କୋଠା ଭୁଶୁଡିଲା କସବସା ପ୍ରକଳ୍ପ ଉଚ୍ଚ ବିଦ୍ୟାଳୟର…

ଦାରିଙ୍ଗବାଡ଼ି, ୧୪/୯, କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ବ୍ଲକ ଅନ୍ତର୍ଗତ ହାତିମୁଣ୍ଡା ଗ୍ରାମ ପଞ୍ଚାୟତ କସବସା ଗ୍ରାମର ପ୍ରକଳ୍ପ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଛାତ ଲଗାଣ ବର୍ଷାରେ ଗତ ସମବାର ୧୧ ତାରିଖ ଦିନ ସମୟ ପ୍ରାୟ ଅପରାହ୍ନ ୩ ଘଟିକା ରେ ଭୁଶୁଡି଼ ପଡ଼ିଥିବା ଖବର ହସ୍ତଗତ ହୋଇଛି। ବିଦ୍ୟାଳୟର ସମୟ ହୋଇଥିଲେହେଁ ଛାତ୍ରଛାତ୍ରୀ କିମ୍ବା ଶିକ୍ଷକଙ୍କ କିଛି କ୍ଷୟକ୍ଷତି ହୋଇନଥିବା ଜଣା ପଡ଼ିଛି। ଗ୍ରାମବାସୀଙ୍କ କହିବା କଥା ଅଳ୍ପକେ ଗାଁରୁ ବିପଦ ହଟି ଯାଇଛି। ବ୍ଲକ ମହକୁମା ଠାରୁ ପ୍ରାୟ ୫୦ କି.ମି ଓ ପଞ୍ଚାୟତ ମହକୁମା ଠାରୁ କସବସା ଗ୍ରାମ ପ୍ରାୟ ୩.୫ କି.ମି ଠାରୁ ଅଧିକ ଦୂରରେ ଅବସ୍ଥିତ।


ଏହି ବିଦ୍ୟାଳୟରେ ପ୍ରଥମରୁ ଦଶମ ଶ୍ରେଣୀରେ ଯାଏଁ ଛାତ୍ରଛାତ୍ରୀ ଅଧ୍ୟୟନ କରୁଛନ୍ତି। ୨୦ ବର୍ଷ ତଳେ ବିଦ୍ୟାଳୟ ଶ୍ରେଣୀଗୃହ ସ୍ଥାପିତ ହୋଇଥିଲା। ଡିପିଇପି ବିଭାଗ ଦ୍ୱାରା ୨୦୦୩ ସାଲରେ ୪ଟି ଶ୍ରେଣୀ କୋଠରୀ ବିଶିଷ୍ଟ ସ୍କୁଲର ଛାତ କାମ ହୋଇଥିବା ସୂଚନା ରହିଛି। ହେଲେ ଟିକିଏ ବଡ଼ ଧରଣର ବର୍ଷା ହେଲେ ଏହି ଦୁଇଟି ଶ୍ରେଣୀ କୋଠରୀ ଛାତରୁ ପାଣି ଗଳି ଶିକ୍ଷା ଦାନରେ ବାଧା ଉପୁଜି ଥିବା ଜଣା ପଡ଼ିଛି। ବର୍ତ୍ତମାନ ଦୁଇଟି ଶ୍ରେଣୀ କୋଠରୀର ଛାତ ଅଧା ଭୁଶୁଡ଼ି ପଡି଼ବାରୁ ଶିକ୍ଷକ ମାନେ ସେହି ବିଦ୍ୟାଳୟରେ ଶିକ୍ଷା ଦାନ କରିବାକୁ ଭୟ କରୁଥିବା ବେଳେ ଅଭିଭାବକ ମାନେ ମଧ୍ୟ ବିଦ୍ୟାଳୟକୁ ନିଜ ପିଲାଙ୍କୁ ପାଠ ପଢି଼ବା ଉଦ୍ଦେଶରେ ଛାଡି଼ବାକୁ ଭୟକରୁଥିବା ପ୍ରକାଶ ପାଇଛି। ବର୍ତ୍ତମାନ ସମୟରେ ତିନୋଟି ଶ୍ରେଣୀ ଗୃହରେ ପ୍ରଥମ ରୁ ଦଶମ ଶ୍ରେଣୀ ପର୍ଯ୍ୟନ୍ତ ପାଠ ପଢ଼ା ଯାଉଛି । ଦୁଇଟି ଶ୍ରେଣୀ ଗୃହ ବର୍ତ୍ତମାନ ବିପଦ ସଙ୍କୁଳ ଅବସ୍ଥାରେ ରହିଛି।
ଛାତ ଭୁଶୁଡି଼ ପଡି଼ବା ନେଇଁ ପ୍ରଧାନ ଶିକ୍ଷକ ବିଭାଗୀୟ ଅଧିକାରୀ ମାନଙ୍କୁ ଲିଖିତ ଜଣାଇ ଥିବା ବେଳେ ଗ୍ରାମ ବାସୀ ସମୂହ ଅତିଶୀଘ୍ର ଶ୍ରେଣୀ କୋଠା ଯୋଗାଇ ଦେବାକୁ ବିଭାଗୀୟ ଉଚ୍ଚ ଅଧିକାରୀଙ୍କ ସହିତ ବ୍ଲକ ପ୍ରଶାସନ ଓ ଜିଲା ପାଳଙ୍କ ନିକଟରେ ଦାବୀ କରିଛନ୍ତି।

nis-ad
Leave A Reply

Your email address will not be published.