ଅନନ୍ତନାଗ ଏନକାଉଣ୍ଟର; ଆଉ ଜଣେ ଯବାନ ସହିଦ…

enco

ଜମ୍ମୁ-କଶ୍ମୀରର ଅନନ୍ତନାଗରେ ସୁରକ୍ଷାକର୍ମୀ ଓ ଆତଙ୍କବାଦୀଙ୍କ ମଧ୍ୟରେ ହୋଇଥିବା ବଡ଼ ଧରଣର ଏନକାଉଣ୍ଟରରେ ସହିଦଙ୍କ ସଂଖ୍ୟା ୪ରେ ପହଞ୍ଚିଛି । ପୂର୍ବରୁ ଏହି ଗୁଳି ବିନିମୟରେ ଭାରତୀୟ ସେନାର ଜଣେ କର୍ଣ୍ଣେଲ, ଜଣେ ମେଜର ଓ ଜମ୍ମୁ-କଶ୍ମୀର ପୁଲିସ୍‌ର ଜଣେ ଡିଏସ୍‌ପି ସହିଦ ହୋଇଥିବା ବେଳେ ଏବେ ଅନନ୍ତନାଗରେ ଆଉ ଜଣେ ଯବାନ ସହିଦ ହୋଇଛନ୍ତି।

ଗତ ବୁଧବାର ଠାରୁ ଆତଙ୍କବାଦୀ ଓ ସୁରକ୍ଷାକର୍ମୀଙ୍କ ମଧ୍ୟରେ ଗୁଳିବିନିମୟ ଚାଲିଛି। ସେନା ପକ୍ଷରୁ ହୋଇଥିବା ସର୍ଚ୍ଚ ଅପରେସନ ବେଳେ ଆତଙ୍କୀମାନେ ସୁରକ୍ଷାକର୍ମୀଙ୍କ ଉପରକୁ ଗୁଳି ମାଡ଼ କରିଥିଲେ । ଏଥିରେ ଦୁଇ ଯବାନ ଆହତ ହୋଇଥିଲେ । ସେଥି ମଧ୍ୟରୁ ଜଣେ ଆହତ ଯବାନ ଚିକିତ୍ସାଧିନ ଅବସ୍ଥାରେ ଶ୍ରୀନଗରରେ ସହିଦ ହୋଇଛନ୍ତି। ଏବେବି ଆତଙ୍କୀ ଓ ସୁରକ୍ଷାକର୍ମୀଙ୍କ ମଧ୍ୟରେ ଗୁଳିବିନିମୟ ଜାରି ରହିଛି ।

ସେନା ଓ ପୁଲିସ ପକ୍ଷରୁ ସର୍ଚ୍ଚ ଅପରେସନ ଚାଲିଥିବା ବେଳେ ସେନା ପକ୍ଷରୁ ଏହି ଅଂଚଳରୁ ଘେରାବନ୍ଦୀ କରି ରଖାଯାଇଛି । ଅନନ୍ତନାଗ କୋକେରନାଗରେ ୩ ଦିନରେ ୪ ଯବାନ ସହିଦ୍ ହୋଇଛନ୍ତି।

ଗତ ବୁଧବାର ଅନନ୍ତନାଗର କୋକେରନାଗ ଅଞ୍ଚଳରେ କିଛି ଆତଙ୍କବାଦୀ ଲୁଚିଥିବା ଖବର ମିଳିବା ପରେ ଅପରେସନ ଆରମ୍ଭ ହୋଇଥିଲା। ସେନା ଓ ପୁଲିସ୍‌ ପକ୍ଷରୁ ମିଳିତ ଭାବେ ଏହି ଅପରେସନ କରାଯାଇଥିଲା। ସର୍ଚ୍ଚ ଅପରେସନ ବେଳେ ସୁରକ୍ଷାକର୍ମୀ ଓ ଆତଙ୍କବାଦୀଙ୍କ ମଧ୍ୟରେ ଘମାଘୋଟ ଲଢ଼େଇ ହୋଇଥିଲା।

ଏ‌ଥିରେ ଆର୍ମିର ରାଜସ୍ଥାନ ରାଇଫଲ୍ସ ୟୁନିଟର କମାଣ୍ଡିଂ ଅଫିସର(କର୍ଣ୍ଣେଲ) ମନପ୍ରୀତ ସିଂହ, କମ୍ପାନୀ କମାଣ୍ଡର(ମେଜର) ଆଶିଷ ଧୋନଚାକ ଓ ଜମ୍ମୁ-କଶ୍ମୀର ପୁଲିସ୍‌ର ଡିଏସ୍‌ପି ହ୍ୟୁମାନ୍ୟୁ ସହିଦ ହୋଇଛନ୍ତି। ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ସେମାନଙ୍କ ଶେଷକୃତ୍ୟ ସମ୍ପନ୍ନ ହୋଇଛି ।

nis-ad
Leave A Reply

Your email address will not be published.