ହିଞ୍ଜିଳିକାଟୁ (୧୬ା୯) : ହିଞ୍ଜିଳିକାଟୁ ଗୋଷ୍ଠୀ ଶିକ୍ଷାଧିକାରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ଶନିବାର ସ୍ଥାନୀୟ ପୌରାଞ୍ଚଳ ମିନି ଷ୍ଟାଡିୟମ ପରିସରରେ ବ୍ଳକସ୍ତରୀୟ କ୍ରୀଡା ମହୋତ୍ସବ କାର୍ଯ୍ୟକ୍ରମ ଉଦଘାଟିତ ହୋଇଯାଇଛି । ବିଇଓ ଏସ. ଗିରିଧାରୀଙ୍କ ତତ୍ତ୍ୱାବଧାନରେ ଆୟୋଜିତ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଏଡିସିନାଲ ତହସିଲଦାର ସୋନାଲି ଦଳାଇ, ସମ୍ମାନିତ ଅତିଥି ଭାବେ ବିଡିଓ ସୁବ୍ରତ କୁମାର ଜେନା, ପୌର କାର୍ଯ୍ୟ ନିର୍ବାହୀ ଅଧିକାରୀ ଜବୁଲି ଚରଣ ବେହେରା ପ୍ରମୁଖ ଯୋଗଦେଇ ଆନୁଷ୍ଠାନିକ ଭାବେ କାର୍ଯ୍ୟକ୍ରମର ଣୁଭ ଉଦଘାଟନ କରିଥିଲେ । ପ୍ରଥମ ଦିବସରେ ୧୭ ବର୍ଷରୁ କମ୍ ବୟସର ପ୍ରତିଯୋଗୀ ମାନଙ୍କୁ ନେଇ ବିଭିନ୍ନ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା । ୧୦୦, ୨୦୦, ୪୦୦, ୮୦୦, ୧୫୦୦ ଓ ୨ ହଜାର ମିଟର ଦୌଡ, ଷଟ୍ ଫୁଡ୍, ଡିସକସଥ୍ରୋ, ଉଚ୍ଚା ଡିଆଁ, ଲମ୍ବା ଡିଆଁ, କବାଡି, ଷକାଖୋ, ଯୋଗାସନ, କ୍ରିକେଟ ଓ ଫୁଟବଲ କ୍ରୀଡା ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା । ଉକ୍ତ କ୍ରୀଡା ଉତ୍ସବରେ ସ୍ଥାନୀୟ ପୌରାଞ୍ଚଳ ସମେତ ବ୍ଳକର ବିଭିନ୍ନ ବିଦ୍ୟାଳୟରୁ ୩୦୧ ଜଣ ପ୍ରତିଯୋଗୀ ଅଂଶ ଗ୍ରହଣ କରିଥିବା ବେଳେ ୨୦ ଜଣ କ୍ରୀଡା ଶିକ୍ଷକ ଯୋଗଦେଇ ଥିଲେ ।
ରବିବାର ୧୪ ବର୍ଷରୁ କମ୍ ବୟସର ପ୍ରତିଯୋଗୀଙ୍କୁ ନେଇ କ୍ରୀଡାତ୍ସୋବ ଅନୁଷ୍ଠିତ ହେବ । ସୋମବାର ଉଭୟ ପ୍ରତିଯୋଗୀତାର କୃତୀ ପ୍ରତିଯୋଗୀ ମାନଙ୍କୁ ନେଇ ଶେରଗଡ ଓ ହିଞ୍ଜିଳିକାଟୁ ବ୍ଳକର ମିଳିତ ଭାବେ ଜୋନାଲାସ୍ତରୀୟ କ୍ରୀଡାତ୍ସୋବ ଅନୁଷ୍ଠିତ ହେବ । ଜୋନାଲସ୍ତରୀୟ କ୍ରୀଡା ପ୍ରତିଯୋଗିତାରେ କୃତୀ ପ୍ରତିଯୋଗୀଙ୍କୁ ଜିଲ୍ଲାସ୍ତରୀୟ ପ୍ରତିଯୋଗିତାକୁ ମନୋନୀତ କରାଯିବ ବୋଲି ଏବିଇଓ ବାଳକୃଷ୍ଣ ପାତ୍ର କହିଛନ୍ତି । କ୍ରୀଡା ଶିକ୍ଷକ ବିଭୁତି ପଟ୍ଟନାୟକ, ଦୁର୍ଗା ମାଧବ ପଣ୍ଡା, ଅମ୍ବିକା ସାହୁ, ଜିତେନ୍ଦ୍ର ମହାରଣା, ବଟକୃଷ୍ଣ ପଣ୍ଡା, ଶମ୍ଭୁପ୍ରିୟା ରାଉତ, ସମିର ବେହେରା, ସୁଶାନ୍ତ ନାୟକ, ଭି. ଯୁଧିଷ୍ଟିର ପ୍ରମୁଖ ପରିଚାଳନା କରିଥିଲେ ।