ମାଲକାନଗିରି : ଜିଲ୍ଲା ଡ଼ି.ଆର.ଡ଼ି.ଏ ସଭା ଗୃହ ଠାରେ ଜିଲ୍ଲାପ୍ରଶାସନ ଓ ଜିଲ୍ଲା ମହିଳା ଓ ଶିଶୁ ବିକାଶ ବିଭାଗର ମିଳିତ ଅନୁକୁଲ୍ୟରେ ଜିଲ୍ଲା ସ୍ତରୀୟ ଷଷ୍ଠ ରାଷ୍ଟ୍ରୀୟ ପୋଷଣ ମାସ ପାଳିତ ହୋଇଯାଇଛି l ଏହି କାର୍ଯ୍ୟକ୍ରମରେ ଅତିରିକ୍ତ ଜିଲ୍ଲାପାଳ ଅଧ୍ୟକ୍ଷତା କରିଥିଲେ ଏବଂ କହିଥିଲେ ସେପ୍ଟେମ୍ବର ୧ ତାରିଖ ରୁ ୩୦ ତାରିଖ ପର୍ଯ୍ୟନ୍ତ ସାରା ରାଜ୍ୟରେ ଅଙ୍ଗନୱାଡ଼ି , ସେକ୍ଟର, ବ୍ଲକ ଓ ଜିଲା ସ୍ତରୀୟ ପୋଷଣ ମାସ ପାଳନ କରାଯାଇଛି ଓ ପୁଷ୍ଟି ଉପରେ ସଚେତନତା ସୃଷ୍ଟି କରିବା ଏହାର ମୁଖ୍ୟ ଉଦେଶ୍ୟ ପ୍ରତକ୍ୟ ମାସରେ ସମନିତ ଶିଶୁ ବିକାଶ ବୈଠକ ପୋଷଣ ଉପରେ ସମୀକ୍ଷା କରାଯିବା ପାଇଁ ଆଲୋକ ପାତ କରେଇଥିଲେ | ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଜିଲ୍ଲା ଚିକି୍ସାଧିକାରୀ ଯୋଗ ଦେଇ ଗର୍ଭବତୀ ପ୍ରସ୍ତୁତି, କିଶୋରୀ ବାଳିକାମାନଙ୍କର ରକ୍ତହୀନତା ଦୂର କରିବା ଉପରେ ଆଲୋକପାତ କରିଥିଲେ ଏବଂ ଆୟୁଷ ପଦ୍ଧତିରେ ଜୀବନ ଶୈଳୀ ନିର୍ବାହ କରିବା ପ୍ରତ୍ୟେକ ଦିନ ଯୋଗର ଆବଶ୍ୟକତା ରହିଛି | ଗର୍ଭବତୀ ଓ ପ୍ରସୂତି ମା ମାନଙ୍କର ପୃଷ୍ଟି କର ଖାଦ୍ୟ ଯେପରି ପ୍ରତ୍ୟେକ ଅଞ୍ଚଳରେ ଅଭ୍ୟାସ ଗତ କରିବେ ଓ ପୌଶକ ତଥ୍ଷ କୁ ଶକ୍ତିଶାଳୀ କରିପାରିବେ ଏହି ଉପରେ ସମସ୍ତଙ୍କୁ ଆଲୋକ ପାତ ପ୍ରେରଣା ଦେଇ ଥିଲେ | ଜିଲ୍ଲା ର 7 ଟି ପ୍ରକଳ୍ପ ରୁ ବିଭିନ୍ୟ ପ୍ରକାର ର ପୃଷ୍ଟି କର ଖାଦ୍ୟଦ୍ରବ୍ୟ ଏବଂ ସସ୍ଥ୍ୟ ଓ ପୃଷ୍ଟି କର ର ପଦର୍ଶନ ମେଳା ଆୟୋଜନ କରାଯାଇଥିଲା | ଉକ୍ତ ମେଳା ରେ ଉପସ୍ଥିତ ଥିବା ସମସ୍ତ ସଭ୍ୟ ସଭ୍ୟା ପରିଦର୍ଶନ କରି ଏହାର ପ୍ରସ୍ତୁତି ଓ ପୋଷକତ୍ୟ ବୁଝିପାରିଲେ | ଉକ୍ତ କାର୍ଯ୍ୟକ୍ରମ ରେ ଜିଲ୍ଲା ସମାଜ ମଙ୍ଗଳ ଅଧିକାରି ଶ୍ରୀମତୀ ପ୍ରମିଳା ମହାନ୍ତି ଆୟୋଜନ କରିଥିଲେ ଓ ICDS- PO ଶ୍ରୀମତୀ ଇନ୍ଦ୍ରା ପ୍ରଧାନ ସ୍ବାଗତ ଭାଷଣ ପୋଷଣ ମାସ ଆଭିମୁଖ୍ୟ ପ୍ରଦାନ କରି ଉପସ୍ଥିତ ଥିବା ସମସ୍ତ ବିଭାଗୀୟ ଅଧିକାରୀ କର୍ମକର୍ତ୍ତା ମାନଙ୍କୁ ଶପଥ ପାଠ କରାଯାଇଥିଲା | ଶ୍ରୀ ଇନ୍ଦ୍ରା ପ୍ରଧାନ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରି କାର୍ଯ୍ୟକ୍ରମ ଟିକୁ ସମାପ୍ତ କରେଇ ଥିଲେ | ଏହି କାର୍ଯ୍ୟକ୍ରମ କୁ ସଫୋଲ୍ୟ ମଣ୍ଡିତ୍ୟ କରିବା ନିମନ୍ତେ ପୋଷଣ ଜିଲ୍ଲା ସଂଜଯୋକ, ଜିଲ୍ଲା ସଂଜଯୋକ (ଏକ୍ସନଏଡ), ସମସ୍ତ ସି.ଡି.ପି.ଓ, ସୁପରଭିସର୍, ଅଙ୍ଗନୱାଡ଼ି କର୍ମୀ ସହଯୋଗ କରିଥିଲେ |
Sign in
Sign in
Recover your password.
A password will be e-mailed to you.