ବ୍ରହ୍ମପୁର ପୋଲିସ ଜିଲ୍ଲା ରେ ଜୁଆ ଆଡ୍ଡା ପାଇଁ ଯୋଗାଡ଼ ଚାଲିଛି…!

ଜୁଆ ଆଡ୍ଡା ଚାଲିଲେ- ଧରିଲେ ପୋଲିସ ର ହିଁ ଲାଭ ! ଏଠାରେ ଯୁଆଡ଼ି ଜଳକା…



ବ୍ରହ୍ମପୁର:୧୦-୧୦ ପାର୍ବଣ ଋତୁ କୁ ଆଖି ଆଗରେ ରଖି ଏବେ ବ୍ରହ୍ମପୁର ପୋଲିସ ଜିଲାରେ ଜୁଆ ଆଡ୍ଡା ଓ ଜୁଆଡ଼ି ମାନଙ୍କୁ ଯୋଗାଡ଼ ପାଇଁ ପ୍ରୟାସ ଆରମ୍ଭ ହେଲାଣି । ମୁଖ୍ୟତଃ ବ୍ରହ୍ମପୁର, ଚିକିଟି, ପାତ୍ରପୁର, ଦିଗପହଣ୍ଡି ଓ ଗୋପାଳପୁର ଆଦି ଅଞ୍ଚଳର ଜୁଆ ଆଡ୍ଡା ଚଲାଇବା ପାଇଁ ପୋଲିସ ସହ ସଲାସୁତାରା ହୋଇ ଜୁଆ ଆଡ୍ଡାର ବ୍ୟକ୍ତି ବିଶେଷ ମାନେ ଏବେ ସମ୍ପୂର୍ଣ୍ଣ ବ୍ୟସ୍ତ। ଯେଉଁଠି ପୋଲିସ ସହ ଡ଼ିଲ ଫେଲ ମାରୁଛି। ସେଠାରେ ଜୁଆ ଆଡ୍ଡା ର ମାଲିକ ମାନେ ବିଭିନ୍ନ ଜୁଆ ଆଡ୍ଡା ନିକଟରେ ସୂଚନା ଦାତା ମାନଙ୍କୁ ରଖି ପୋଲିସ ର ଗତି ବିଧି ଉପରେ ନଜର ରଖି ମୋବାଇଲ ମାଧ୍ୟମରେ ଜୁଆ ଆଡ୍ଡା ଆରମ୍ଭ କରିଦେଲେଣି ବୋଲି ଚର୍ଚ୍ଚା ଜୋର ହେଉଛି। କେତେକ ହୋଟେଲ, ଆପାଟମେଣ୍ଟ,ବଡ଼ କୋଠା ରେ ଏବେ ଠାରୁ ସ୍ଥାନ ସଂରଣକ୍ଷଣ କରି ଜୁଆ ଆଡ୍ଡା ଚଲେଇବା ଓ ଜୁଆଡ଼ି ମାନଙ୍କୁ ଯୋଗାଡ଼ କରି ଜୁଆ ଆଡ୍ଡା କେତେକ ସ୍ଥାନରେ ଆରମ୍ଭ ହୋଇ ଗଲାଣି ବୋଲି ଚର୍ଚ୍ଚା ହେଉଛି। ଏପଟେ ପାର୍ବଣ ୠତୁ ଆସିଲେ ଜୁଆ ଆଡ୍ଡା ଚଢ଼ାଉ କରିଲେ କେତେକ ପୋଲିସ ବାବୁଙ୍କ ଘରେ ଦୀପାବଳି ର ମାହୋଲ ଦେଖା ଯାଏ ବୋଲି ଲୋକେ ଥଟ୍ଟା ରେ କୁହନ୍ତି। ଜୁଆ ଆଡ୍ଡା ଚଢ଼ାଉ ପରେ ପୋଲିସ ଅତି ଚତୁରତାର ସହ ଗୁପ୍ତ ସ୍ଥାନରେ ଜବତ ଟଙ୍କା କୁ ଗଣତି କରି କିଛି ଅର୍ଥ ବାଟମାରଣା କରି ଧର୍ମକୁ ଆଖିଠାର ଭଳି ମିଡ଼ିଆ ଆଗରେ ପ୍ରଦର୍ଶନ କରାଯାଏ ବୋଲି ଚର୍ଚ୍ଚା ହେଉଛି। ସେଥିପାଇଁ ପୋଲିସ ଜୁଆ ଆଡ୍ଡା ଚଲେଇଲେ ଲାଭ ଧରିଲେ ଲାଭ ବୋଲି ସବୁ ଆଡ଼େ ଚର୍ଚ୍ଚା। ଯଦି ଜୁଆ ଖେଳୁଥିବା ବେଳେ ସରକାରୀ କର୍ମଚାରୀ କିମ୍ବା ପ୍ରଭାବ ଶାଳୀ ବ୍ୟକ୍ତି ଧରାପଡିଲେ ସେମାନଙ୍କୁ ଛାଡିବା ପାଇଁ ଭଲ ଡ଼ିଲ ଆରମ୍ଭ ହୁଏ କଥା ଛିଡ଼ିଲେ ସବୁ ରଫା ଦଫା ହୁଏ ବୋଲି ମଧ୍ୟ ଚର୍ଚ୍ଚା ହୁଏ। ଏହି ପାର୍ବଣ ଋତୁ ଠାରୁ କୁମାରୀ ପୁର୍ଣିମା ଯାଏ ପୋଲିସ ମାନଙ୍କ ପୁଷ ମାସ କହିଲେ କିଛିବି ଭୁଲ ହେବ ନାହିଁ l ପୋଲିସ କେବେବି ଜୁଆ ଅଡ୍ଡା ଉପରେ ଚଢ଼ାଉ କରି ପ୍ରକୃତରେ କେତେ ଟଙ୍କା ସେଠାରୁ ଜବତ କଲା ତାହା ରହସ୍ୟ ଘେରରେ, କେବଳ ପ୍ରେସ ରିଲିଜ କରି ସାମ୍ବାଦିକ ମାନଙ୍କୁ ଜଣାଇ ଦିଆ ଯାଏ l ବିଶେଷ ସୂତ୍ରରୁ ଖବର ମିଳିଛି ଏଥର ଜୁଆ ଖେଳ ଯୁଆଡ଼ି ମାନେ ଟିକିଏ ଅଲଗା ଢାଞ୍ଚା ରେ କରିବାକୁ ମନସ୍ତ କରିଛନ୍ତି ଯେଉଁ ଭଳି ଭାବେ କ୍ରିକେଟ ଆଇ ପି ଏଲ ସଟ୍ଟା ମରା ହୁଏ ଠିକ ସେଇଭଳି ମୋବାଇଲ ୟୁ ପି ଏ ଦ୍ଵାରା ସଟ୍ଟା ଖେଳ ହେବ ଯାହା ଫଳରେ ପୋଲିସ ଯୁଆଡ଼ି ଗିରଫ କରି ପାରେ କିନ୍ତୁ ଟଙ୍କା ଆଉ ଜବତ କରି ପାରିବ ନାହିଁ l ମୋବାଇଲ ଏବେ ଏହି ଜୁଆ ଖେଳର ମଧ୍ୟସ୍ଥି ହେବ ବୋଲି ଶୁଣିବାକୁ ମିଳୁଛି l ଦେଖାଯାଉ ପୋଲିସ କେଉଁ ଢାଞ୍ଚା ଆପଣଉଛି ଏହି ଯୁଆଡ଼ି ମାନଙ୍କୁ ଧରିବାକୁ l ପୋଲିସ ର କିଛି କର୍ମଚାରୀ ଓ ସାମ୍ବାଦିକ ମଧ୍ୟ ଅଗ୍ରାମୀ ଚଢ଼ାଉ ହେବା ଆଗରୁ ସୂଚନା ଦିୟନ୍ତି ଯାହାକୁ ନେଇ ସେମାନେ ଜୁଆ ଖେଳ ପକାଉ ଥିବା ବ୍ୟକ୍ତିଙ୍କ ଠାରୁ ମୋଟା ଅଙ୍କ ର ମୁନଫା ପାଉଥିବା ଚର୍ଚ୍ଚା ହେଉଛି l ପୋଲିସ ଡାଳେ ଡାଳେ ଗଲେ ଯୁଆଡ଼ି ପତ୍ରେ ପତ୍ରେ ଯିବା ଦେଖା ଯାଉଛି…

nis-ad
Leave A Reply

Your email address will not be published.