ଲଗାଣ ବର୍ଷାରେ ୫ଟି ଗାଁକୁ ଯୋଗାଯୋଗ ବିଚ୍ଛିନ୍ନ…

ଫୁଲବାଣୀ : କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ବ୍ଲକରେ ଗତ ଦୁଇ ଦିନ ଧରି ଲଗାଣ ବର୍ଷା ଜାରି ରହିଥିବା ବେଳେ ପାଙ୍ଗା ଉପର ସାହି ପଞ୍ଚାୟତ ବାଲିଗଟା ନିକଟ ଥିବା ଦଦଲି ପୋଲ ଧୋଇ ହୋଇଛି। ଫଳରେ ୫ ଟି ଗାଁକୁ ଯୋଗାଯୋଗ ବିଚ୍ଛିନ୍ନ ହୋଇଛି। ୬୦୦ରୁ ଉର୍ଦ୍ଧ୍ବ ଲୋକ ନାହିଁ ନଥ‌ିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି।ପ୍ରାପ୍ତ ସୂଚନା ମୁତାବକ ବୁଧବାର ରାତିରେ ଦଦଲି ପୋଲ ଅଳ୍ପ କିଛି ମାତ୍ରାରେ ନଷ୍ଟ ହୋଇଥିବା ବେଳେ ଗୁରୁବାର ସକାଳେ ପୋଲଟି ସମ୍ପୂର୍ଣ୍ଣ ଧୋଇ ହୋଇଯାଇଛି । ଏହା ବ୍ଲକର ଉପାନ୍ତ ଅଞ୍ଚଳ ହୋଇଥିବା ବେଳେ ୫ଟି ଗାଁରେ ୩ଟି ପ୍ରାଥମିକ ବିଦ୍ୟାଳୟ ଏବଂ ୩ଟି ଅଙ୍ଗନବାଡି କେନ୍ଦ୍ର ମଧ୍ୟ ରହିଛି । କଲେଜରେ ପଢୁଥ‌ିବା ଛାତ୍ରଛାତ୍ରୀ ମାନଙ୍କ ପାଇଁ ଏହି ଗାଁରୁ ଫିରିଙ୍ଗିଆ ପର୍ଯ୍ୟନ୍ତ ୪୦ କିଲୋମିଟରରୁ ଉର୍ଦ୍ଧ୍ଵ ରାସ୍ତା ଯିବକୁ ପଡୁଛି । ଅଞ୍ଚଳରେ ଏହାହିଁ ମୁଖ୍ୟ ରାସ୍ତା ହୋଇଥିବା ବେଳେ କୌଣସି ଯାତାୟତର ବିକଳ୍ପ ନାହିଁ। ଯାହା ଫଳରେ ଯାତାୟତ ସମ୍ପୂର୍ଣ୍ଣ ବାଧାପ୍ରାପ୍ତ ହୋଇଛି । ଏ ନେଇ ପ୍ରଶାସନ ଯଥାଶୀଘ୍ର ପଦକ୍ଷେପ ଗ୍ରହଣ କରିବାକୁ ଅଞ୍ଚଳବାସୀ ଦାବୀ କରିଛନ୍ତି l

nis-ad
Leave A Reply

Your email address will not be published.