ଗଣମାଧ୍ୟମ ଆଙ୍କରଙ୍କୁ ବୟକଟ କରିବା ଦୁର୍ଭାଗ୍ୟଜନକ : ଅପରାଜିତା

apa

ଜୟପୁର: ‘ଇଣ୍ଡିଆ’ ମେଣ୍ଟ ହତାଶ ହୋଇପଡିଛି । କିଛି ଗଣ ମାଧ୍ୟମର ଆଙ୍କର ମାନଙ୍କୁ ବୟକଟ କରିବା ନିଷ୍ପତି ଦୁର୍ଭାଗ୍ୟ ଜନକ । ଏପରିୂ ନିଷ୍ପତ୍ତି ଅତ୍ୟନ୍ତ ନିନ୍ଦନୀୟ ଏବଂ ରାଷ୍ଟ୍ରପାଇଁ ବିପଦ ଜନକ । ଏମିତି କହି ସ୍ୱାଭିମାନ ଅଞ୍ଚଳରେ ଏନଡିଏ ବିରୋଧି ମହାମେଣ୍ଟ  ଇଣ୍ଡିଆ  ଉପରେ ବର୍ଷିଛନ୍ତି ବିଜେପି ସାଂସଦ ଅପରାଜିତା ଷଡଙ୍ଗୀ ।

ସାଂସଦ ଅପରାଜିତା ଷଡଙ୍ଗୀ କହିଛନ୍ତି, ଗଣତନ୍ତ୍ରର ଓ ସମ୍ବିଧାନର ସୁରକ୍ଷା ପାଇଁ ଚିତ୍କାର କରୁଥୁବା I.N.D.I.A ମେଣ୍ଟର ଅସଲ ଚେହେରା ବର୍ତମାନ ପଦାକୁ ଆସିଛି । ଏବେ ଠାରୁ ମେଣ୍ଟ ଦଳ ଗଣତନ୍ତ୍ରର କଣ୍ଠରୋଧ କରିବାକୁ ଉଦ୍ୟମ ଆରମ୍ଭ କରିଦେଇଛନ୍ତି । ମେଣ୍ଟ ପକ୍ଷରୁ ଦେଶର କିଛି ଗଣ ମାଧ୍ୟମର ପ୍ରତିନିଧିଙ୍କୁ ବୟକଟ କରିବାନେଇ ତାଲିକା ପ୍ରସ୍ତୁତି କରିବା ଅତି ଦୁର୍ଭାଗ୍ୟ ଜନକ ,ନିନ୍ଦନୀୟ । ଗଣତନ୍ତ୍ରର ସୁରକ୍ଷାପାଇଁ ଡିଣ୍ଡିମ ମାରୁଥୁବା ମେଣ୍ଟ ଦଳର ଅସଲ ଚେହେରା ପଦାରେ ପଡିଛି । ଭାରତ ବର୍ଷର ଲୋକେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ପ୍ରତି ଅତୁଟ ବିଶ୍ବାସ ରଖିଥିବା ବିଭିନ୍ନ ଗଣ ମାଧ୍ୟମର ସର୍ଭେରୁ ସ୍ପଷ୍ଟ ସୂଚନା ମିଳିଛି ।

ଏହାପରେ ବିରୋଧି ମେଣ୍ଟ ହତାଶ ହୋଇପଡିଛି। ନିଜର ଅସ୍ତିତ୍ବ ରକ୍ଷାକରିବା ଚିନ୍ତାରେ ରହିଛନ୍ତି । ଗଣ ମାଧ୍ୟମର ପ୍ରତିନିଧିମାନଙ୍କ ପ୍ରଶ୍ନର ଜବାବ ଦେଇପାରୁନଥୁବା ବିରୋଧି ଶେଷରେ ସାମ୍ବାଦିକଙ୍କ ଉପରେ ରାଗ ରଖି ବୟକଟ କରିବାନେଇ ତାଲିକା ପ୍ରସ୍ତୁତ କରିବା ଘଟଣା ସେମାନଙ୍କ ହତାଶ ଭାବର ପରିଚୟ ଦେଉଛି।ଏଭଳି ମାନସିକତା ଦେଶପାଇଁ ଶୁଭଙ୍କର ନୁହେଁ । ମେଣ୍ଟର ଏଭଳି ଆଭିମୁଖ୍ୟ ଦେଶବାସୀଙ୍କ ପାଇଁ ଚିନ୍ତାଜନକ ଓ ବିପଦଜନକ ବୋଲି ଅପରାଜିତା କହିଛନ୍ତି ।

ଆଜି କୋରାପୁଟ ଗସ୍ତରେ ଆସିଥିବାବେଳେ ଜୟପୁର ଠାରେ ମତବ୍ୟକ୍ତ କରିଛନ୍ତି  ବିଜେପି  ସାଂସଦ ଅପରାଜିତା ଷଡଙ୍ଗୀ । ସାଂସଦ  କୋରାପୁଟ ଗସ୍ତରେ ଆସି  ହୀରାଖଣ୍ଡ ଟ୍ରେନ ଯୋଗେ କୋରାପୁଟ ପହଂଚିଥିଲେ । କୋରାପୁଟ ରେଳ ଷ୍ଟେସନରେ ଜିଲ୍ଲା ବିଜେପି ପକ୍ଷରୁ ଉଚ୍ଛ୍ୱସିତ  ସମ୍ବର୍ଦ୍ଧନା ଦିଆଯାଇଥିଲା । କୋରାପୁଟ ରୁ ମାଲଜାନଗିରି ଜିଲ୍ଲା ଗୋବିନ୍ଦପାଲି ଗସ୍ତରେ ଯାଇଛନ୍ତି ।

nis-ad
Leave A Reply

Your email address will not be published.