ବ୍ଲକ ସ୍ତରୀୟ ବିପର୍ଯ୍ୟୟ ପରିଚାଳନା କର୍ମଶାଳା : ଶୂନ୍ୟ ମୃତାହତ ଉପରେ ଗୁରୁତ୍ବାରୋପ

ଭଞ୍ଜନଗର : ବନ୍ୟା ଓ ବାତ୍ୟା ଭଳି ପ୍ରାକୃତିକ ବିପର୍ଯ୍ୟୟ ଓଡ଼ିଶାର ଚିର ସହଚର।ପ୍ରତି ବର୍ଷ ଅକ୍ଟୋବର ମାସ ଆସିଲେ ବନ୍ୟା ଓ ବାତ୍ୟା କୁ ନେଇ ଓଡିଶା ବାସୀଙ୍କ ମଧ୍ୟରେ ଛନକା ପଶିଥାଏ।ହେଲେ ଆସୁଥିବା ପ୍ରାକୃତିକ ବିପର୍ଯ୍ୟୟ କୁ କିପରି ସମନ୍ୱୟ ରଖି ଆଗୁଆ ମୁକାବିଲା କରାଯିବ ସେନେଇ ବ୍ଲକ ସ୍ତରୀୟ ଏକ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ମଙ୍ଗଳବାର ଭଞ୍ଜନଗର ବ୍ଲକ ସଭା ଗୃହରେ ଅନୁଷ୍ଠିତ ହୋଇଯାଇଛି। ଉକ୍ତ କାର୍ଯ୍ୟକ୍ରମ ରେ ଭଞ୍ଜନଗର ତହସିଲଦାର ଅଚ୍ୟୁତାନନ୍ଦ ଯାନୀ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଶୁନ୍ୟ ମୃତାହତ କୁ ଦୃଷ୍ଟିରେ ରଖି ବ୍ଲକ ଓ ପଞ୍ଚାୟତର ସମସ୍ତ ସରକାରୀ ଅଧିକାରୀ ଓ ନିର୍ବାଚିତ ପଞ୍ଚାୟତ ର ଜନପ୍ରତିନିଧି ଙ୍କ ସହ ସମନ୍ୱୟ ରଖି ପରିଚାଳନା କରିବାକୁ କହିଥିଲେ।

ଏହି ଅବସରରେ ଜିଲ୍ଲା ଜରୁରୀକାଳୀନ କାର୍ଯ୍ୟାଳୟର ପ୍ରକଳ୍ପ ଅଧିକାରୀ ଦେବେନ୍ଦ୍ର ନାୟକ ଯୋଗଦେଇ ବିପର୍ଯ୍ୟୟ ପରିଚାଳନା ବାବଦରେ ତାଲିମ୍ ଦେଇଥିଲେ। ବନ୍ୟା କିମ୍ବା ବାତ୍ୟା ଭଳି ଯୋକୌଣସି ପ୍ରାକୃତିକ ବିପର୍ଯ୍ୟୟ ଆସିବା ପୁର୍ବରୁ ବିଭିନ୍ନ ବିଭାଗ ସହ ସ୍ଥାନୀୟ ଜନପ୍ରତିନିଧି ଙ୍କ ମିଳିତ ସମନ୍ୱୟ ରଖି ପ୍ରସ୍ତୁତ ରହିବା ପାଇଁ ଗୁରୁତ୍ବାରୋପ ଦିଆଯାଇଛି।ଏହା ସହ ବିପର୍ଯ୍ୟୟ ସମୟରେ ଗର୍ଭବତୀ, ପ୍ରସୁତି ମହିଳା, ଛୋଟ ଶିଶୁ,ବୃଦ୍ଧ ଓ ବୃଦ୍ଧା ଙ୍କୁ ନିରାପଦ ସ୍ଥାନକୁ ସ୍ଥାନାନ୍ତରିତ କରିବା ସହ ବ୍ୟବହୃତ ହେବାକୁ ଥିବା ସମସ୍ତ ଯନ୍ତ୍ରାଂଶ କୁ ଆଗୁଆ ପ୍ରସ୍ତୁତ କରି ରଖିବା ଦିଗରେ ଅବଗତ କରାଯାଇଥିଲା।

କାର୍ଯ୍ୟକ୍ରମ ରେ ଭଞ୍ଜନଗର ପଞ୍ଚାୟତ ସମିତିର ଅଧ୍ୟକ୍ଷ ନରିସଭା ନାୟକ, କନିଷ୍ଠ ଯନ୍ତ୍ରୀ ଶ୍ୟାମଘନ ପ୍ରଧାନ, ଉପଖଣ୍ଡ ସୁଚନା ଓ ଲୋକ ସଂପର୍କ ଅଧିକାରୀ ଗୌରୀ ଶଙ୍କର ଶତପଥୀ, ସିଡିପିଓ ବିଷ୍ଣୁପ୍ରିୟା ସେଠୀ ପ୍ରମୁଖ ମଞ୍ଚାସିନ ରହିଥିଲେ। ଭଞ୍ଜନଗର ବ୍ଲକର ତୁରୁମୁ,ବାଉଁଶଲୁଣ୍ଡି, ଡିହପଢାଳ,ଗାଲେରୀ, ହରିଗଡ,ଦୋମୁହାଣୀ,ତିଳିସିଙ୍ଗି,ବ୍ରାହ୍ମଣପଦର,କୁଲାଡ ଓ ଗୋଲାପଡା ପଞ୍ଚାୟତର ଜନପ୍ରତିନିଧି ସମେତ ଅଗ୍ନିଶମ, ଗ୍ରାମ୍ୟ ଜଳଯୋଗାଣ, ବିଦ୍ୟୁତ,ଶିକ୍ଷା,କୃଷି,ଉଦ୍ୟାନ କୃଷି,ପଶୁସମ୍ପଦ,ଜଙ୍ଗଲ, ଗ୍ରାମ୍ୟଉନ୍ନୟନ ଓ ପୁର୍ତ୍ତ ବିଭାଗ ସମେତ ଅନ୍ୟାନ୍ୟ ବିଭାଗର ଅଧିକାରୀ ଉପସ୍ଥିତ ଥିଲେ

nis-ad
Leave A Reply

Your email address will not be published.