ଜିଲ୍ଲା ଶିକ୍ଷା ଓ ପ୍ରଶିକ୍ଷଣ ପ୍ରତିଷ୍ଠାନ,ମାଲକାନଗିରି ଆନୁକୁଲ୍ୟରେ ଅଧ୍ୟକ୍ଷଙ୍କ ନିମନ୍ତେ ବିଦାୟକାଳୀନ ସମ୍ବର୍ଦ୍ଧନା ସମାରୋହ…

ମାଲକାନଗିରି/ଚିତ୍ରକୋଣ୍ଡା:

ଶ୍ରୀମଦ୍ ଭାଗବତ ଗୀତାର ଦ୍ଵିତୀୟ ଅଧ୍ୟାୟର ସପ୍ତବିଂଶତମ ଶ୍ଲୋକ କହେ “ଜାତସ୍ୟ ହି ଧ୍ରୁବୋ ମୃତ୍ୟୁର୍ଧ୍ରୁବଂ ଜନ୍ମ ମୃତସ୍ୟ ଚ”। ଅର୍ଥାତ୍, ଯିଏ ଜନ୍ମ ହୋଇଛି ତାର ମୃତ୍ୟୁ ନିଶ୍ଚିତ । ଯାହାର ମୃତ୍ୟୁ ହୋଇଛି ତାର ପୁର୍ନଜନ୍ମ ନିଶ୍ଚିତ । ତେଣୁ ଏହି ଅନିବାର୍ଯ୍ୟ ଘଟଣା ପାଇଁ ଶୋକ କରିବା ଉଚିତ ନୁହେଁ । ଜୀବନରେ ସବୁଠାରୁ ବଡ ସତ୍ୟ ଯଦିଓ ସମସ୍ତେ ଦିନେ ନା ଦିନେ ମୃତ୍ୟୁ ମୁଖରେ ପଡ଼ିବେ ତଥାପି ମନସ୍ତତ୍ତ୍ୱ ବିତ୍‌ମାନେ ମୃତ୍ୟୁର ଭୟକୁ ଜୀବନର ସବୁଠାରୁ ବଡ଼ ଭୟ ରୂପେ ବିବେଚନା କରନ୍ତି । ତେବେ ଯେକୌଣସି ଅନୁଷ୍ଠାନ ନିମନ୍ତେ ଅବସର ତଥା ବିଦାୟକାଳୀନ ସମ୍ବର୍ଦ୍ଧନା ମୃତ୍ୟୁ ଭଳି ଏକ ଅପୂରଣୀୟ ଶୂନ୍ୟସ୍ଥାନ ହିଁ ତିଆରି କରିଥାଏ । ଏଭଳି ଏକ ଦୁଃଖଦ ଘଟଣା ଆଜି ଦେଖିବାକୁ ମିଳିଛି ମାଲକାନଗିରି ଜିଲ୍ଲାର ଜିଲ୍ଲା ଶିକ୍ଷା ଓ ପ୍ରଶିକ୍ଷଣ ପ୍ରତିଷ୍ଠାନ,ମାଲକାନଗିରି ପରିପ୍ରେକ୍ଷୀରେ । ଆଜି ଅନୁଷ୍ଠାନର ଅଧ୍ୟକ୍ଷ ଶ୍ରୀ ମହେନ୍ଦ୍ରନାଥ ସେଠୀ ଅବସର ଗ୍ରହଣ କରିଛନ୍ତି ।
ସଭାକାର୍ଯ୍ୟ ଆରମ୍ଭରୁ ଅନୁଷ୍ଠାନର ଗୁରୁଛାତ୍ରଛାତ୍ରୀ ମାନଙ୍କ ଦ୍ଵାରା ଅତିଥି ମାନଙ୍କୁ ପୁଷ୍ପଗୁଚ୍ଛ ଦ୍ଵାରା ସ୍ଵାଗତ କରାଯାଇଥିଲା । ପରେ ଅତିଥି ତଥା ଅନୁଷ୍ଠାନର ଶିକ୍ଷକ ପ୍ରଶିକ୍ଷକ ମାନଙ୍କ ଦ୍ଵାରା ଜଗନ୍ନାଥଙ୍କ ତୈଳଚ୍ଛିତ୍ରରେ ପୁଷ୍ପମାଲ୍ୟ ଅର୍ପଣ କରାଯାଇଥିଲା । ଅନୁଷ୍ଠାନର ପ୍ରଶିକ୍ଷାର୍ଥି  ମାନଙ୍କ ଦ୍ବାରା ସ୍ଵାଗତ ସଙ୍ଗୀତ ଗାନ ପରେ ଅନୁଷ୍ଠାନର ବରିଷ୍ଠ ଶିକ୍ଷକ ପ୍ରଶିକ୍ଷକ ଯୋଗେଶ୍ୱର ଘୋଷ ମହାପାତ୍ର ସଭାକାର୍ଯ୍ୟ ପରିଚାଳନା ତଥା ସଭାପତିତ୍ୱ କରିଥିଲେଏବଂ ଭାବପ୍ରବଣ ତଥା କୋହଭରା କଣ୍ଠରେ ସଭାପତିତ୍ବ ସହ ସଭା କାର୍ଯ୍ୟର ଆରମ୍ଭ କରିଥିଲେ । ଉପସ୍ଥିତ ଗୁରୁଛାତ୍ର ଛାତ୍ରୀ ମାନଙ୍କ ଦ୍ଵାରା ଅଧ୍ୟକ୍ଷଙ୍କୁ ନେଇ ରଖିଥିବା ଅଭିଜ୍ଞତା ବ୍ଯକ୍ତ କରିବା ସମେତ ଅତିଥି ତଥା ଅନୁଷ୍ଠାନର ଶିକ୍ଷକ ପ୍ରଶିକ୍ଷକ ମାନଙ୍କ ଦ୍ଵାରା ୩୦ ଡିସେମ୍ବର ୨୦୨୧ ରେ ଅନୁଷ୍ଠାନରେ ଅଧ୍ୟକ୍ଷ ଭାବେ ଦାୟିତ୍ଵ ଗ୍ରହଣ କରିଥିବା ଶ୍ରୀ ମହେନ୍ଦ୍ରନାଥ ସେଠୀଙ୍କ ଦ୍ଵାରା ସୂଚାରୁ ରୂପେ ସମ୍ପାଦନ କରିଥିବା ଦାୟିତ୍ୱ ସମ୍ପର୍କରେ ଅଭିଭାଷଣ ରଖିଥିଲେ। ଏହା ସହ ଅବସରର ପାହାଚରେ ଅବତୀର୍ଣ୍ଣ ଅଧ୍ୟକ୍ଷ ବିତେଇ ଥିବା ସମସ୍ତ ମୁହୂର୍ତ୍ତ ଗୁଡ଼ିକ ଅତ୍ୟନ୍ତ ମ୍ରିୟମାଣ ହୋଇ ପ୍ରକାଶ କରିଥିଲେ । ଶେଷରେ ଅବସର ଗ୍ରହଣ ପରେ ଅଧ୍ୟକ୍ଷଙ୍କ ଆଗତ ଭବିଷ୍ୟତ ଜୀବନ ସୁସ୍ଥ ଓ ମଙ୍ଗଳମୟ ତଥା ଚଲାପଥ ସମୃଦ୍ଧ ଓ କୁସୁମିତ ହେଉ ବୋଲି ସଭାରେ ଉପସ୍ଥିତ ସମସ୍ତ ସଦସ୍ୟ କାମନା କରିଥିଲେ।
ତେବେ ଏହି ଅବସରରେ ମୁଖ୍ୟ ଅତିଥି ଭାବେ କଳାହାଣ୍ଡି ଜିଲ୍ଲା ଶିକ୍ଷା ଓ ପ୍ରଶିକ୍ଷଣ ପ୍ରତିଷ୍ଠାନର ଅବସରପ୍ରାପ୍ତ ଅଧ୍ୟକ୍ଷ ଶ୍ରୀ ନୃସିଂହ ପାଣିଗ୍ରାହୀ, ସମ୍ମାନୀତ ଅତିଥି ଭାବେ କୋରାପୁଟ ଜିଲ୍ଲା ଶିକ୍ଷା ଓ ପ୍ରଶିକ୍ଷଣ ପ୍ରତିଷ୍ଠାନର ଅବସରପ୍ରାପ୍ତ ଅଧ୍ୟକ୍ଷ ଡ଼ଃ.ନୀଳାଞ୍ଚଳ ପ୍ରଧାନ,ରାୟଗଡ଼ା ଜିଲ୍ଲା ଶିକ୍ଷା ଓ ପ୍ରଶିକ୍ଷଣ ପ୍ରତିଷ୍ଠାନର କାର୍ଯ୍ୟରତ ଅଧ୍ୟକ୍ଷ ଶ୍ରୀ ଏମ୍.ଜି. ଶୈଳରାଜ୍, ଶିକ୍ଷକ ପ୍ରଶିକ୍ଷକ ଶ୍ରୀ ଲଳିନ୍ଦ୍ର ମୋହନ ମାରାଣ୍ଡି, ଅନୁଷ୍ଠାନର କନିଷ୍ଠ କିରାଣୀ ଶ୍ରୀ ରବୀନ୍ଦ୍ରନାଥ ମୁଦୁଲି ତଥା ଚିତ୍ରକୋଣ୍ଡା ୫T ଉଚ୍ଚ ବିଦ୍ୟାଳୟ ପ୍ରଧାନ ଶିକ୍ଷୟିତ୍ରୀ ଜାନକୀ ହନ୍ତାଳ ପ୍ରମୁଖ ଏହି ଅବସର ତଥା ବିଦାୟକାଳୀନ ସମ୍ବର୍ଦ୍ଧନା ସଭାରେ ଉପସ୍ଥିତ ରହିଥିଲେ।

nis-ad
Leave A Reply

Your email address will not be published.