ଜିଲ୍ଲାସ୍ତରୀୟ ନୂଆଖାଇ ପର୍ବ -୨୦୨୩ ପାଳିତ

ଫୁଲବାଣୀ : ଜିଲ୍ଲା ସଂସ୍କୃତି ପରିଷଦ ଆନୁକୂଲ୍ୟରେ ସ୍ଥାନୀୟ ଗାନ୍ଧୀ ସ୍ମୃତି ଭବନ ଠାରେ ଜିଲ୍ଲା ସ୍ତରୀୟ ନୂଆଖାଇ ପର୍ବ-୨୦୨୩ ପାଳିତ ହୋଇଯାଇଛି ।
ଏହି ଉପଲକ୍ଷେ ସଂନ୍ଧ୍ୟାରେ ମଞ ପୂଜା ପରେ ପରେ ନିମନ୍ତ୍ରିତ ଅତିଥିମାନେ ଏହି ପର୍ବ ପାଳନ ଉପରେ ସେମାନଙ୍କର ଅଭିଭାଷଣ ରଖିଥିଲେ। କନ୍ଧମାଳ ସ୍ବତନ୍ତ୍ର ବିକାଶ ପରିଷଦ ଅଧ୍ୟକ୍ଷ ରଦନ ମଲ୍ଲିକ କହିଲେ, ଏହି ପର୍ବରେ ଭାଇଚାରା ସୃଷ୍ଟି ହୋଇଥାଏ। ସେ ନିଜେ ଜଣେ କଳାପ୍ରିୟ ଲୋକ ହୋଇଥିବାରୁ ନୂଆଖାଇ ପର୍ବକୁ ନିଜ ଗାଡ଼ିରେ ଚାଙ୍ଗୁ ସହିତ ଜଣେ କଳାକାରଙ୍କୁ ସାଙ୍ଗରେ ଆଣିଥିଲେ ଏବଂ ମଞ୍ଚରେ ନିଜେ ଚାଙ୍ଗୁ ବଜାଇଥିଲେ । ଉପସ୍ଥିତ ଜନସାଧାରଣ, ଅତିଥି ଏବଂ ବିଭିନ୍ନ ଅନୁଷ୍ଠାନରୁ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରିବାକୁ ଅସିଥୁବା କଳାକାର ତଥା ଛାତ୍ରଛାତ୍ରୀ ଏବଂ ଗଣମାଧ୍ୟମର ପ୍ରତିନିଧିମାନେ ଏହାର ଭରପୂର ମଜାନେଇଥିଲେ । ବିଭିନ୍ନ ଶିକ୍ଷାନୁଷ୍ଠାନରୁ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରିବାକୁ ଆସିଥ‌ିବା ଛାତ୍ରଛାତ୍ରୀ ମାନଙ୍କୁ ଉତ୍ସାହିତ କରିବା ପାଇଁ ପ୍ରତି ଦଳକୁ ୫୦୦ ଟଙ୍କା ଲେଖାଏଁ ମଧ୍ୟ ପ୍ରଦାନ କରିଥିଲେ । ଏହି ସଭାଗୃହର ବିକାଶ ପାଇଁ ବିକାଶ ପରିଷଦ ତରଫରୁ ଆର୍ଥିକ ସହଯୋଗ ରହିବ ବୋଲି ସୂଚନା ଦେଇଥିଲେ । ସେହିପରି, ଫୁଲବାଣୀ ଗୋଷ୍ଠୀ ଉନ୍ନୟନଅଧିକାରୀ ପ୍ରବୀଣ କୁମାର ବାଣୁଆ କହିଲେ, ଏହି ପର୍ବ ତାଙ୍କ ପଶ୍ଚିମ ଓଡ଼ିଶାର ଏକ ପ୍ରମୁଖ ପର୍ବ | ବର୍ଷକୁ ମାତ୍ର ଥରେ ସେ ନିଜ ଗାଁକୁ ଯାଇଥାନ୍ତି କେବଳ ଏହି ପର୍ବରେ ଭାଇ ବନ୍ଧୁ କୁଟୁମ୍ବମାନଙ୍କ ସହିତ ଭେଟ ଭାଟ୍ ହେବା ପାଇଁ I ତେଣୁ ଏଭଳି ଏକ କାର୍ଯ୍ୟକ୍ରମରେ ସେ ଯୋଗଦେଇଥିବାରୁ ନିଜ ଖୁସିକୁ ପରିପ୍ରକାଶ କରିବାକୁ ଭାଷା ପାଉନଥ‌ିବା କହିଥିଲେ। ଭାରତୀୟ ଷ୍ଟେଟ୍ ବ୍ୟାଙ୍କର ଜିଲ୍ଲା ଅଗ୍ରଣୀ ବ୍ୟାଙ୍କ ଅଧିକାରୀ ହରେକୃଷ୍ଣ ଜେନା, ଜିଲ୍ଲା ନିୟୋଜନ ଅଧିକାରୀ ପୁରୁଷୋତ୍ତମ ମହାପାତ୍ର ଅତିଥିଭାବେ ଯୋଗଦେଇ କଳାକାର ମାନଙ୍କୁ ଉତ୍ସାହିତ କରିଥିଲେ । ଜିଲ୍ଲା ସଂସ୍କୃତି ଅଧିକାରୀ ଧନ୍ୟବାଦ ଅର୍ପଣ କରିଥିଲେ । ପରେ ପରେ, ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଦେବାଶିଷ ମିଶ୍ର ଓ ଅଶୋକ କୁମାର ମହାନ୍ତି ଏହି କାର୍ଯ୍ୟକ୍ରମ ଗୁଡ଼ିକୁ ପରିଚାଳନା କରିଥିଲେ ।ସାଂସ୍କୃତିକ ଅନୁଷ୍ଠାନ ନଟରାଜ କଳାମନ୍ଦିର, ଫୁଲବାଣୀ, ଡ୍ୟାନ୍ସ ଏକାଡେମୀ, ଫୁଲବାଣୀ, ଫ୍ରେଣ୍ଡ୍ କ୍ଲବ, ଫୁଲବାଣୀ, ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ, ଫୁଲବାଣୀ, ଏ.ଜେ.ଓ. ସରକାରୀ ଉଚ୍ଚ ବିଦ୍ୟାଳୟ, ଫୁଲବାଣୀ ଏବଂ ସ୍ଵାମୀ ଚିଦାନନ୍ଦ ସ୍କୁଲ, ଫୁଲବାଣୀ ଏହି ସାଂସ୍କୃତିକ କାର୍ଯ୍ୟକ୍ରମରେ ଅଂଶ ଗ୍ରହଣ କରି ନୂଆଖାଇ ଉପରେ ଆଧାରିତ ଚିତ୍ତାକର୍ଷକ ନୃତ୍ୟ ପରିବେଷଣ କରିଥିଲେ।

nis-ad
Leave A Reply

Your email address will not be published.