ଗଂଜାମ ଜିଲ୍ଲା ବିଦ୍ୟାଳୟ ସମୂହ କ୍ରୀଡା ପ୍ରତିଯୋଗିତା-୨୦୨୩-୨୪ ଉଦଯାପିତ…

ଛତ୍ରପୁର : ସ୍ଥାନୀୟ ଅନସ୍ଲୋ ସରକାରୀ ଉଚ୍ଚ ବିଦ୍ୟାଳୟ ମିନି ଷ୍ଟାଡିୟମ ପରିସରେ ଜିଲ୍ଲା ଶିକ୍ଷାଅଧିକାରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ଚାଲିଥିବା ଗଂଜାମ ଜିଲ୍ଲା ବିଦ୍ୟାଳୟ ସମୂହ କ୍ରୀଡା ପ୍ରତିଯୋଗିତା -୨୦୨୩-୨୪ ଆଜି ଉଦଯାପିତ ହୋଇଯାଇଛି । ଜିଲ୍ଲା ଶିକ୍ଷା ଅଧିକାରୀଣୀ ଅମିତା ପଟ୍ଟନାୟକଙ୍କ ପୈାରହିତ୍ୟ ରେ ଅନୁଷ୍ଠିତ ଉଦଯାପନୀ ସମାରୋହରେ ମୁଖ୍ୟ ଅତିଥୀ ଭାବେ ଗଂଜାମ ଜିଲ୍ଲାପରିଷଦର ମୁଖ୍ୟ ଉନ୍ନୟନ ଅଧିକାରୀ ଭି.କୀର୍ତ୍ତି ଭାସନ ୱ ଯୋଗଦେଇ କ୍ରୀଡାବିତ୍ ମାନଙ୍କୁ ଉତ୍ସାହିତ କରିବା ସହିତ ପୁରସ୍କାର ବିତରଣ କରିଥିଲେ । । ଡେପୁଟି କଲେକ୍ଟର ତଥା ଜିଲ୍ଲା କ୍ରୀଡା ଅଧିକାରୀ ସୁକାନ୍ତ ଚନ୍ଦ୍ର ମିଶ୍ର, ଜିଲ୍ଲା ଶାରୀରିକ ଶିକ୍ଷା ନୀରିକ୍ଷକ ଭାଗିରଥି ସ୍ୱାଇଁ , ଅତିରିକ୍ତ ଜିଲ୍ଲା ଶିକ୍ଷା ଅଧିକାରୀ ପବିତ୍ର ମୋହନ ସାହୁ ଓ ରାଜେଶ କୁମାର ପ୍ରଧାନ , ଅନସ୍ଲୋ ସରକାରୀ ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷୟତ୍ରୀ ସୁଚିତ୍ରା ପାଣିଗ୍ରାହୀ ଓ ପବ୍ଲିକ ସ୍କୁଲର ପ୍ରିନ୍ସପାଲ ଜ୍ୟେସ୍ନାରାଣି ପଟ୍ଟନାୟକ ପ୍ରମୁଖ ସମ୍ମାନୀତ ଅତିଥୀ ଭାବେ ଯୋଗଦେଇଥିଲେ । ଏହି ପ୍ରତିଯୋଗିତାରେ ଜିଲ୍ଲାର ୬୫୦ ଜଣ ୧୪ବର୍ଷ ଓ ୧୭ବର୍ଷରୁ କମ୍ ବାଳକ ଓ ବାଳିକା ମାନେ ଦୈାଡକୁଦ, କବାଡି, ଖୋ-ଖୋ, ଫୁଟବଲ ଓ ଯୋଗାସନ ସମେତ ବିଭିନ୍ନ ଖେଳରେ ଅଂଶ ଗ୍ରହଣ କରିଥିଲେ । ଏଥିରେ ଉତ୍ତମ ପ୍ରଦର୍ଶନ କରିଥିବା ଦଳ ଏବଂ କ୍ରୀଡାବିତ୍ ମାନଙ୍କୁ ଅତିଥୀ ମାନଙ୍କ ଦ୍ୱାରା ପୁରସ୍କାର ବିତରଣ କରାଯାଇଥିଲ।। ବିଭିନ୍ନ ବର୍ଗରେ ଭଲ ପ୍ରଦର୍ଶନ କରିଥିବା ଖେଳାଳୀ ମାନେ ରାଜ୍ୟସ୍ତରୀୟ ପ୍ରତିଯୋଗିତା ରେ ଅଂଶ ଗ୍ରହଣ କରିବେ ବୋଲି ସୂଚନା ମିଳିଛି । କ୍ରୀଡା ଶିକ୍ଷକ ପ୍ରକାଶ ପାଣିଗ୍ରାହୀ, ଅରୁଣ ମାନସିଂ ଙ୍କ ସମେତ ଜିଲ୍ଲାର ବହୁ କ୍ରୀଡା ଶିକ୍ଷକ ମାନେ ଯୋଗଦେଇ ଏହାକୁ ପରିଚାଳନା କରିଥିଲେ ।

nis-ad
Leave A Reply

Your email address will not be published.