ରତ୍ନଭଣ୍ଡାର ଖୋଲିବା ପ୍ରସଙ୍ଗରେ ଗଜପତିଙ୍କୁ ଭେଟିଲେ ବିଜେପି ପ୍ରତିନିଧି ମଣ୍ଡଳୀ

bj

ରତ୍ନଭଣ୍ଡାରକୁ ନେଇ ତେଜିଲା ରାଜନୀତି । ଗଜପତିଙ୍କୁ ଭେଟି ରତ୍ନଭଣ୍ଡାର ଖୋଲିବା ପାଇଁ ଦାବି ଜଣାଇଲା ବିଜେପି । ଆଜି ଗଜପତି ଦିବ୍ୟ ସିଂହ ଦେବଙ୍କୁ ଭେଟିଥିଲେ  ବିଜେପି ପ୍ରତିନିଧି ମଣ୍ଡଳୀ । ଗଜପତିଙ୍କୁ ଭେଟିବା ପରେ ପ୍ରତିକ୍ରିୟା ରଖି, ବିଜେପି ରାଜ୍ୟ ପୂର୍ବତନ ସଭାପତି କହିଛନ୍ତି, ରତ୍ନ ଭଣ୍ଡାର ନ ଖୋଲିବା ଲୋକଙ୍କ ମନରେ ସଂଶୟ ସୃଷ୍ଟି କରିଛି । ଏ ନେଇ ସରକାର ତୁରନ୍ତ କମିଟି ଗଠନ ନ କରନ୍ତି  ବାଧ୍ୟ ହୋଇ ହାଇକୋର୍ଟକୁ ଯିବୁ ବୋଲି ଚେତାବନୀ ଦେଇଛି ବିଜେପି ।

ଗଜପତିଙ୍କୁ ଭେଟିବା ପରେ ସମୀର ମହାନ୍ତି କହିଛନ୍ତି,  ‘ରତ୍ନଭଣ୍ଡାର ଖୋଲିବା ପ୍ରସଙ୍ଗରେ ଗଜପତିଙ୍କ ସହ ଆଲୋଚନା ହେଲା। ହାଇକୋର୍ଟଙ୍କ ନିର୍ଦେଶ ଅନୁଯାୟୀ ଉଚ୍ଚ ସ୍ତରୀୟ କମିଟି ତୁରନ୍ତ ଗଠନ ନିମନ୍ତେ ଅନୁରୋଧ କରିଛୁ ।  ରତ୍ନଭଣ୍ଡାର ଖୋଲିବା ପ୍ରକ୍ରିୟା ଆଗକୁ ବଢିବ। ସୌହାର୍ଦ୍ଦ୍ୟପୂର୍ଣ ଆଲୋଚନା ହେଲା। କମିଟି ଗଠନ କରିବାକୁ ପୂର୍ବରୁ ରିଜୋଲ୍ୟୁସନ ମାଧ୍ୟମରେ ଦିଆଯାଇଥିଲା। ଏବେ ସରକାର କରିବେ ବୋଲି ଗଜପତି ଆଶାପୋଷଣ କରିଛନ୍ତି।’

ରତ୍ନଭଣ୍ଡାର ଖୋଲିବା ନେଇ ସରକାରଙ୍କୁ ରିଜୋଲ୍ୟୁସନ ମାଧ୍ୟମରେ ସବୁ ଜଣାଇଛନ୍ତି ବୋଲି ଗଜପତି କହିଛନ୍ତି । ସମ୍ପୂର୍ଣ ଦାଇତ୍ୱ ସରକାରଙ୍କର। ହାଇକୋର୍ଟ ନିର୍ଦେଶ ରହିଛି, ଯଦି ସରକାର ଏହା ନ କରେ ବିଜେପି ପରବର୍ତୀ କାର୍ଯ୍ୟକ୍ରମ କରିବ ବୋଲି ପୂର୍ବତନ ରାଜ୍ୟ ସଭାପତି ସମୀର ମହାନ୍ତି କହିଛନ୍ତି ।

ସେହିପରି ବରିଷ୍ଠ ବିଜେପି ନେତା ପୀତାମ୍ବର ଆଚାର୍ଯ୍ୟ କହିଛନ୍ତି,  ହାଇକୋର୍ଟ ନିର୍ଦ୍ଦେଶ ଦେଇ କହିଛନ୍ତି ଅନୁରୋଧ କରିବାର ଦୁଇ ମାସ ଭିତରେ କମିଟି ଗଠନ କରାଯିବ, ରତ୍ନଭଣ୍ଡାର ଖୋଲାଯିବ ଏବଂ ଗଣତି କରାଯିବ। ଅଗଷ୍ଟ ଚାରି ତାରିଖରୁ ପ୍ରାୟ ଅଢେଇ ମାସ ବିତିଯାଇଛି। ଯଦି ସରକାର ତୁରନ୍ତ କମିଟି ଗଠନ ନ କରନ୍ତି ଆମେ ପୁଣି ବାଧ୍ୟ ହୋଇ ହାଇକୋର୍ଟକୁ ଯିବୁ।

nis-ad
Leave A Reply

Your email address will not be published.