ଓଡ଼ିଶା ନିର୍ମାଣ ଶ୍ରମିକ ୟୁନିଅନର ୩ୟ ଜିଲ୍ଲା ସମ୍ମିଳନୀ…

ହିଞ୍ଜିଳିକାଟୁ (୨୦/୧୦) : ଓଡ଼ିଶା ନିର୍ମାଣ ଶ୍ରମିକ ୟୁନିଅନ ର ୩ୟ ଜିଲ୍ଲା ସମ୍ମିଳନୀ ସଫଳତାର ସହ ଉଦଯାପିତ ହୋଇଯାଇଛି। ସାଲିସବିହୀନ କେନ୍ଦ୍ରୀୟ ସଂଗଠନ ଟିୟୁସିଆଇ ସହ ଅନୁବନ୍ଧିତ ଓଡ଼ିଶା ନିର୍ମାଣ ଶ୍ରମିକ ୟୁନିଅନର ୩ୟ ଗଞ୍ଜାମ ଜିଲ୍ଲା ସମ୍ମିଳନୀ ଶୁକ୍ରବାର ହିଞ୍ଜିଳିକାଟୁ ରଙ୍ଗୁଣି ସାହି ସ୍ଥିତ ସମାଜ ଗୃହରେ ଅନୁଷ୍ଠିତ ହୋଇଯାଇଛି। ଓଡ଼ିଶା ନିର୍ମାଣ ଶ୍ରମିକ ୟୁନିଅନ ର ପ୍ରତିଷ୍ଠାତା ରାଜ୍ୟ ସଭାପତି ଶହୀଦ କମ୍ରେଡ ଶିବରାମ ଙ୍କ ଉଦ୍ଧେଶ୍ୟରେ ୧ ମିନିଟ୍ ନୀରବ ପ୍ରାର୍ଥନା କରରାଯାଇଛି ।କମ୍ରେଡ ଶଙ୍କର, ପି ପାର୍ବତୀ ଓ ଟୁନା ମଲ୍ଲିକ ଙ୍କ ନେଇ ଗଠିତ ସଭାପତି ମଣ୍ଡଳୀ ଅଧ୍ୟକ୍ଷତାରେ ହିଞ୍ଜିଳିକାଟୁ ବ୍ଳକ ଛକ ଠାରୁ ଏକ ବିରାଟ ଶୋଭାଯାତ୍ରାରେ ଶହଶହ ନିର୍ମାଣ ଶ୍ରମିକ ହିଞ୍ଜିଳିକାଟୁ ରଙ୍ଗୁଣି ସାହି ସମାଜ ଗୃହରେ ସମ୍ମିଳନୀ ଆରମ୍ଭ ହୋଇଥିଲା। ଏହାକୁ ଆନୁଷ୍ଠାନିକ ଭାବେ ଓଡ଼ିଶା ନିର୍ମାଣ ଶ୍ରମିକ ୟୁନିଅନ ର ସାଧାରଣ ସମ୍ପାଦକ ନଳିନୀକାନ୍ତ ତ୍ରିପାଠୀ ଉଦ୍ ଘାଟନକରିବା ସହ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଶ୍ରମିକ ମାରଣ ନୀତି ବିରୁଦ୍ଧରେ ଶ୍ରମିକଙ୍କ ଏକତା ଓ ଦୁର୍ବାର ସଂଘର୍ଷ ହିଁ ତାନାଶାହି ଶାସକ ମାନଙ୍କୁ ପରାସ୍ତ କରି ନିଜ ଭବିଷ୍ୟତ କୁ ସମୃଦ୍ଧ କରିପାରିବ ବୋଲି ଆହ୍ବାନ ଦେଇଥିଲେ। ଟ୍ରେଡ ୟୁନିଅନ ସେଣ୍ଟର ଅଫ୍ ଇଣ୍ଡିଆ ର ରାଜ୍ୟ ସଂଯୋଜକ କମ୍ରେଡ ଶଙ୍କର ଆମ ଓଡ଼ିଶାରେ ୧୦ ମ ସର୍ବଭାରତୀୟ ସମ୍ମିଳନୀ ଆସନ୍ତା ୨୭- ୨୯ ଜାନୁୟାରୀ ୨୦୨୪ରେ ଅନୁଷ୍ଠିତ ହେଉଥିବା ରୁ ଆମକୁ ଅଧିକ ଦାୟିତ୍ଵ ନିର୍ବାହ କରିବା ସହ ଶ୍ରମିକ ଙ୍କ ଅଧିକାର ହାସଲ ପାଇଁ ସମସ୍ତ ପ୍ରୟାସ କରିବାକୁ ହେବ ବୋଲି ଉପସ୍ଥାପନ କରିଥିଲେ। । ଜିଲ୍ଲା ସମ୍ପାଦକ ରାମଚନ୍ଦ୍ର ବାଡତ୍ୟା ସମ୍ପାଦକୀୟ ବିବରଣୀ ପଠନ କରିଥିଲେ। ଓଡ଼ିଶା କୋଠାବାଡ଼ି ଓ ଅନ୍ୟାନ୍ୟ ନିର୍ମାଣ ଶ୍ରମିକ କଲ୍ୟାଣ ବୋର୍ଡ଼ ରେ ଶ୍ରମିକଙ୍କ ନିଜସ୍ବ ପାଣ୍ଠିକୁ ରାଜ୍ୟ ନବୀନ ସରକାର କିପରି ହରିଲୁଟ କରି ଶ୍ରମିକଙ୍କ ସାମାଜିକ ସୁରକ୍ଷା ପାଇଁ ଘୋଷିତ ସହାୟତା ରୁ ଅନେକ ସହାୟତା ବନ୍ଦ କରି ଚାଲିଛନ୍ତି । ଡିଜିଟାଲ ବ୍ୟବସ୍ଥା ପ୍ରଚଳନ କରିବା ପରେ ମଧ୍ୟ ବ୍ଳକ କ୍ୟାମ୍ପ ମୋଡ଼ ରେ ସହାୟତା ବଣ୍ଟନ ହେବାର ପ୍ରଚାର କରି ନିଜ ପ୍ରଚାର ପାଇଁ କଲ୍ୟାଣ ବୋର୍ଡ଼ ର ପାଣ୍ଠିକୁ ବ୍ୟବହାର କରି ସହାୟତା ପ୍ରଦାନ ରେ ଅହେତୁକ ବିଳମ୍ବ କରୁଛନ୍ତି। ଓ୍ବେବସାଇଟ ଅଧିକାଂଶ ସମୟ କାମ କରୁନାହିଁ। ଜିଲ୍ଲା ସଭାପତି ଭାବେ ପେଦିନୀ ପାର୍ବତୀ, ଉପ ସଭାପତି ଟୁନା ମଲ୍ଲିକ, ଅଞ୍ଜନା ପ୍ରଧାନ, ଜିଲ୍ଲା ସମ୍ପାଦକ ରାମଚନ୍ଦ୍ର ବାଡତ୍ୟା, ସହ ସମ୍ପାଦକ ନୀଳାଞ୍ଚଳ ଜାନି, କୋଷାଧ୍ୟକ୍ଷ ଶାନ୍ତି ନାୟକ ଓ ଯଶୋଦା ନିର୍ବାଚିତ ହୋଇଛନ୍ତି । ଜିଲ୍ଲା ସଭାପତି ପି ପାର୍ବତୀ ଓ ଜିଲ୍ଲା ସମ୍ପାଦକ ରାମଚନ୍ଦ୍ର ବାଡତ୍ୟା ଶେଷରେ ଶ୍ରମିକଙ୍କ ଏକତା ଓ ମିଳିତ ନେତୃତ୍ବରେ ଶ୍ରମିକଙ୍କ ଅଧିକାର ହାସଲ ସମ୍ଭବ ହୋଇପାରିବ ବୋଲି ମତବ୍ୟକ୍ତ କରିଥିଲେ।

nis-ad
Leave A Reply

Your email address will not be published.