କୀଟନାଷକ ମେଡ଼ିସିନ ଖାଇ ଆତ୍ମହତ୍ୟା କଲେ ବୃଦ୍ଧ।…

ଦାରିଙ୍ଗବାଡି,୧୨/୧୦, ଦାରିଙ୍ଗବାଡି ଥାନା ଅନ୍ତର୍ଗତ ମାଣ୍ଡୂବାଡ଼ି ଗ୍ରାମର ଜଣେ ୫୬ ବର୍ଷୀୟ ବୃଦ୍ଧ କୀଟନାଷକ ମେଡ଼ିସିନ ଖାଇ ଆତ୍ମହତ୍ୟା କରିଛନ୍ତି । ମୃତ ବୃଦ୍ଧ ଜଣକ ହେଲେ ମାଣ୍ଡୂବାଡ଼ି ଗ୍ରାମର କାଳୀଚରଣ ନାୟକ(୫୬) । କାଳୀ ଚରଣ ଗୁରୁବାର ଦିନ ଅପରାହ୍ନ ୪ ଘଣ୍ଟିକା ସମୟରେ ପରିବାର କଳହକୁ କେନ୍ଦ୍ର କରି ଘରେ ଥିବା କୀଟ ନାଶକ ମେଡ଼ିସିନ ଖାଇଦେଇଥିଲେ। ଏହା ପରିବାର ଲୋକ ଜାଣି ପାରି ଗୁରୁତର ଅବସ୍ଥାରେ ଦାରିଙ୍ଗବାଡି ମେଡ଼ିକାଲରେ ଭର୍ତି କରିଥିଲେ । ଚିକିତ୍ସା ଅବସ୍ଥାରେ କାଳୀଚରଣ ଙ୍କ ମୃତ୍ୟୁ ହୋଇଥିଲା । ପୋଲିସ ଘଟଣା ସମ୍ପର୍କରେ ଜାଣିବା ପରେ ମେଡ଼ିକାଲରେ ପହଞ୍ଚି ଶବ ଜବତ କରି ଅପମୃତ୍ୟୁ ମାମଲା ନମ୍ୱର ୭/୨୩ ରୁଜୁ କରି ଶବ ବ୍ୟବଚ୍ଛେଦ କରି ପରିବାର ଲୋକଙ୍କୁ ହସ୍ତାନ୍ତର କରାଯାଇଥିବା ଥାନା ଅଧିକାରୀ ଆନନ୍ଦ ଚନ୍ଦ୍ର ପାତ୍ର ସୂଚନା ଦେଇଛନ୍ତି।

nis-ad
Leave A Reply

Your email address will not be published.