିରୀହ ଓଡ଼ିଆ ଜନତା ବାଉଳା ହେଉଛନ୍ତି ଯେଉଁ ମାନେ ପାଣ୍ଡିଆନ ଙ୍କ ଜୟ ଗାନ କରିବେ ସେହିଁ ପାଇବେ ଟିକଟ ଓଡ଼ିଆର ରିମୋଟ ଏବେ ମୋଦିଙ୍କ ପାଖରେ ବୋଲି କିଛି ରାଜନୈତିକ ବିଶେଷଜ୍ଞ ମତ ଦେଲେଣି, ଆଉକିଛି ଦିନ ପରେ ସବୁ କିଛି ଥଣ୍ଡା ପଡ଼ିଯିବ ଟିକଟ ଟିଏ ପାଇବା ପାଇଁ ଆଜିର ଏ ସ୍ୱାର୍ଥପର ନେତା ମାନେ ବିକଳ ହୋଇ ଚାହିଁ ବସିବେ ଏହାହିଁ ସାର ହେବ l ବିଜେଡି ଦଳ ରେ ଥିବା କିଛି ସ୍ୱାଭିମାନ ନେତା ଓ କର୍ମୀ ଔଷଧ ବିକଳ ରେ ତାଟିଆ କାମୁଡିବେ

nis-ad
Leave A Reply

Your email address will not be published.