ଦୁର୍ବ୍ୟବହାର ଅଭିଯୁକ୍ତଙ୍କୁ ଗିରଫ ଦାବି : ଆଶା କର୍ମୀଙ୍କ ଥାନାରେ ଧାରଣା

ହିଞ୍ଜିଳିକାଟୁ, (୧୫।୧୦): ଜଣେ କାର୍ଯ୍ୟରତ ଆଶା କର୍ମୀଙ୍କୁ ଡ଼ାକ୍ତରଖାନାରେ ଦୁର୍ବ୍ୟବହାର କରିଥିବା ଅଭିଯୁକ୍ତଙ୍କୁ ଗିରଫ ଦାବି କରି ରବିବାର ଅପରାହ୍ନରେ ହିଞ୍ଜିଳିକାଟୁ ବ୍ଲକ ର ଶତାଧିକ ଆଶାକର୍ମୀ ଥାନା ପରିସରରେ ଧାରଣା ଦେଇଥିଲେ। ହିଞ୍ଜିଳିକାଟୁ ୧୭ ନଂ ଓ୍ବାର୍ଡ ର ଆଶାକର୍ମୀ ଶାନ୍ତିଲତା ଦାସଙ୍କୁ ଶନିବାର ସେହି ଓ୍ବାର୍ଡର ଜଣେ ବ୍ୟକ୍ତି କୌଣସି କଥା କୁ ନେଇ ପାଟିତୁଣ୍ଡ କରିବା ସହ ଡାକ୍ତରଖାନାରେ ଦୁର୍ବ୍ୟବହାର କରିଥିବା ଆଶାକର୍ମୀ ମାନେ ଅଭିଯୋଗ କରିଛନ୍ତି । ତଦନ୍ତ କରି ଅଭିଯୁକ୍ତ ଙ୍କୁ ଗିରଫ ପାଇଁ ପୋଲିସ ପକ୍ଷରୁ ପ୍ରତିଶ୍ରୁତି ମିଳିବା ପରେ ଆଶାକର୍ମୀ ମାନେ ଥାନାରୁ ହଟିଥିଲେ। ଶାନ୍ତିଲତା ଙ୍କ ଅଭିଯୋଗ କ୍ରମେ ହିଞ୍ଜିଳି ଥାନାରେ ନଂ ୭୬୧/୨୩ରେ ମାମଲା ରୁଜୁ ହୋଇଛି । ପୋଲିସ ଘଟଣା ର ତଦନ୍ତ ଚଳାଇଥିବା ପ୍ରକାଶ।
ଫଟୋ: ଥାନାରେ ଆଶାକର୍ମୀ ଙ୍କ ଧାରଣା।

nis-ad
Leave A Reply

Your email address will not be published.