ପାଣିଡ୍ରମରେ ବୁଡି ଶିଶୁ ପୁତ୍ର ମୃତ…

ଛତ୍ରପୁର : ଆର୍ଯ୍ୟପଲ୍ଲୀ ସାମୁଦ୍ରିକ ଥାନା ଅନ୍ତର୍ଗତ ସାନ ଆର୍ଯ୍ୟପଲ୍ଲୀ ସ୍ଥିତ ଓଡ୍ରାଫ କଲୋନୀ ଠାରେ ଏକ ଦୁଖଃଦ ଘଟଣା ଦେଖିବାକୁ ମିଳିଛି । ପାଣି ଡ୍ରମରେ ବୁଡି ଏକ ଶିଶୁର ମୃତ୍ୟୁ ଘଟିଛି । ମୃତ ଶିଶୁ ଜଣକ ହେଲେ ୱାଇ ଅଜିତ୍ ବୋଲି ଜଣାପଡିଛି । ମିଳିଥିବା ସୂଚନା ମୁତାବକ ସାନଆର୍ଯ୍ୟପଲ୍ଲୀ ଗ୍ରାମ କୁ ଗତ ଦେଢ ମାସ ତଳେ ୱାଇ ଡିଲମ୍ମା ତାଙ୍କ ସ୍ୱାମୀ ଏବଂ ଦେଢବର୍ଷର ଶିଶୁପୁତ୍ରଙ୍କୁ ଧରି ତାଙ୍କ ଭାଇ ଘରକୁ ଆସି ରହୁଥିଲେ । ମଙ୍ଗଳବାର ଡିଲମ୍ମା ତାଙ୍କ ଘରେ କୈାଣସି କାମ ବେଳେ ତାଙ୍କ ଦେଢ ବର୍ଷ ପୁଅ ଅଜିତ ଘରଭିତରେ ପାଣି ଡ୍ରମ ନିକଟରେ ଖେଳୁଥିଲେ । କିଛି ସମୟ ପରେ ଡିଲମ୍ମା ତାଙ୍କ ପୁଅ କୁଆଡେ ଗଲେ ବୋଲି ଖୋଜା ଖୋଜି କରିଥିଲେ । ମାତ୍ର ପୁଅ କୁ ପାଇଲେ ନଥିଲେ ପରେ ଦେଖିଲେ ତାଙ୍କ ଘରେ ଥିବା ପାଣି ଡ୍ରମରେ ପଡିଯାଇଛି ।ତାପରେ ପୁଅକୁ ଉଦ୍ଧାର କରି ଛତ୍ରପୁର ମେଡିକାଲରେ ଭର୍ତ୍ତି କରିଥିଲେ । ସେଠାରେ ଉପସ୍ଥିତ ଥିବା ଡାକ୍ତର ଶିଶୁପୁତ୍ରକୁ ମୃତ ଘୋଷଣା କରିଥିଲେ । ମା ଆଖି ଆଗରେ ପୁଅର ଜୀବନ ଚାଲି ଯାଇଥିବାରୁ ମା ବାଉନି ବାଉନି କାନ୍ଦିବା ସହିତ ଗ୍ରାମରେ ଏକ ଶୋକାକୁଳ ପରିବେଶ ସୃଷ୍ଟି ହୋଇଛି ।

nis-ad
Leave A Reply

Your email address will not be published.