ବ୍ରହ୍ମପୁର : ଟାଟା ପାୱାର ର ମାନ ମାନି ଓ ଜବରଦସ୍ତ ଫାଇନ ଟଙ୍କା ଆଦାୟ ଆଗାମୀ ସାଧରଣ ନିର୍ବାଚନ ରେ ଶାସକ ଦଳ ବହୁ ମୂଲ୍ୟ ଦେବାକୁ ପଡ଼ିବ ବୋଲି ଚର୍ଚ୍ଚା ହେଉଛି। ଟାଟା ପାୱାର ପୂର୍ବରୁ ଓଡ଼ିଶାର ବିଭିନ୍ନ ଲୋକ ଠିକାଦାର ଭାବରେ ଆଉଟ ସୋସିଙ୍ଗ ରେ ବିଭିନ୍ନ ଯୁବକ ଙ୍କୁ କାମରେ ଲଗାଇ କର୍ମଚାରୀ ମାନଙ୍କୁ ଠିକାଦାର ଦରମା ଦେଇ କର୍ମଚାରୀ ମାନଙ୍କ ଇ ପି ଏ ଫ,ଇ ଏସ ଆଇ ସାଙ୍ଗକୁ ଜି ଏ ସ ଟି ସରକାର ଙ୍କୁ ନିୟମିତ ପୈଠ କରୁଥିଲେ। ବର୍ତ୍ତମାନ ଟାଟା ପାୱାର ଆସିବା ପରେ ଓଡିଶାର ସମସ୍ତ ଠିକାଦାର ମାନଙ୍କୁ ଟାଟା ପାୱାର ସହ ଚୁକ୍ତି କୁ ବାତିଲ କରି ହରିଆନା, ଉତ୍ତର ପ୍ରଦେଶ, ମୁମ୍ବାଇ ର ଠିକାଦାର ମାନଙ୍କୁ ଆଣି ଠିକା କାମରେ ଲଗାଇଛନ୍ତି। ଓଡ଼ିଶାର ଠିକାଦାର ମାନଙ୍କୁ କାର୍ଯ୍ୟରୁ ବାଦ ଦେଇଛନ୍ତି। ସମ୍ପୃକ୍ତ ବାହାର ରାଜ୍ୟ ର ଠିକା ସଂସ୍ଥା ମାନେ କର୍ମଚାରୀ ମାନଙ୍କ ଇ.ପି.ଏଫ ଏବଂ ଇ.ଏସ.ଆଇ ଠିକ ଭାବେ କର୍ମଚାରୀ ମାନଙ୍କୁ ଦେଉନାହାନ୍ତି ବୋଲି ଅଭିଯୋଗ ହେଉଛି। ବିଦ୍ୟୁତ ଉପଭୁକ୍ତା ମାନଙ୍କ ଠାରୁ ଜୋର ଜବରଦସ୍ତ ଫାଇନ ବେଆଇନ ଭାବେ ଆଦାୟ କରୁଛନ୍ତି। ସେହି ଅର୍ଥରୁ କୁଆଡେ ଗତ ୨୦୨୨ ମାର୍ଚ୍ଚ ର ବିଦ୍ୟୁତ ଶୁଳ୍କ ଆଦାୟ କରିଥିବା ଅର୍ଥର ତତ୍କାଳୀନ ଟାଟା ପାୱାର ସି.ଇ.ଓ ୫ କୋଟି ଟଙ୍କା (incentive) ବା ପ୍ରୋତ୍ସାହନ ରାଶି ଭାବରେ ନେଇଛନ୍ତି, ବୋଲି ଚର୍ଚ୍ଚା ହେଉଛି। ଯାହାକି ଟାଟା ପାୱାର ଦିନ ଦ୍ଵି ପହରେ ହରିଲୁଟ କରି ରାଜ୍ୟ ସରକାର ଏବଂ ବିଦ୍ୟୁତ ଉପଭୁକ୍ତା ଙ୍କୁ ଶୋଷଣ କରୁଛନ୍ତି, ବୋଲି ବିରୋଧୀ ଏବେ ସ୍ୱର ଉତ୍ତୋଳନ କରୁଛନ୍ତି। ରାଜ୍ୟ ବାସୀ ଙ୍କ ବୃହତ୍ତର ସ୍ୱାର୍ଥ ଦୃଷ୍ଟି କୁ ଦେଖି ଟାଟା ପାୱାର କୁ ତୁରନ୍ତ ଓଡ଼ିଶା ରୁ ବାହାର କରନ୍ତୁ।ନଚେତ ଟାଟା ପାୱାର ର ମନମୁଖୀ ପାଇଁ ରାଜ୍ୟ ସରକାର ଙ୍କୁ ବହୁ ମୂଲ୍ୟ ଦେବାକୁ ପଡ଼ିବ ବୋଲି ରାଜନୈତିକ ମୋହଲ ରେ ଚର୍ଚ୍ଚା ହେଉଛି। ଘରୋଇ କରଣ ପ୍ରୀତି ଓ କିଛି ରାଜନେତାଙ୍କସ୍ୱାର୍ଥ ପାଇଁ ଆଜି ବିଦ୍ୟୁତ ବ୍ୟବହାର କରୁଥିବା ସମସ୍ତ ଶ୍ରେଣୀ ର ଉପଭୁକ୍ତା ମାନେ ଅନ୍ୟ ରାଜ୍ୟ ତୁଳନାରେ ଅଧିକ
ବିଦ୍ୟୁତ ଦର ଦେଉଥିବା ଜଣାପଡିଛି।
Sign in
Sign in
Recover your password.
A password will be e-mailed to you.
Prev Post
Next Post