ଶିକ୍ଷାପାଇଁ ପୋଷଣ ଉଦ୍ଦେଶ୍ୟରେ ଆଞ୍ଚଳିକ ସାଧାନ କେନ୍ଦ୍ରସ୍ତରୀୟ ଶିଶୁ ମହୋତ୍ସବ – ୨୦୨୩

ଉମରକୋଟ : ଓଡ଼ିଶା ସରକାରଙ୍କ ଦ୍ଵାରା ଶିକ୍ଷାର ବିକାଶ ପାଇଁ ବର୍ତ୍ତମାନ ବିଭିନ୍ନ କାର୍ଯ୍ୟକ୍ରମ ହାତକୁ ନିଆଯାଇଛି । ଏହି କ୍ରମେ
ଶିକ୍ଷା ପାଇଁ ପୋଷଣ ଉଦ୍ଦ୍ୟେଶରେ ସୁରଭି କାର୍ଯ୍ୟକ୍ରମ ଅନ୍ୟତମ । ସୂଚନା ପ୍ରକାରେ ଆଜି କୁର୍ସି ପଞ୍ଚାୟତ ଏବଂ ତୋହରା ପଞ୍ଚାୟତର ମୋଟ ୧୮ ଗୋଟି ସ୍କୁଲକୁ ନେଇ ଏକ ଆଞ୍ଚଳିକ ସାଧାନକେନ୍ଦ୍ର ସ୍ତରୀୟ ଶିଶୁ ମହୋତ୍ସବ ବିଶାଳ ସମାରହରେ ପାଳନ କରାଯାଇଛି । ଏହି କାର୍ଯ୍ୟକ୍ରମରେ ୧୮ ଟି ସ୍କୁଲର ଛାତ୍ର ଛାତ୍ରୀ ଯୋଗଦାନ କରି ସଂଗୀତ, ଚିତ୍ର, ରଚନା ଲେଖନୀ, ନୃତ୍ୟ, ଗୀତ ତଥା ହସ୍ତ ଲିଖନ ଭଳି ବିଭିନ୍ନ ପ୍ରତିଯୋଗିତାରେ ଅଂଶ ଗ୍ରହଣ କରିଛନ୍ତି । କୃତି ପ୍ରତିଯୋଗୀଙ୍କ ମଧ୍ୟରୁ ପ୍ରଥମ ଓ ଦ୍ୱିତୀୟ ପ୍ରତିଯୋଗୀଙ୍କୁ ଉପହାର ସହ ମାନପତ୍ର ପ୍ରଦାନ କରାଯାଇଛି । ଆଖପାଖ ଅଞ୍ଚଳର ଅବିଭାବକଙ୍କ ସମେତ ସମସ୍ତ ସ୍ୱୟଂ ସହାୟିକା ଗୋଷ୍ଠି ଏହି କାର୍ଯ୍ୟକ୍ରମ ଅବସରରେ ଯୋଗ ଦେଇଥିଲେ । ଏହି କାର୍ଯ୍ୟକ୍ରମରେ ପ୍ରାୟ ୩୦ଜଣ ଶିକ୍ଷକ ଯୋଗଦାନ କରି କାର୍ଯ୍ୟକ୍ରମ ପରିଚାଳନରେ ସହଯୋଗ କରିଥିଲେ । ମୁଖ୍ୟପରିଚାଳକ ଭାବେ ଶିକ୍ଷା ବିଭାଗର ଇଶ୍ୱର ଚନ୍ଦ୍ର ସ୍ୱାଇଁ,ପ୍ରତାପ ଚନ୍ଦ୍ର ନାୟକ, ତପନ ରାୟ, ଦୀପକ ପ୍ରଧାନ, ଲିଟୁ ସାହୁ ଓ ଧନସିଂ ରାଉତ ପ୍ରମୁଖ ପରିଚାଳନା ସହ ଏହି ଆୟୋଜନକୁ ସୁନ୍ଦର ସରସ କରିଥିଲେ । ଶେଷରେ ସମସ୍ତଙ୍କୁ ମଧ୍ୟାହ୍ନ ଭୋଜନ ଖାଇବାକୁ ଦେବା ସହ ଧନ୍ୟବାଦ ଦେଇ ସଭା ସମାପନ କରାଯାଇଥିଲା ।

nis-ad
Leave A Reply

Your email address will not be published.