ରାଜଧାନୀରେ ଆନ୍ଦୋଳନକୁ ଓହ୍ଲାଇବେ କଞ୍ଚା ପରିବା ବ୍ୟବସାୟୀ ମହାସଂଘ…

veg

ଭୁବନେଶ୍ୱର: ରାଜଧାନୀରେ କଞ୍ଚା ପରିବା ବ୍ୟବସାୟୀ ମହାଜନ ସଂଘର ଆନ୍ଦୋଳନ । ୭ ଦଫା ଦାବି ନେଇ ରାଜ୍ୟ ସରକାରଙ୍କ ନିକଟରେ ଦାବି। ଦାବି ପୂରଣ ନହେଲେ ଆସନ୍ତା ୨୦ ତାରିଖରୁ ରାଜଧାନୀର ସବୁଠୁ ବଡ଼ ପରିବା ମାର୍କେଟ ୟୁନିଟ୍ -୧ ହାଟ ବ୍ୟବସାୟୀ ମହାସଂଘ ଆନ୍ଦୋଳନକୁ ଓହ୍ଲାଇବେ। ଯାହା ଫଳରେ ରାଜଧାନୀରେ କଞ୍ଚା ପରିବା ମିଳିବନି। ଭୁବନେଶ୍ୱର ସମେତ ରାଜ୍ୟରେ କଞ୍ଚା ପରିବା ସଙ୍କଟ ଦେଖା ଦେଇପାରେ ।

ପାର୍ବଣରେ ପରିବା ସଂକଟ ଆଶଙ୍କା ସବୁଠି ଚିନ୍ତା ବଢ଼ାଇ ଦେଇଛି। ଏମିତି ଆଜିଠାରୁ କିଛି କିଛି ପରିବାର ଦରବୃଦ୍ଧି ଆରମ୍ଭ ହୋଇଯାଇଛି । କାରଣ ମହାରାଷ୍ଟ୍ର, ବେଙ୍ଗାଲୁରୁ, ପଶ୍ଚିମବଙ୍ଗ, ତେଲେଙ୍ଗାନାରୁ ଆସୁଥିବା ପରିବା ଟ୍ରକ ଆଉ ଆସିବ ନାହିଁ । ଏନେଇ ନିଷ୍ପତି ନେଇଛି କଞ୍ଚା ପରିବା ବ୍ୟବସାୟୀ ସଂଘ। ଏସବିଆଇ କଡ଼ରେ ଥିବା ରାସ୍ତାକୁ ଅବରୋଧ ୟୁନିଟ ୧ ଦୁର୍ଗାପୂଜା କମିଟି ପକ୍ଷରୁ କରାଯାଇଛି ବୋଲି ଅଭିଯୋଗ କରିଛି ମହାଜନ ସଂଘ । ଏହାସହ ଏହି ରାସ୍ତା କଡରେ ଥିବା ପ୍ଲାଷ୍ଟିକ୍ ବଜାରକୁ ଉଛେଦ କରିବା ପାଇଁ ମଧ୍ୟ ଦାବି କରିଛି ସଂଘ । ଏହାଛଡ଼ା ଭଗବାନପୁରରେ ଥିବା ୧୦ ଏକର ଜମି ଯୋଗାଇଦେବାକୁ ସଂଘ ଦାବି କରିଛି ।

ଏଥିସହିତ ୧-ନମ୍ବର ହାଟରେ ୯ ମହାଲା ପରିବର୍ତ୍ତେ ୨ ମହଲା ମାର୍କେଟ ବିଲ୍ଡିଂ ନିର୍ମାଣ, ଏଜିରୁ ରାଜମହଲ ପର୍ଯ୍ୟନ୍ତ ଥିବା ସମସ୍ତ ବ୍ୟବସାୟୀଙ୍କୁ ୧ନମ୍ବର ହାଟରେ ଥଇଥାନ, ଭଗବାନପୁରୁରୁ ପରିବା ଯାତାୟତ ସମୟସୀମା ଧାର୍ଯ୍ୟ, ଅସ୍ଥାୟୀପ୍ଲାଷ୍ଟିକ୍ ବଜାର ଶୀତବସ୍ତ୍ର ବଜାର ବନ୍ଦ, ବିଭିନ୍ନ ପୂଜା ସମୟରେ ମୂର୍ତ୍ତୀ ବିକ୍ରି ବନ୍ଦ ଭଳି ପ୍ରମୁଖ ଦାବିକୁ ନେଇ ଆନ୍ଦୋଳନକୁ ଓହ୍ଲାଇବ ସଂଘ । ଆନ୍ଦୋଳନ ହେଲେ ଏହାର ପ୍ରଭାବ ଭୁବନେଶ୍ୱର ସହର ସମେତ ପୁରୀ,ବ୍ରହ୍ମଗିରୀ,ନିମାପଡ, ଅସ୍ତରଙ୍ଗ, କାକଟପୁର, ଖୋର୍ଦ୍ଧା, ଜଟଣୀ ଉପରେ ମଧ୍ୟ ପଡିବ । ଅନ୍ୟପଟେ ଆନ୍ଦୋଳନ ନକରିବାକୁ ଅନୁରୋଧ କରିଛନ୍ତି ବିଏମସି କମିଶନର । ପାର୍ବଣ ଋତୁ ଚାଲିଛି, ତେଣୁ ଯଦି କିଛି ସମସ୍ୟା ଅଛି ତେବେ ଆଲୋଚନା ମାଧ୍ୟମରେ ତାର ସମାଧାନ ହେବ । ଆବଶ୍ୟକ ପଡିଲେ ମହାସଂଘକୁ ଡକାଇ ଆଲୋଚନା କରାଯିବ ବୋଲି ବିଏମସି କମିଶନର କହିଛନ୍ତି ।

nis-ad
Leave A Reply

Your email address will not be published.