ଆନ୍ତର୍ଜାତୀୟ ଶାନ୍ତି ଦିବସ ପାଳିତ…

ଫୁଲବାଣୀ (୨୧/୦୯) : ଆଜି ଆନ୍ତର୍ଜାତୀୟ ଶାନ୍ତି ଦିବସ l ଏହି ଅବସରରେ କନ୍ଧମାଳ ଜିଲ୍ଲା ସରକାରୀ ଏ ଜେ ଓ ଉଚ୍ଚ ବିଦ୍ୟାଳୟ ପରିସରରେ ଜିଲ୍ଳା ସ୍ତରରେ ଭାରତ ସ୍କାଉଟ୍ସ ଏବଂ ଗାଇଡ୍ ପକ୍ଷରୁ ମିଳିତ ଭାବେ ଆନ୍ତର୍ଜାତୀୟ ଶାନ୍ତି ଦିବସ ପାଳନ କରାଯାଇଥିଲା l ଏଥିରେ ମୁଖ୍ୟ ଅତିଥି ଭାବେ କନ୍ଧମାଳ ଜିଲ୍ଲା ଶିକ୍ଷା ଅଧିକାରୀ ପ୍ରମୋଦ କୁମାର ଷଡଙ୍ଗୀ , ଡି ପି ଇ ଓ ସଞ୍ଜୟ କୁମାର ପାତ୍ର , ପୋଲିସ ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ତଥା ଜିଲ୍ଲା କମିଶନର, ସ୍କାଉଟ
ଦେବୀ ପ୍ରସାଦ ଶତପଥୀ, ବାଳିକା ଉଚ୍ଚ ବିଦ୍ୟାଳୟର ଶିକ୍ଷୟିତ୍ରୀ ସୁଧା ସ୍ମିତା ପ୍ରଧାନଙ୍କ ସମେତ ଅନ୍ୟ ଉଚ୍ଚ ବିଦ୍ୟାଳୟର ସ୍କାଉଟ ଶିକ୍ଷକ ମାନେ ଉପସ୍ଥିତ ଥିଲେ l ଆୟୋଜିତ କାର୍ଯ୍ୟକ୍ରମରେ ସ୍କାଉଟ୍ ପତାକା ଉତ୍ତୋଳନ ସହ ସର୍ବଧର୍ମ ପ୍ରାର୍ଥନା ପରେ ଶାନ୍ତି ପୂର୍ବକ ରାଲି ଜରିଆରେ ସହର ପରିକ୍ରମା କରାଯାଇଥିଲା l ଏଥି ସହିତ ତତ୍ପରେ ବକ୍ତୃତା ଓ ସଙ୍ଗୀତ ପ୍ରତିଯୋଗିତା କରାଯାଇ କୃତି ପ୍ରତିଯୋଗୀମାନଙ୍କୁ ଉପସ୍ଥିତ ମୁଖ୍ୟ ଅତିଥିଙ୍କ ଦ୍ଵାରା ପୁରସ୍କୃତ କରାଯାଇଥିଲା l ସେହିପରି ପୋଲିସ ଉଚ୍ଚ ବିଦ୍ୟାଳୟ ପରିସରରେ ମଧ୍ଯ ପ୍ରଧାନ ଶିକ୍ଷକ ଦେବୀ ପ୍ରସାଦ ଶତପଥୀଙ୍କ ତତ୍ତ୍ଵାବଧାନରେ ଶାନ୍ତି ଦିବସ ପାଳିତ ହୋଇଥିଲା l

nis-ad
Leave A Reply

Your email address will not be published.