ଛତ୍ରପୁର ବ୍ଲକ୍ ଅଞ୍ଚଳର ପାରମ୍ପରିକ ଲୋକକଳା ଦଳଙ୍କୁ ପ୍ରଶିକ୍ଷଣ…


ଛତ୍ରପୁର ତା. ୨୨.୦୯.୨୦୨୩ ଛତ୍ରପୁର ବ୍ଲକ୍ ଅଞ୍ଚଳର ସମସ୍ତ ଗ୍ରାମାଞ୍ଚଳରେ ପାରମ୍ପରିକ ଲୋକକଳା ମାଧ୍ଯମରେ ସରକାରଙ୍କ ଜନହିତକର ଯୋଜନା ଗୁଡିକର ପ୍ରଚାର ପ୍ରସାର କରାଯିବ । ଏଥିନେଇ ଜିଲ୍ଲା ସ୍ତରୀୟ ପ୍ରଶିକ୍ଷଣ ପରେ ବ୍ଲକ୍ ସ୍ତରୀୟ ପାରମ୍ପରିକ ଲୋକକଳା ଦଳ ଚୟନ ଓ ପଞ୍ଜିକରଣ ପରେ ଛତ୍ରପୁର ବ୍ଲକ୍ ର ୩୦ ଗୋଟି ଲୋକକଳା ଦଳଙ୍କୁ ପ୍ରଶିକ୍ଷଣ ପ୍ରଦାନ କରାଯାଇଛି । ଛତ୍ରପୁର ବ୍ଲକ୍ କାର୍ଯ୍ୟାଳୟ ପରିସରରେ ଥିବା ସଭାଗୃହ ପ୍ରକୋଷ୍ଠ ଠାରେ ଗୋଷ୍ଠୀ ଉନ୍ନୟନ ଅଧିକାରୀ ସୁଶାନ୍ତ କୁମାର ବରାଳଙ୍କ ଅଧ୍ଯକ୍ଷତାରେ ଶୁକ୍ରବାର ପ୍ରଶିକ୍ଷଣ ପ୍ରଦାନ ଶିବିରରେ ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ରବି ନାରାୟଣ ବେହେରା ଉପସ୍ଥିତ ରହି ସୂଚନା, ଶିକ୍ଷା ଓ ଯୋଗାଯୋଗ ଉପକ୍ରମରେ ନିୟୋଜିତ ହେବାକୁ ଥିବା ପାରମ୍ପରିକ ଲୋକକଳା ଦଳଙ୍କୁ ପ୍ରଶିକ୍ଷଣ ପ୍ରଦାନ କରିଥିଲେ । ସରକାରଙ୍କର ଜନହିତକର ଯୋଜନାର ପ୍ରଚାର ପ୍ରସାର ଲୋକକଳା ମାଧ୍ଯମରେ କରିବାର ଆଭିମୁଖ୍ୟ ସମ୍ପର୍କରେ ଅବଗତ କରାଇ କଳାକାର ମାନଙ୍କର କଳା ପ୍ରଦର୍ଶନ ମାଧ୍ଯମରେ ଲୋକକଳାର ମୌଳିକତାକୁ ନଷ୍ଟକରି କିଭଳି ପ୍ରଚାର କରିବେ ତାହା ପ୍ରଶିକ୍ଷଣରେ ପ୍ରଦାନ କରାଯାଇଥିଲା । ଓଡିଶା ସରକାରହ୍କ ସୂଚନା ଓ ଲୋକସମ୍ପର୍କ ବିଭାଗ ଏବଂ ଓଡିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗର ମିଳିତ ଆନୁକୂଲ୍ଯରେ ଏହି କାର୍ଯ୍ୟକ୍ରମ ଗଞ୍ଜାମ ଜିଲ୍ଲାର ସମସ୍ତ ଗ୍ରାମାଞ୍ଚଳରେ ପ୍ରଚାର ପ୍ରସାର ହେବ । ସରକାରଙ୍କର ବିଭିନ୍ନ ଜନହିତକର ଯୋଜନା ସମ୍ପର୍କରେ ଜନ ସାଧାରଣ କିଭଳି ସୂଚନା ପାଇବେ ଏବଂ ଏହି ଯୋଜନାରୁ ଉପକୃତ ହେବେ ସେହି ଆଭିମୁଖ୍ଯ ନେଇ ଆୟୋଜିତ ପ୍ରଶିକ୍ଷଣ

କାର୍ଯ୍ୟକ୍ରମରେ କଳାକାରଗଣ ପ୍ରଶିକ୍ଷଣ ପାଇଥିଲେ । ଏହି ଅବସରରେ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଶ୍ରୀ ବରାଳ ସମସ୍ତ କଳାକାର ମାନଙ୍କ ଠାରୁ ପ୍ରଚାର ପ୍ରସାର କାର୍ଯ୍ୟକ୍ରମ କିଭଳି ସୁଚାରୁ ରୂପେ ସମ୍ପାଦିତ ହେବ ସେଥିନେଇ ସମସ୍ତଙ୍କ ସହଯୋଗ କାମନା କରିଥିଲେ । ସମନ୍ବୀତ ଶିଶୁ ବିକାଶ ଯୋଜନା ଅଧିକାରୀ ପ୍ରଣମିତା ପଣ୍ଡା ଏବଂ କୃଷି ଅଧିଦର୍ଶକ ଦୂର୍ଗା ପ୍ରସାଦ ପ୍ରଧାନସରକାରଙ୍କ ଯୋଜନା ଗୁଡିକ ସମ୍ପର୍କରେ କଳାକାର ମାନଙ୍କୁ ଅବଗତ କରାଇଥିଲେ । ପ୍ରଶିକ୍ଷଣ କାର୍ଯ୍ୟରେ କଳାକାରଗଣ କିଭଳି କାର୍ଯ୍ୟକ୍ରମ ପରିବେଷଣ କରିବେ, କେଉଁ ସବୁ ବିଷୟ ବସ୍ତୁ ଗୁଡିକ ଉପରେ ଅଧିକ ଯତ୍ନବାନ ହେବେ, କେଉଁଠି କାର୍ଯ୍ୟକ୍ରମ ପରିବେଷଣ କରିବେ ଏହି ସମ୍ପର୍କିତ ସମସ୍ତ ବିଷୟରେ କଳାକାର ମାନଙ୍କୁ ଅବଗତ କରାଯାଇଥିଲା । ବ୍ଲକ୍ ସାମାଜିକ ସୁରକ୍ଷା ଅଧିକାରୀ ଜଗନ ମୋହନ ସେନାପତି ଏବଂ ବ୍ଲକ୍ କଳା ସାଂସ୍କୃତିକ ସଂଘର ଉପସଭାପତି ପ୍ରଶାନ୍ତ ରାଉଳଙ୍କ ପରିଚାଳନାରେ ଅନୁଷ୍ଠିତ ଏହି କର୍ମଶାଳାଟିରେ ପଞ୍ଜିକୃତ ହୋଇଥିବା ୩୦ଗୋଟି ଦଳର ଦଳମୁଖ୍ଯ ଏବଂ ବରିଷ୍ଠ କଳାକାର ମାନଙ୍କୁ ପ୍ରଶିକ୍ଷଣ ପ୍ରଦାନ କରାଯାଇଥିଲା ।

nis-ad
Leave A Reply

Your email address will not be published.