ଗଞ୍ଜାମ ଜିଲ୍ଲାରେ ଛତୁଆ କେଳେଙ୍କେରି :କୋମଳ ମୋତି ଶିଶୁମାନଙ୍କ ଜୀବନ ସହ ଚାଲିଛି ଖେଳ… !

ପାପ ର ଭାଗିଦାରୀ ହେବେ କି ଅଧିକାରୀ..!



ବ୍ରହ୍ମପୁର :୨୩ -୯ ଗଞ୍ଜାମ ଜିଲ୍ଲାର ଅଧିକାଂଶ ବ୍ଲକ ରେ ନିମ୍ନ ମାନର ଛତୁଆ ଶିଶୁ ମାନଙ୍କୁ ଦିଆଯାଉ ଥିବା ଅଭିଯୋଗ ହେଉଛି।ଦାୟିତ୍ୱ ରେ ଥିବା ଅଧିକାରୀଙ୍କ ମିଲିଭଗତ ଯୋଗୁଁ କୋମଳ ମୋତି ଶିଶୁ ମାନଙ୍କ ସହ ଚାଲିଛି ଖେଳ ବୋଲି ଏବେ ଜୋର ଧରିଛି ଚାର୍ଚ୍ଚା। ରାଜ୍ୟ ସରକାର ଙ୍କ ପକ୍ଷରୁ ମାଗଣା ରେ ୬ ମାସରୁ ୩ ବର୍ଷ ଶିଶୁ ମାନଙ୍କ ପାଇଁ ଓ ଗର୍ଭବତୀ ଓ ପ୍ରସୂତି ମା ମାନଙ୍କୁ ଛତୁଆ ଯୋଗାଇ ଦିଆଯାଉଛି। ଗଞ୍ଜାମ ଜିଲ୍ଲାରେ ଅଧିକାଂଶ ବ୍ଲକ ରେ ଛତୁଆ ପ୍ରସ୍ତୁତ ପାଇଁ ବିଭିନ୍ନ ସଙ୍ଗଠନ କୁ ଦାୟିତ୍ୱ ଦିଆଯାଇଛି।ଛତୁଆ ପ୍ରସ୍ତୁତି ବା (ମିଶ୍ରଣ) ଯେଉଁ ସବୁ ପୃଷ୍ଟିକର ଖାଦ୍ୟ ସାମଗ୍ରୀ ମିଶାଇବା ନିୟମ ରହିଛି,ତାହାର ବ୍ୟତିକ୍ରମ ଦେଖିବାକୁ ମିଳୁଛି। ସରକାର ଙ୍କ ନିର୍ଦ୍ଧେଶ ଅଛି ଯେଉଁ ଅଧିକାରୀମାନେ ଛତୁଆ ପ୍ରସ୍ତୁତି ବେଳେ ରହିବା କଥା ସେମାନେ ନ ରହିବା ଯୋଗୁଁ ଏହି ନିମ୍ନ ମାନର ଛତୁଆ ଶିଶୁ ଏବଂ ଗର୍ଭବତୀ ଓ ପ୍ରସୂତି ମହିଳା ମାନଙ୍କୁ ଦିଆଯାଉଥିବା ଚାର୍ଚ୍ଚା ହେଉଛି।ଛତୁଆ ପ୍ରସ୍ତୁତ କର୍ତ୍ତା ମାନେ ଅଧିକାରୀ ମାନଙ୍କୁ “ସାଇଲେନ୍ସ ପ୍ଲିଜ “କରି ଏହି ନିମ୍ନ ମାନର ଛତୁଆ ପ୍ରସ୍ତୁତି କରି ମୁଠା ମୁଠା ଟଙ୍କାର ମାଲିକ ହୋଇଛନ୍ତି ବୋଲି ଚାର୍ଚ୍ଚା ଜୋର ଧରିଛି। ଏହି ଦୁର୍ନୀତି ପଛରେ ରାଜ ନେତା ମାନଙ୍କ ଆଶିର୍ବାଦ ମଧ୍ୟ ରହିଛି ବୋଲି ଅଭିଯୋଗ ହେଉଛି। ଏହି ଦୁର୍ନୀତି ବର୍ଷ ବର୍ଷ ହେଲା ଚାଲି ଆସିଛି। ସରକାର ଯେଉଁ ମହତ ଉଦ୍ଦେଶ୍ୟ ରଖି ଶିଶୁ,ଗର୍ଭବତୀ ଓ ପ୍ରସୂତି ମହିଳା ମାନଙ୍କ ପାଇଁ ଏହି ଯୋଜନା କରିଛନ୍ତି,ଏଥିରେ ମଧ୍ୟ ଅଧିକାରୀ ଓ ରାଜନୈତିକ ନେତା ମାନେ ସମ୍ପୃକ୍ତ ଅଛନ୍ତି,ସେମାନଙ୍କ ପ୍ରତି ଦୃଢ଼ କାର୍ଯ୍ୟାନୁଷ୍ଠାନ କରିବାକୁ ବୁଦ୍ଧିଜୀବୀ ମହଲ ରେ ଦାବୀ ହେଉଛି। ସୂଚନା ମୁତାବକ ବେଗୁନିଆପଡା, କୁକୁଡାଖଣ୍ଡି, ପୁରୁଷୋତ୍ତମପୁର, ଆସ୍କା, ଭଞ୍ଜନଗର. ଚିକିଟି, ଦିଗପହଣ୍ଡି ଆଦି ବ୍ଲକ କୁ ନେଇ ଅନେକ ଥର ଅଭିଯୋଗ ଆସିଛି ନିମ୍ନ ମାନର ଛତୁଆ ପ୍ରସ୍ତୁତି କୁ ନେଇ ଅଭିଯୋଗ ଆସି ବିଭିନ୍ନ ଗଣମାଧ୍ୟମ ରେ ଖବର ପ୍ରଚାର ଓ ପ୍ରସାର ବି ହୋଇଛି କିନ୍ତୁ ଜିଲ୍ଲା ପ୍ରଶାସନ ନିଘୋଡ଼ ନିଦରେ ସୋଇଛି l କିଛି ନିମ୍ନ ମାନର ପ୍ରସ୍ତୁତି ଭିଡିଓ ମଧ୍ୟ ଭାଇରଲ ହୋଇଛି ପ୍ରଶାସନ ପାଖରେ ଖବର ବି ପହଞ୍ଚିଛି କିନ୍ତୁ ପ୍ରଶାସନ ଆଖିରେ ଅନ୍ଧ ପୁଟଳି ବାନ୍ଧି ମୋଟା ଅଙ୍କର ପାଉଣା ପାଇଁ ଚୁପ ବସିଥିବା ଦେଖିବାକୁ ମିଳୁଛି, ନିମ୍ନ ମାନର ଛତୁଆ ଖାଇ ଛୋଟିଆ ପିଲା ଓ ଗର୍ଭବତୀ ମହିଳା ଅସୁସ୍ଥ ବି ହେବା ନଜିର ରହିଛି କିନ୍ତୁ ଛତୁଆ ପ୍ରସ୍ତୁତି କାରି ସଂସ୍ଥା ଜିଲ୍ଲା ପ୍ରଶାସନ କୁ ହାତ ବାରିସୀ କରି ନିମ୍ନ ମନର ଛତୁଆ ପ୍ରସ୍ତୁତି କରି ବଣ୍ଟନ କରୁଛି l ଏହି ନିମ୍ନମାନର ଛତୁଆ ପ୍ରସ୍ତୁତି ରେ ରାଜନେତା ଠାରୁ ଅମଲା ତନ୍ତ୍ର ଯାଏ ସମସ୍ତେ ଜଡିତ, ତେଣୁ ରାଜ୍ୟ ସରକାର ଏଥିପ୍ରତି ଦୃଷ୍ଟି ଦେବାକୁ ଜିଲ୍ଲାର ସାଧାରଣ ଓ ବୁଦ୍ଧିଜୀବୀ ମତ ରଖିଛନ୍ତି l

nis-ad
Leave A Reply

Your email address will not be published.