ଜିଲ୍ଲା ଗ୍ରସ୍ତରେ ସ୍ୱାସ୍ଥ୍ୟ ମନ୍ତ୍ରୀ ଶ୍ରୀ ନିରଞ୍ଜନ ପୂଜାରୀ : ସ୍ଵାସ୍ଥ୍ୟସେବା ଅନୁଧ୍ୟାନ ସହ ସ୍ଵାସ୍ଥ୍ୟ ଅଧିକାରୀମାନଙ୍କ ସହ ଆଲୋଚନା କଲେ…
ମାଲକାନଗିରି, ୧୯ ଅକ୍ଟୋବର ଆଜି ସ୍ଵାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ନିରଞ୍ଜନ ପୂଜାରୀ କୋରାପୁଟ ଓ ମାଲକାନଗିରି ଜିଲ୍ଲା ଗ୍ରସ୍ତରେ ଯାଇ ଉଭୟ ଜିଲ୍ଲାରେ ସ୍ଵାସ୍ଥ୍ୟସେବା ସଂକ୍ରାନ୍ତରେ ଅନୁଧ୍ୟାନ କରିବା ସହ ସ୍ଵାସ୍ଥ୍ୟ ଅଧିକାରୀମାନଙ୍କ ସହ ଆଲୋଚନା କରିଛନ୍ତି । ଏହି ଅବସରରେ ଉଭୟ ଜିଲ୍ଲାରେ ଟିକାକରଣ, ଟେଲିମେଡିସିନ୍ ଏବଂ ବହିବିଭାଗ ସ୍ଵାସ୍ଥ୍ୟସେବା ସୁବିଧା ବାବଦରେ ମନ୍ତ୍ରୀ ଶ୍ରୀ ପୂଜାରୀ ସମୀକ୍ଷା କରିଥିଲେ ।
ମନ୍ତ୍ରୀ ଶ୍ରୀ ପୂଜାରୀ ମାଲକାନଗିରିର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ପରିଦର୍ଶନ ଅବସରରେ ଚିକିତ୍ସିତ ହେଉଥିବା ଲୋକମାନଙ୍କ ସହ ଆଲୋଚନା ଅବସରରେ ଚିକିତ୍ସିତ ହେଉଥିବା ଲୋକମାନଙ୍କ ସହ ବାର୍ତ୍ତାଳାପ କରିବା ସହ ଜିଲ୍ଲା ମୁଖ୍ୟ ଚିକିସାଧକାରୀ ଓ ଜନସ୍ଵାସ୍ଥ୍ୟ ଅଧିକାରୀମାନଙ୍କ ସହ ଆଲୋଚନା କରିଥିଲେ । ଏଥିସହ ମନ୍ତ୍ରୀ ଗନ୍ଧୀପାଲିସ୍ଥିତ ସ୍ଵାସ୍ଥ୍ୟ ଓ ଉପଶମ କେନ୍ଦ୍ର (ଏନଡବ୍ଲ୍ୟୁସି) ଓ ଚାଲାଣଗୁଡ଼ାସ୍ଥିତ ଗୋଷ୍ଠୀ ସ୍ଵାସ୍ଥ୍ୟକେନ୍ଦ୍ର ପରିଦର୍ଶନ କରିଥିଲେ । ପରେ ମନ୍ତ୍ରୀ ଶ୍ରୀ ପୂଜାରୀ ପାଣ୍ଡରୀପାଣି ଗୋଷ୍ଠୀ ସ୍ଵାସ୍ଥ୍ୟକେନ୍ଦ୍ର ଏବଂ ମା’ଗୃହ ପରିଦଶନ କରି ସେଠାରେ ଚିକିତ୍ସିତ ହେଉଥିବା ବ୍ୟକ୍ତିମାନଙ୍କ ସହ ଆଲୋଚନା କରିଥିଲେ ।
ପରେ ମନ୍ତ୍ରୀ ଶ୍ରୀ ପୂଜାରୀ କୋରାପୁଟ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ପରିଦର୍ଶନ କରିବା ସହ ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ଓ ଜନସ୍ଵାସ୍ଥ୍ୟ ଅଧିକାରୀମାନଙ୍କ ସହ ଜିଲ୍ଲାରେ ସ୍ଵାସ୍ଥ୍ୟସେବାର ସ୍ଥିତି ଓ ଅଗ୍ରଗତି ନେଇ ଆଲୋଚନା କରିଥିଲେ । ଏହି ଗସ୍ତ ସମୟରେ ସ୍ଵାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗର କମିଶନର ତଥା ଶାସନ ସଚିବ ଶାଳିନୀ ପଣ୍ଡିତ, ଏନ.ଏସ୍.ଏମ୍ ର ଏମଡି, ମାଲକାନଗିରି ଜିଲ୍ଲାପାଳ ବିଶାଲ ସିଂ ଉପସ୍ଥିତ ଥିଲେ ।