ଔଷଧୀୟ ଓ ନକଲି ଚନ୍ଦନ କାଠ ପ୍ରସ୍ତୁତି କରାଯାଉଥିବା ମୂଲ୍ୟବାନ ଗଛର ଚେର ସହ ଦୁଇ ମାଫିଆ ଗିରଫ…


ରାଜନଗର,:26.09.023: କେନ୍ଦ୍ରାପଡ଼ା ଜିଲ୍ଲା ଭିତରକନିକା ଜାତୀୟ ଉଦ୍ୟାନରରେ ଵିଭିନ୍ନ ମୂଲ୍ୟବାନ ଗଛର ଚେରକୁ ଔଷଧୀୟ ଵ୍ୟଵହାର ଓ ନକଲି ଚନ୍ଦନ କାଠ ପ୍ରସ୍ତୁତ କରି ଵହୁ ମୂଲ୍ୟରେ ବାହାରକୁ ଚାଲାଣ କରାଯାଉଛି। ତାହାକୁ ବିକ୍ରିକରି ଚାଲାଣ ମାଫିଆ ମାନେ ମାଲେ ମାଲ ହେଉଥିବା ନେଇ କିଛି ଦିନ ପୂର୍ବେ କନିକା ରେଞ୍ଜର ମାଫିଆ ମାନଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିଲେ। କିଛିଦିନ ବିତିଯାଇଥିଲେ ମଧ୍ୟ ସୁନେଇ ରୂପେଇ ଫରେଷ୍ଟ ବ୍ଲକରୁ ବିଭିନ୍ନ ଗଛର ଚେର କର୍ମଚାରୀଙ୍କ ଜଣାତରେ ଚୋରି ହେଉଥ‌ିବା ନେଇ ଅଭି6ଯ।ଗ ହେଉଥିଲା । ତାଳଚୁଆ ଥାନାରେ ଚେର ମାଫିଆ ଧରା ହେଵା ପରେ ବନବିଭାଗ ସତର୍କତାମୂଳକ ପଦକ୍ଷେପ ଯୋଗୁଁ ଚେର ଚୋରିରେ ସଂପୃକ୍ତ ଦୁଇଜଣଙ୍କୁ ଵନ ବିଭାଗ ଗିରଫ କରି କୋର୍ଟ ଚାଲାଣ କରାଯାଇଥିବା ଜଣା ପଡ଼ିଛି। ଜାତୀୟ ଉଦ୍ୟାନରୁ ବିଭିନ୍ନ ମୂଲ୍ୟବାନ ଗଛକୁ କାଟି ମାଫିଆମାନେ ଚୋରା ଚାଲାଣ କରିବା ସହ ତାର ଚେରକୁ ବାହାର କରି ନକଲି ଚନ୍ଦନ କାଠ ଓ ଔଷଧୀୟ କାର୍ଯ୍ୟରେ ବ୍ୟବହାର କରାଯାଉଥ‌ିବା ନେଇ ଖବର ହସ୍ତଗତ ହୋଇଛି। ବିବରଣୀ ଜଣାଯାଏ ଯେ, ୨୩ତାରିଖ ଵିଳମ୍ଵିତ ରାତିରେ ରାଜନଗର ରେଞ୍ଜ ଅନ୍ତର୍ଗତ ସୁନେଇ-ରୂପେଇ ଫରେଷ୍ଟ ବ୍ଲକରେ
ତିନି କ୍ୟୁଟାଲ ବାତରା(ଲୁଣା ଜଙ୍ଗଲ ଗଛ) ଗଛର ଚେରକୁ ଦୁର୍ଵୁତ ନେଇଯାଉଥିବା ଖବର ପାଇ ଫରେଷ୍ଟର ଵିଭୁତି ଭୁଷଣ ତରାଇଙ୍କ ନେତୃତ୍ବରେ ଫରେଷ୍ଟ ଗାର୍ଡ ତ୍ରୀଦିପ ପ୍ରଧାନ, ହିମାଂଶୁ ଶେଖର ରାଉତ, ଦିବାକର ମଳିକ, ଚିନ୍ମୟ ପ୍ରଧାନ, କଳ୍ପତରୁ ନାଥ, ବଂଶୀଧର ମଣ୍ଡଳ ଘଟଣାସ୍ଥଳରେ ପହଞ୍ଚି ଚେରକୁ ଜବତ କରିଥିଲେ । ଘଟଣାସ୍ଥଳରେ ଥିବା ଗୁପ୍ତିପଞ୍ଚାୟ ଦେବେନ୍ଦ୍ରନାରାୟଣପୁର
| ବନାଧିଳ ଅଧୁଲରୀଙ୍କ କାର୍ଯ୍ୟାଳୟ
ଗଛ) ଗଛର ଚେରକୁ ନେଇଯାଉଥ‌ିବା ଖବରପାଇ ଫରେଷ୍ଟର ବିଭୂତିଭୂଷଣ ତରାଇଙ୍କ ନେତୃତ୍ୱରେ ଫରେଷ୍ଟ ଗାର୍ଡ ତ୍ରିଦୀପ ପ୍ରଧାନ, କର୍ମଚାରୀ ହିମାଂଶୁ ଶେଖର ରାଉତ, ଦିବାକର ମଳିକ, ଚିନ୍ମୟ ପ୍ରଧାନ, କଳ୍ପତରୁ ନାଥ, ବଂଶୀଧର ବେହେରା ଓ ନିତାଇ ମଣ୍ଡଳ ପ୍ରମୁଖ ଘଟଣା ସ୍ଥଳରେ ପହଞ୍ଚି ଦେଵେନ୍ଦ୍ରନାରାୟଣପୁରୁ
ଗ୍ରାମର ପ୍ରଭାସ ମିସ୍ତ୍ରୀ, ସାତଭାୟା ପଞ୍ଚାୟତ ବଗପାଟିଆ(ଚାରିଘରିଆ) ଗ୍ରାମର ବିଶ୍ବଜିତ ବିଶ୍ଵାସଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛନ୍ତି । ଏହି କାର୍ଯ୍ୟରେ ଆହୁରି ଆଠଜଣ ବ୍ୟକ୍ତି ସଂପୃକ୍ତ ଥିବାନେଇ ବନବିଭାଗ ସୂତ୍ରରୁ ପ୍ରକାଶ ।

nis-ad
Leave A Reply

Your email address will not be published.