ହିଞ୍ଜିଳିକାଟୁ : ହିଞ୍ଜିଳିକାଟୁ ସର୍କିଟ କୋର୍ଟ ରେ ଗୁରୁବାର ଦିନ ଛତ୍ରପୁର ଅତିରିକ୍ତ ଜିଲ୍ଲାଦୌରା ଜଜ ମନୋରଞ୍ଜନ ଦାସ ଏକ ହତ୍ୟା ମାମଲାରେ ତିନିଜଣ ଅଭିଯୁକ୍ତଙ୍କୁ ଆଜୀବନ କାରାଦଣ୍ଡ ଶୁଣାଇଛନ୍ତି | ଘଟଣା ରୁ ପ୍ରକାଶ ଯେ 30/4/2017 ହିଞ୍ଜିଳିକାଟୁ ବ୍ଲକ ଅନ୍ତର୍ଗତ ସାରୁ ଗ୍ରାମର କୋଠ ଘରେ ତାସ ଖେଳ ରୁ ଶୁକଦେବ ନାୟକ ସହ ଦିଲ୍ଲୀ ଦାସ ରମାରଥ ଦାସ ଓ ସୁଧୀର ଦାସ ସହ ଝଗଡା ହୋଇଥିଲା ଶୁକଦେବ ନାୟକ ଘର କୁ ଚାଲିଯାଇଥିଲା ଦିଲ୍ଲୀ ରମା ଓ ସୁଧୀର ଶୁକ ର ଘରେ ପଶି ତାକୁ ଏକ ଧାରୁଆ ଅସ୍ତ୍ର ରେ ଆକ୍ରମଣ କରିଥିଲେ | ତାର ମୃତ୍ୟୁ ହୋଇଥିଲା | ଏନେଇ ଶୁକଦେବ ର ସ୍ତ୍ରୀ ଝିଲି ନାୟକ 1.5.2017ରେ ଥାନାରେ ଲିଖିତ ଅଭିଯୋଗ କରିଥିଲେ ହିଞ୍ଜିଳି ଥାନାର ତତକାଳୀନ ଆଇ ଆଇ ସି ପ୍ରଶାନ୍ତ କୁମାର ସାହୁ ଅଭିଯୋଗ କୁ ଭିତ୍ତି କରି ଘଟଣା ର ତଦନ୍ତ କରି ଦିଲ୍ଲୀ ଦାସ ରମାରଥ ଦାସ ଓ ସୁଧୀର ଦାସ କୁ ଗିରଫ କରି କୋର୍ଟ ଚାଲାଣ କରିଥିଲେ | ଅତିରିକ୍ତ ଜିଲ୍ଲା ଦୌରା ଜିଲାଜର୍ଜ ଛତ୍ରପୁର କୋର୍ଟ 18ଜଣ ସାକ୍ଷୀ ର ବୟାନ କୁ ଭିତ୍ତି କରି ଦିଲ୍ଲୀ ରମାରଥ ଓ ସୁଧୀର କୁ ଆଜୀବନ କାରାଦଣ୍ଡ ରାୟରେ ଦର୍ଶାଇଛନ୍ତି ସରକାର ଙ୍କ ତରଫରୁ ସରକାରୀ ଓକିଲ ଡମିନାଥ ସାହୁ ପରିଚାଳନା କରିଥିଲେ |
Sign in
Sign in
Recover your password.
A password will be e-mailed to you.