ପୋଲିସ କଵଜ୍ଜା ରେ ଆନ୍ତଃରାଜ୍ୟ ସାଇବର ଅପରାଧୀ…


ବ୍ରହ୍ମପୁର:୨୩-୯ ଆଜି ବ୍ରହ୍ମପୁର ସାଇବର ପୋଲିସ ହାତରେ ବଡ଼ ମାଛ ପଡିଛି। ଆନ୍ତଃରାଜ୍ୟ ଠକ କଷ୍ଟମର କେୟାର ନାମରେ ଲୋକଙ୍କୁ ଲକ୍ଷାଧିକ ଟଙ୍କା ଚୁନ ଲଗାଇଥିବା ଠକ ଝାଡ଼ଖଣ୍ଡ ରାଜ୍ୟ ଦେଓଘର ଜିଲ୍ଲାର ଅଭିଯୁକ୍ତ ମହମ୍ମଦ ଅଫଜଲ ଅନସାରୀ କୁ ଧରିବାରେ ସଫଳ ହୋଇଛି।ବିଭିନ୍ନ ରାଜ୍ୟର ପୋଲିସ ଖୋଜୁଥିବା ବୃତ୍ତିଗତ ସାଇବର ଅପରାଧୀ କୁ ଝାଡ଼ଖଣ୍ଡ ରୁ ଉଠାଇ ଆଣିଲା ବ୍ରହ୍ମପୁର ସାଇବର ପୋଲିସ। ଝାଡ଼ଖଣ୍ଡ ଆନ୍ତଃରାଜ୍ୟ ସାଇବର ଅପରାଧୀ ଗ୍ୟାଙ୍ଗ ର ଜଣେ ସଦସ୍ୟ ଥିବା ବେଳେ ତା ଠାରୁ ଦୁଇଟି ମୋବାଇଲ ଓ ସିମ୍ ଜବତ କରିଛି ପୋଲିସ। କଷ୍ଟମର କେୟାର ନାମରେ ଲୋକଙ୍କୁ ଲୁଟୁ ଥିବା ଅଭିଯୋଗ କୁ ସ୍ବୀକାର କରିଛି ଅଭିଯୁକ୍ତ । ଗ୍ୟାଙ୍ଗ ର ଅନ୍ୟ ମାନଙ୍କୁ ଧରିବା ପାଇଁ ତଦନ୍ତ ଜାରି ରହିଥିବା ସୂଚନା ଦେଇଛନ୍ତି ବ୍ରହ୍ମପୁର ଏସପି। କୋଷ୍ଟମର କେର ରେ ଏହି ଧରଣ ର ଠକାମି ଦିନକୁ ଦିନ ବଢ଼ିବାରେ ଲାଗିଛି। ଏହି ଠକ ଦଳ ଝାରଖଣ୍ଡ, ଆନ୍ଧ୍ରପ୍ରଦେଶ,ତାମିଲନାଡୁ ଓ ୱେଷ୍ଟ ବେଙ୍ଗଲ ରେ ସକ୍ରିୟ ଥିବା ପୋଲିସ କହିଛି।

nis-ad
Leave A Reply

Your email address will not be published.