ରକ୍ତଦାନ କରି ନୂତନ ଜୀବନ ପ୍ରଦାନ କଲେ ଡ୍ରାଇଭର ମହାସଂଘର ଦୁଇ ଯୁବକ…


ଉମରକୋଟ ( ୨୮/୦୯) : ରକ୍ତ ଦାନ କରି ଦୁଇ ଯୁବକ ଏବେ ବେଶ ଚର୍ଚ୍ଚାର ବିଷୟ ପାଲଟିଛି l ଗୋପବନ୍ଧୁଙ୍କ ବାଣୀରେ ଅଛି “ମୋ ଜୀବନ ପଛେ ନର୍କେ ଯାଉ ହେଲେ ଜଗତ ଉଦ୍ଧାର ହେଉ ” କବିଙ୍କ ଏହି ବାଣୀ ପାଥେୟ କରି ମହାନତାର ପରିଚୟ ଦେଲେ ଉମରକୋଟ ବ୍ଲକର ବଡ଼କୁମାରୀ ପଞ୍ଚାୟତର ବଡ଼କୁମାରୀ ଗ୍ରାମର ଓଡ଼ିଶା ଡ୍ରାଇଭର ମହାସଂଘର ଦୁଇ ଯୁବକ l ସେମାନେ ହେଲେ ଯଥାକ୍ରମେ ପରମେଶ୍ୱର ଭତରା ଓ ଅମର ଦାସ ଭତରା l ସିଂସାରୀ ଗ୍ରାମର ସାବିତ୍ରୀ ମାଝୀ ସ୍ୱାମୀ ପ୍ରଫୁଲ୍ଲ ମାଝୀ ଅନେକ ଦିନ ହେବ ରକ୍ତ ଅଭାବ ଜଣିତ ରୋଗରେ ଆକ୍ରାନ୍ତ ହୋଇ ନବରଙ୍ଗପୁର ଜୋର୍ମାନୀ ଖ୍ରୀଷ୍ଟିଆନ ହସ୍ପିଟାଲରେ ଚିକିତ୍ସିତ ହେଉଥିଲା | କିନ୍ତୁ ହସ୍ପିଟାଲର ବ୍ଲଡ ବ୍ୟାଙ୍କରେ ସାବିତ୍ରୀ ମାଝିଙ୍କ ଗ୍ରୁପର ରକ୍ତ ନ ଥିବାରୁ ଏହି ଖବର ଓଡ଼ିଶା ଡ୍ରାଇଭର ମହାସଂଘର କର୍ଣ୍ଣ ଗୋଚର ହେବା ପରେ ଦୁଇ ଯୁବକ ପରମେଶ୍ୱର ଓ ଅମର ଦାସ, କାଳ ବିଳମ୍ବ ନ କରି ସନ୍ଧ୍ୟା ଛଟା ବେଳେ ନବରଙ୍ଗପୁର ଜୋର୍ମାନୀ ଖ୍ରୀଷ୍ଟିଆନ ହସ୍ପିଟାଲରେ ପହଁଞ୍ଚି ଦୁଇ ୟୁନିଟ ରକ୍ତ ସାବିତ୍ରୀ ମାଝୀଙ୍କୁ ପ୍ରଦାନ କରି ମହାନତାର ପରିଚୟ ଦେଇ ଉମରକୋଟ ବ୍ଲକରେ ସମସ୍ତଙ୍କ ପ୍ରଶଂସାର ପାତ୍ର ପାଲଟିଛନ୍ତି l ଏହି ପରି ମହାନ କାର୍ଯ୍ୟ କରିବା ପାଇଁ ଜଣସାଧାରଙ୍କୁ ଏହି ଦୁଇ ଜଣଙ୍କୁ ସାଧୁ ପ୍ରାର୍ଥନା କରିଛନ୍ତି l ବଡ଼କୁମାରୀ ଗ୍ରାମର ଆବାଳ ବୃଦ୍ଧ ବନିତା ଏହି ପରି ମହାନ କାର୍ଯ୍ୟ ପାଇଁ ଦୁଇ ଜଣଙ୍କ ସାଧୁ ବାଦ ଜଣାଇବା ସଙ୍ଗେ ସଙ୍ଗେ ଭୁରି ଭୁରି ପ୍ରସଂସା କରିଛନ୍ତି l

nis-ad
Leave A Reply

Your email address will not be published.