ଗୋପ ଥାନାରେ ଆବଶକୀୟ ଷ୍ଟାଫ ନଥିବା ଯୋଗୁ ପଦକ୍ଷପରେ ବିଳମ୍ବ ହେଊଛି…

ଗୋପ :- ବ୍ରିଟିଶ ଅମଳରେ ସ୍ଥାପିତ ହୋଇଥିବା ଗୋପ ଥାନାରେ ଆବଶ୍ୟକୟୀ କର୍ମଚାରୀ ନଥିବା ଯୋଗୁ ଅଭିଯୋଗକାରୀ ଙ୍କ ସଂଖ୍ୟା କ୍ରମଶଃ ବୃଦ୍ଧି ପାଉଛି l ସମସ୍ୟା ର ସମାଧାନ ରେ ଅହେତୁକ ବିଳମ୍ବ ହେଊଛି l 32 ଟି ପଞ୍ଚାୟତ ର ଏକ ଲକ୍ଷ ରୁ ଉର୍ଦ୍ଧ ଲୋକ ବସବାସ କରୁଥିବା ଅଞ୍ଚଳ କୁ ନେଇ ଗୋପ ଥାନା କାର୍ଯ୍ୟକାରୀ କରିଥାଏ l ଏହା ଅଧୀନରେ ଗୋଟିଏ ଫାଣ୍ଡି କାର୍ଯ୍ୟକାରୀ କରୁଛି ତାହା ହେଊଛି ନୟାହାଟ ଫାଣ୍ଡି l ଅପରାଧୀଙ୍କ ସଂଖ୍ୟା ତୁଳନାରେ ପୋଲିସ ଅଧିକାରୀ ନଥିବା ଫଳରେ ମାସ ମାସ ଧରି ଅନେକ କେସ ପଡ଼ିରହିଛି l ଏହା ଦ୍ଵାରା ବିଭିର୍ଣ୍ଣ ଜମିଜୁମା ଅନ୍ୟାନ୍ୟ ମକଦମା ଜନିତ କେସ ର ସମାଧାନ ହୋଇପାରୁନାହିଁ l ଏଫ ଆଇ ଆର ଏଣ୍ଟ୍ରି କରିବାରେ ବିଭାଗୀୟ ଅଧିକାରୀଙ୍କ ଆନ୍ତରିକ ନ ଥିବା ପରି ମନେହେଉଛି l ଯଦିଓ ପୁରୀ ଜିଲ୍ଲାର ଏହି ଥାନା ଟି ସର୍ବ ପୁରାତନ 1806 ମସିହାରେ ଇଷ୍ଟି ଇଣ୍ଡିଆ କମ୍ପାନୀ ର ଆଗମନ ସମୟରେ ବ୍ରିଟିଶ ସରକାର ଙ୍କ ଦ୍ଵାରା ସ୍ଥାପିତ ହୋଇଥିଲା l ଦୁଃଖ ଓ ପରିତାପର ବିଷୟ ଟି ହେଊଛି ନିମାପଡା ନିର୍ବାଚନ ମଣ୍ଡଳୀର ଅନ୍ତର୍ଗତ କେତେକ ଫାଣ୍ଡି ଯାହା ଥାନାରେ ପରିଣତ ହେଲାଣି ସତ କିନ୍ତୁ ଗୋପ ଥାନାର କୌଣସି ପରିବର୍ତ୍ତନ ହୋଇଅରିଲାନାହିଁ l ଆବଶକୟୀ ପୋଲିସ କର୍ମଚାରୀ ନଥିବା ଫଳରେ ଥାନା ହାଜତ ରୁ ଅଟକ ଥିବା ଆସାମୀଙ୍କୁ ବଳପୂର୍ବରୁ ଗୁଣ୍ଡା ଶ୍ରେଣୀୟ ବ୍ୟକ୍ତିମାନେ ନେଇଯିବାର ନଜିର ମଧ୍ୟ ରହିଛି l ଏହିଭଳି ଅନେକ ସମସ୍ୟା ମଧ୍ୟ ଦେଇ ଗୋପ ଥାନା ଓ ତା ଅଧିନସ୍ଥ ଫାଣ୍ଡି ଗତି କରୁଛି l ନୂତନ ଭାବେ ଯୋଗ ଦେଇଥିବା ଥାନା ଆରକ୍ଷୀ ଅଧିକାରୀ ଅନେକ ସମୟରେ ରାଜନୈତିକ ଚାପ ରେ ଥିବା ଅନୁମାନ ହେଊଛି l ଅଭିଯୋଗକାରୀଙ୍କୁ ତୁରନ୍ତ ନ୍ୟାୟ ପ୍ରଦାନ କ୍ଷେତ୍ରରେ ସଂପୂର୍ଣ୍ଣ ବିଫଳ ହେଉଛନ୍ତି l କିଛି ଅଧିକାରୀ ଙ୍କ 8 ମାସ ହେଵ ଅନ୍ୟତ୍ର ବଦଳୀ ହେବା ସତ୍ତ୍ୱେ ସେ ଗୋପ ଛାଡ଼ୁନାହାନ୍ତି l ଆଉ ଯେଉଁମାନେ ଠାରୁ ଅନ୍ୟ ସ୍ଥାନକୁ ବଦଳୀ ହୋଇ ଗଲେଣି ତାଙ୍କ ସ୍ଥାନ ଏବେ ବି ଖାଲି ପଡିଛି l ଠିକ ସେହିପରି ନୟାହାଟ ଫାଣ୍ଡି ମଧ୍ୟ ଗାଡି ଖଣ୍ଡେ ନାହିଁ ଯାହାଫଳରେ କୀ ହଟାତ କୌଣସି କାରଣ ବଶତଃ ଆସାମୀ ଅବ ଚୋରୀ ଡକାୟିତ ଙ୍କୁ ଧରିବା ପାଇଁ 15 କିଲୋମିଟର ଦୂରରୁ ଗାଡି ଗଲେ କଣ ବ୍ୟବସ୍ତା ହେଵ l ଯେଉଁଟା ସବୁଠୁ ବଡ଼ ସମସ୍ୟା ଦେଖିବାକୁ ମିଳୁଛି l ଗୋପ ଥାନା ଓ ନୟାହାଟ ଫାଣ୍ଡି ଶାସକ ଓ ବିରୋଧୀ ଙ୍କ ମଧ୍ୟରେ ସବୁବେଳେ ରାଜନୈତିକ ଆକ୍ରୋଶ ଦେଖିବାକୁ ମିଳିଥାଏ l ତତସହିତ ରାହାଜାନି ଚୋରୀ ଡକାୟିତି ହତ୍ୟା ବଳାତ୍କାର ଅପହରଣ ସହିତ ଅବଧି ନିଶାକରବାର କ୍ରମଶଃ ବୃଦ୍ଧି ପାଉଛି l ଏ ସମ୍ପର୍କ ରେ ଆମ ପ୍ରତିନିଧି ଗୋପ ଥାନା ର ଆରକ୍ଷୀ ଅଧିକାରୀ ମହେଶ୍ୱର ସେଠି ଙ୍କୁ ସାକ୍ଷାତ କରି ସଂପୂର୍ଣ୍ଣ ସମସ୍ୟା ଉପରେ ଲୋଚନ କରିଥିଲେ l ଅଧିକାରୀ କହିଥିଲେ :- ଦେଖନ୍ତୁ ଆଜ୍ଞା ଏଠାରେ ବହୁ ନେତା ସେହିଁ ଅନୁପାତରେ ଅନୁଗାମୀ ଆଉ ଅସାମାଜିକ ଯୁବକ ଙ୍କ ସଂଖ୍ୟା ମଧ୍ୟ ଅଧିକରହିଛନ୍ତି l ଉକ୍ତ ଥାନା ଟି ନିମାପଡା କୋଣାର୍କ ଜାତୀୟ ମୁଖ୍ୟ ରାସ୍ତା କଡରେ ଥିବାରୁ ଅଧିକାଂଶ ସମୟରେ ବିଭାଗୀୟ ଅଧିକାରୀ ଓ ବରିଷ୍ଠ ବ୍ୟକ୍ତି ବିଶେଷ ଙ୍କ ଯାତାୟାତ ହୋଇଥାଏ l ସନ୍ଧ୍ୟା ସମୟରେ ଟ୍ରାଫିକ ମଧ୍ୟ ନିୟନ୍ତ୍ରଣ କରିବା ଆମ ପକ୍ଷେ କଷ୍ଟକର ହୋଇଥାଏ ଆଉ ରାତ୍ରିକାଳୀନ ପେଟ୍ରୋଲିଙ୍ଗ କଥା କିଏ ପଚାରେ l ଷ୍ଟାଫ ଙ୍କ ବାସ ଗୃହ ନଥିବା ଫଳରେ ବାହାରେ ଘର ଭଡା କରି ରହିବାକୁ ପଡୁଛି l ଏମିତି ଅନେକ ସମସ୍ୟା ରେ ଜର୍ଜରିତ ଗୋପ ଥାନା l

nis-ad
Leave A Reply

Your email address will not be published.