ଜାତୀୟ ମୁକବଧିର ଟି -୨୦ କ୍ରିକେଟ ଟୁର୍ନାମେଣ୍ଟର ୪ ର୍ଥ ଦିନରେ ୩ଟି ଷ୍ଟାଡିୟମରେ ୭ଟି ମ୍ୟାଚ…

ଭୁବନେଶ୍ବର(୨୮/୦୯/୨୩) : ଓଡିଶା ରେ ୨୫ ତାରିଖ ଠାରୁ ଆରମ୍ଭ ହୋଇଛି ଜାତୀୟ ମୁକ ବଧିର ଟି ୨୦ କ୍ରିକେଟ ଟୁର୍ନାମେଣ୍ଟ।ଏଥିରେ ୨୦ ଟି ରାଜ୍ୟଦଳ ଭାଗ ନେଇଛନ୍ତି। ଏହି ଖେଳଟି ଭୁବନେଶ୍ବରର ଇଷ୍ଟ କୋଷ୍ଟ ରେଲ ଷ୍ଟାଡିୟମ୍, ହାଇ ଟେକ୍ ମେଡିକାଲ କଲେଜ ଷ୍ଟାଡିୟମ, ଏବଂ ଇଡକୋ କ୍ରିକେଟ ଷ୍ଟାଡିୟମ ଭଳି ୩ ଟି ଷ୍ଟାଡିୟମ୍ ରେ ଅନୁଷ୍ଠିତ ହେଉଛି। ଆଜି ଇଷ୍ଟ କୋଷ୍ଟ ରେଲ ଷ୍ଟାଡିୟମ୍ ରେ ୩ ଟି,ହାଇ ଟେକ୍ ମେଡିକାଲ କଲେଜ ଷ୍ଟାଡିୟମ ରେ ୨ ଟି ଏବଂ ଇଡକୋ କ୍ରିକେଟ ଷ୍ଟାଡିୟମ ରେ ୨ ଟି ମ୍ୟାଚ ଖେଳା ଯାଇଥିଲା।ଇଡକୋ ପଡିଆରେ ଖେଳାଯାଇଥିବା ପ୍ରଥମ ମ୍ୟାଚ ରେ ରାଜସ୍ଥାନ ଦଳ ଓଡିଶା ବିପକ୍ଷ ରେ ବ୍ୟାଟିଂ କରି ୩ ଓ୍ବିକେଟ ବିନିମୟରେ ୬୨ ରନ ସଂଗ୍ରହ କରିଥିଲେ ଯାହାର ପିଛା କରି ଓଡିଶା ଦଳ ୯ ଓଭର ରେ ୪ ଓ୍ବିକେଟ ବିନିମୟରେ ୬୩ ରନ ସଂଗ୍ରହ କରି ବିଜୟ ହୋଇଛନ୍ତି।୨ୟ ମ୍ୟାଚ ରେ ଦିଲ୍ଲୀ ଦଳ ଛତିଶଗଡ ବିପକ୍ଷ ରେ ପ୍ରଥମେ ବ୍ୟାଟିଂ କରି ୩ ଓ୍ବିକେଟ ବିନିମୟ ରେ ୧୦୦ ସଂଗ୍ରହ କରିଥିଲେ ଯାହାର ପିଛା କରି ୩ ଟି ଓ୍ବିକେଟ ବିନିମୟ ରେ ୩୮ ରନ ସଂଗ୍ରହ କରି ପରାସ୍ତ ହୋଇଛନ୍ତି।ସେହିଭଳି ହାଇଟେକ ପଡିଆରେ ଖେଳାଯାଇଥିବା ପ୍ରଥମ ମ୍ୟାଚ ରେ ତେଲେଙ୍ଗାନା ଦଳ ମୁମ୍ବାଇ ବିପକ୍ଷ ରେ ୬ ଓ୍ବିକେଟ ବିନିମୟରେ ୬୧ ରନ ସଂଗ୍ରହ କରିଥିଲେ ଯାହାର ପିଛା କରି ମୁମ୍ବାଇ ଦଳ ୬ ଓଭରରେ ଗୋଟିଏ ଓ୍ବିକେଟ ହରାଇ ୬୨ ରନ ସଂଗ୍ରହ କରି ବିଜୟ ହୋଇଛନ୍ତି।ସେହିଭଳି ୨ୟ ମ୍ୟାଚରେ ମଧ୍ୟପ୍ରଦେଶ ଦଳ ଉତ୍ତରପ୍ରଦେଶ ବିପକ୍ଷ ରେ ପ୍ରଥମେ ବ୍ୟାଟିଂ କରି ୬ ଓ୍ବିକେଟ ବିନିମୟରେ ୯୧ ରନ ସଂଗ୍ରହ କରିଥିଲେ,ଯାହାର ପିଛା କରି ଉତ୍ତରପ୍ରଦେଶ ଦଳ ୯ ଓ୍ବିକେଟ ହରାଇ ୬୦ ରନ ସଂଗ୍ରହ କରି ପରାସ୍ଥ ହୋଇଛନ୍ତି।ଇଷ୍ଟକୋଷ୍ଟ ରେଳ ଷ୍ଟାଡିୟମ ରେ ଖେଳା ଯାଇଥିବା ପ୍ରଥମ ମ୍ୟାଚ ରେ ମହାରାଷ୍ଟ୍ର ଦଳ ପ୍ରଥମେ ବ୍ୟାଟିଂ କରି ୮ ଓ୍ବିକେଟ ବିନିମୟରେ ୫୯ ରନ ସଂଗ୍ରହ କରିଥିଲା ଯାହାର ପିଛା କରି ତାମିଲନାଡୁ ୬ ଓଭର ରେ ୬୦ ରନ କରି ବିଜୟ ହୋଇଛନ୍ତି।୨ୟ ମ୍ୟାଚରେ କର୍ଣ୍ଣାଟକ ପଥମେ ବ୍ୟାଟିଂ କରି ୮ ଓ୍ବିକେଟ ବିନିମୟରେ ୭୨ ରନ ସଂଗ୍ରହ କରିଥିଲେ ଯାହାର ପିଛା କରି ବେଙ୍ଗଲ ୮ ଓଭର ରେ ୨ ଓ୍ବିକେଟ ବିନିମୟରେ ୭୩ ରନ କରି ବିଜୟ ହୋଇଛନ୍ତି।୩ୟ ମ୍ୟାଚରେ ହରିୟାଣା ପ୍ରଥମେ ବ୍ୟାଟିଂ କରି ୬ଓ୍ବିକେଟ ରେ ୧୧୧ ରନ ସଂଗ୍ରହ କରିଥିଲେ ଯାହାର ପିଛା କରି ଚଣ୍ଡୀଗଡ ୬ ଓ୍ବିକେଟ ରେ ୮୫ ରନ ସଂଗ୍ରହ କରି ପରାସ୍ତ ହୋଇଛନ୍ତି।

nis-ad
Leave A Reply

Your email address will not be published.