ଦୁର୍ନୀତି ନିବାରଣ ସପ୍ତାହ ପାଳନ ନିମନ୍ତେ ଜିଲ୍ଲାସ୍ତରୀୟ ପ୍ରସ୍ତୁତି ବୈଠକ…

ବାଲିଗୁଡା : କନ୍ଧମାଳ ଜିଲ୍ଲାପାଳ ଆଶିଷ ଈଶ୍ବର ପାଟିଲଙ୍କ ଅଧ୍ୟକ୍ଷତାରେ ସମସ୍ତ ଜିଲ୍ଲା ସ୍ତରୀୟ ଅଧିକାରୀ, ଗୋଷ୍ଠୀ ଉନ୍ନୟନ ଅଧିକାରୀ ଏବଂ ତହସିଲଦାରଙ୍କୁ ନେଇ ଭିଡ଼ିଓ କନଫରେନସି ମାଧ୍ୟମରେ ଦୁର୍ନୀତି ନିବାରଣ ସପ୍ତାହ-୨୦୨୩ ପାଳନ ନିମନ୍ତେ ଏକ ଜିଲ୍ଲା ସ୍ତରୀୟ ସମନ୍ୱୟ ବୈଠକର ଅନୁଷ୍ଠିତ ହୋଇଯାଇଛି । ଉକ୍ତ ବୈଠକରେ କନ୍ଧମାଳ ଭିଜିଲାନ୍ସ ଏସପି ଉପସ୍ଥିତ ରହି ଉକ୍ତ ସଚେତନତା କାର୍ଯ୍ୟକ୍ରମକୁ ସୁଚାରୁରୂପେ ଆୟୋଜନ କରି ଗ୍ରାମାଞ୍ଚଳ ସ୍ତରରେ ଲୋକଙ୍କୁ ସଚେତନ ସୃଷ୍ଟି କରିବା ନିମନ୍ତେ ସହଯୋଗ ଲଢ଼ିଥିଲେ ଏବଂ ତୃଣମୂଳ ସ୍ତରରେ ଅଭିଯାନର ସଫଳ ରୂପାୟନ ନିମନ୍ତେ ଚଳିତ ମାସ ୩୦ ତାରିଖ ସୋମବାର ପୂର୍ବାହ୍ନ ୧୧.୦୦ ଘଟିକା ସମୟରେ ଜିଲ୍ଲାର ସମସ୍ତ ସରକାରୀ କାର୍ଯ୍ୟାଳୟ, ବିଦ୍ୟାଳୟ, ମହାବିଦ୍ୟାଳୟ, ବିଶ୍ଵ ବିଦ୍ୟାଳୟ ଠାରେ କାର୍ଯ୍ୟରତ ସମସ୍ତ ସରକାରୀ କର୍ମଚାରୀ, ଛାତ୍ରଛାତ୍ରୀ, ନିର୍ବାଚିତ ଲୋକ ପ୍ରତିନିଧି, ମହିଳା ସ୍ବୟଂ ସହାୟକ ଗୋଷ୍ଠୀର ସଦସ୍ୟ, ଆଶା କର୍ମୀ, ଅଙ୍ଗନବାଡି ଏବଂ ସ୍ବାସ୍ଥ୍ୟ କର୍ମୀଙ୍କୁ ସଂଗଠିତ କରି ସାଧୁତାର ଶପଥ ନେବେ ଓ ନିର୍ଦ୍ଧାରିତ ସମୟରେ ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଭିଡିଓ କନଫରେନ୍ସ ଯୋଗେ ଶପଥ ପାଠ କରିବେ , ଦୁର୍ନୀତି ନିବାରଣ ବିଭାଗ ଦ୍ବାରା ଆୟୋଜିତ ହେବାକୁ ଥିବା ରାଲି, ପାକଥାନ୍, ସାଇକ୍ଲୋଥନ୍ ଇତ୍ୟାଦିରେ ଜିଲ୍ଲାର ସମସ୍ତ ସରକାରୀ କର୍ମଚାରୀ ସାହାଯ୍ୟ/ ସହଯୋଗ କରିବେ । ସମସ୍ତ ବିଦ୍ୟାଳୟର ପ୍ରଧାନ ଶିକ୍ଷକ, ମହାବିଦ୍ୟାଳୟର ଅଧ୍ୟକ୍ଷ ନିଜ ଛାତ୍ରଛାତ୍ରୀ ଙ୍କୁ ନେଇ ରାଲି, ୱାକଥନ୍, ସାଇକ୍ଲୋଥନ୍ ଇତ୍ୟାଦି ଆୟୋଜନ ନିମନ୍ତେ ଦୁର୍ନୀତି ନିବାରଣ ବିଭାଗୀୟ କର୍ମଚାରୀଙ୍କୁ ସହଯୋଗ କରିବେ । ଜିଲ୍ଲା ଶିକ୍ଷା ଅଧିକାରୀ ବ୍ଲକ ଶିକ୍ଷା ଅଧିକାରୀ, ଆଞ୍ଚଳିକ ନିର୍ଦ୍ଦେଶକ ଜିଲ୍ଲାର ସମସ୍ତ ବିଦ୍ୟାଳୟ, ମହାବିଦ୍ୟାଳୟର ଛାତ୍ରଛାତ୍ରୀଙ୍କ ମଧ୍ୟରେ ଓଡ଼ିଆ ଏବଂ ଇଂରାଜୀ ଭାଷାରେ ବକ୍ତୃତା, ପ୍ରବନ୍ଧ, କାର୍ଟୁନ-କମ- କେପସନ, ଇତ୍ୟାଦି ପ୍ରତିଯୋଗିତା ଆୟୋଜନ କରିବେ । ଜିଲ୍ଲା ସଂସ୍କୃତି ଅଧିକାରୀ ଦୁର୍ନୀତି ନିବାରଣ ବିଷୟ ବସ୍ତୁ ଆଧାରିତ ସ୍କଟ୍ ପଥପ୍ରାନ୍ତ ନାଟକ ମାଧ୍ୟମରେ ଲୋକଙ୍କୁ ସଚେତନ କରିବେ ।

ସମସ୍ତ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଦୁର୍ନୀତି ନିବାରଣ ବିଭାଗୀୟ କର୍ମଚାରୀଙ୍କ ସହ ବ୍ଲକ ପଞ୍ଚୟତ ସ୍ତରରେ ଗ୍ରାମସଭା ଆୟୋଜନ କରି ଲୋକଙ୍କୁ ସଚେତନ କରିବେ । ଜିଲ୍ଲା ସୂଚନା ଓ ଲୋକ ସଂପର୍କ ଅଧିକାରୀ ଦୁର୍ନୀତି ନିବାରଣ ସପ୍ତାହ ପାଳନ ଅବସର ରେ ଆୟୋଜିତ ହୋଇଥିବା ସମସ୍ତ କାର୍ଯ୍ୟକ୍ରମ ଗୁଡିକର ବ୍ୟାପକ ପ୍ରଚାର ପ୍ରସାର କରିବେ । ଏତଦ ବ୍ୟତୀତ ସ୍ଥାନୀୟ କେବୁଲ ଅପରେଟର, ସିନେମା ହଲ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ଦୁର୍ନୀତି ନିବାରଣ ନିମିତ୍ତ ଏକ ବାର୍ତ୍ତା ସମ୍ପର୍କିତ କ୍ଷୁଦ୍ର ଚଳଚ୍ଚିତ୍ର ପ୍ରଦର୍ଶନ କରିବାକୁ ନିର୍ଦେଶ ଦିଆଯିବ । ଜିଲ୍ଲା ସୂଚନା ଓ ଲୋକ ସଂପର୍କ ଅଧିକାରୀ ଜିଲ୍ଲା ସ୍ତରୀୟ ବୈଠକ ଅନୁଷ୍ଠିତ କରିବା ସହିତ ଆୟୋଜିତ ହୋଇଥିବା ବିଭିନ୍ନ ପ୍ରତିଯୋଗିତାରେ କୃତି ଛାତ୍ରଛାତ୍ରୀଙ୍କୁ ପୁରସ୍କାର ପ୍ରଦାନ କରିବେ ଏହି ପ୍ରକାରେ ବାଲିଗୁଡାର ସମସ୍ତ ବିଭାଗୀୟ ଅଧିକାରୀଙ୍କୁ ଦାୟିତ୍ବ ବଣ୍ଟନ କରାଯାଇଥିଲା ।

nis-ad
Leave A Reply

Your email address will not be published.