ଚାଷୀଙ୍କ ଜମିରେ କେନାଲ ପାଣି ନ ଦେଇ, ଜୋରଜୁଲୁମରେ ଚାଲିଛି ଖଜଣା ଆଦାୟ

ଉମରକୋଟ : ବର୍ତ୍ତମାନ ଯେତେ ଭୋଟ ପାଖେଇ ଆସୁଛି, ସରକାର ଜନତାଙ୍କୁ ବିଭିନ୍ନ ଯୋଜନାର ଆଳ ଦେଖାଉଛନ୍ତି, କିନ୍ତୁ ସାଧାରଣ ଜନତା, ବା ଚାଷୀ ଏଥିରେ କଣ ସନ୍ତୁଷ୍ଟ ? ନା ବିଭିନ୍ନ ସମସ୍ୟା ଘେରରେ? ସୂଚନା ପ୍ରକାରେ ନବରଙ୍ଗପୁର ଜିଲ୍ଲା, ଉମରକୋଟ ତହସିଲ ଅନ୍ତର୍ଗତ ଖୁଟୁଗୁଡ଼ା, ଡଙ୍ଗରୀଗୁଡା, ସାନଭରଣ୍ଡୀ, ଗ୍ରାମର ସମସ୍ତ ଚାଷୀଙ୍କ ଜମି, ଉମରକୋଟ ଭାସ୍କଲ ସେତୁର ରାଇଟ କେନାଲରେ ଥିବା ସତ୍ତ୍ୱେ କେନାଲ ର ପାଣି ପାଇଁ ପାରୁନାହିଁ | କେନାଲ ର ପାଣି ଉମରକୋଟ ମିକ୍ସଫାର୍ମ ପୋଖରୀ ପର୍ଯନ୍ତ ଆସି ବନ୍ଦ ହେଉଯାଉଅଛି | ସମସ୍ତ ଚାଷୀ ଜୋରଜବର ଦସ୍ତି କରି କେନାଲ ସଫା କରିବା ସହ ବିଭିନ୍ନ ଜାଗାରେ କଟା ହେଇଥିବା ବନ୍ଦ କରି ପାଣି ଆଣୁଛନ୍ତି | ଏ ବିଷୟରେ ଉମରକୋଟ ତହସିଲଦାର ଏବଂ ଜଳ ସେଚନ ପ୍ରୋକଳ୍ପ କାର୍ଯ୍ୟ ନିର୍ବାହୀ ଅଧିକାରୀଙ୍କୁ ବହୁ ବର୍ଷ ଧରି ଜଣାଇବା ସହ ଆବେଦନ ପତ୍ର ଦେବା ସତ୍ତ୍ୱେ ଉପୋରସ୍ତ ଅଫିସର କୌଣସି ଭୁକ୍ଷେପ କରୁନାହାନ୍ତି | ଏହା ଦ୍ୱାରା ଆମର ପ୍ରତି ବର୍ଷ ବହୁତ ଫସଲ ନଷ୍ଟ ହେଉ ଅଛି | କିନ୍ତୁ ପ୍ରତି ବର୍ଷ ଉମରକୋଟ ତହସିଲଦାର ଆମମାନଙ୍କ ଠାରୁ ଜଳସେଚନ ଖଜଣା ଜୋର ଜବର ଦସ୍ତି ଆଦାୟ କରୁଛନ୍ତି ବୋଲି ବୋଲି କହିଛନ୍ତି ଲୋକେ | ଦେଖିବାକୁ ଗଲେ ଉମରକୋଟ ଭାସ୍କଲ ସେତୁର ପାଣି ଉମରକୋଟ ସହର ବାସୀଙ୍କ ପିଇଁବା ପାଇଁ ଦିଆଯାଉଅଛି, ଏପଟେ ଭାସ୍କଲ ସେତୁରେ ପଙ୍କ ଭର୍ତି ହେବାରୁ ପାଣି ଧାରଣ କ୍ଷମତା କମି ଯାଇ ଅଛି, ବର୍ତମାନ ଆମ ଜମିରେ ଚାଷ ପାଇଁ ଭାସ୍କଲ ସେତୁର ପାଣି ଆସିବାର ଆଉଁ ପ୍ରଶ୍ନ ଉଠୁନାହିଁ | ସେଥିପାଇଁ ଆମ ଉମରକୋଟ ଅତିରିକ୍ତ ତହସିଲଦାର ମହାଶୟ ଡ:ଉମେଶ କୁମାର ପୂଜାରୀଙ୍କୁ ଜିଲ୍ଲାପାଳ ଉଦ୍ଦେଶରେ ଏକ ଦାବି ପତ୍ର ଦିଆଯାଇଅଛି, ଅତି ଶୀଘ୍ର ଆମ ଜମିଗୁଡ଼ାକ ଜଳ ସେଚିତ ଜମିରୁ ବାଦ ଦିଆଯାଉ, ଏବଂ ଜଳ ସେଚିତ ଖଜଣା ଆଦାୟ ବନ୍ଦ କରା ଯାଉ, ନଚେତ ଆଗାମୀ ଦିନରେ ଆନ୍ଦୋଳନରେ ଓହଲାଇବାକୁ ବାଧ୍ୟ୍ୟ ହେବୁ ବୋଲି ଜନସାଧାରଣ କହିଛନ୍ତି |

nis-ad
Leave A Reply

Your email address will not be published.