ବିଜୁ ଯୁବ ଜନତା ଦଳର ନଗର କର୍ମକର୍ତ୍ତା ବୈଠକ ଅନୁଷ୍ଠିତ

ଫୁଲବାଣୀ : ବିଜୁ ଯୁବ ଜନତା ଦଳର ନଗର କର୍ମକର୍ତ୍ତା ବୈଠକ ଅନୁଷ୍ଠିତ ହୋଇଯାଇଅଛି l ଉକ୍ତ ବୈଠକରେ ଯୁବ ନଗର ସଭାପତି ରାକେଶ କୁମାର ମିଶ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି l ବୈଠକରେ ମୁଖ୍ୟ ଅତିଥି ଭାବରେ ଫୁଲବାଣୀ ବିଧାୟକ ଅଙ୍ଗଦ କଁହର, ବିଜୁ ଯୁବ ଜନତା ଦଳର ଜିଲ୍ଲା ସଭାପତି ବିଷ୍ଣୁ ଚରଣ ମଲ୍ଲିକ ଏବଂ ଫୁଲବାଣୀ ମୁନିସିପାଲିଟି 8 ନମ୍ବର ୱାର୍ଡ ର କାଉନସିଲର ତଥା ବିଜୁ ଜନତା ଦଳର ଡିଜିଟାଲ ସେକ୍ରେଟାରୀ ରାଜେନ୍ଦ୍ର ପାଢ଼ୀ ପ୍ରମୁଖ ଉପସ୍ଥିତ ଥିଲେ l ମୁଖ୍ୟ ଅତିଥି ଆଗାମୀ ନିର୍ବାଚନରେ କିପରି ତୃଣମୂଳ ସ୍ତରରେ ସୁଦୃଢ ହେବା ସହ ବିପୁଳ ଭୋଟରେ ଦଳ କିପରି ନିର୍ବାଚିତ ହେବ ସେ ନେଇ କର୍ମୀ ମାନଙ୍କୁ ପରାମର୍ଶ ଦେଇଥିଲେ l ଏଥି ସହିତ ପ୍ରତ୍ୟେକ ୱାର୍ଡର ୱାର୍ଡ ସଭାପତି, ଉପ ସଭାପତି, ସାଧାରଣ ସମ୍ପାଦକ ଓ ସମସ୍ତ ସମ୍ପାଦକଙ୍କ ଉପସ୍ଥିତରେ ବୈଠକଟି ସୁଚାରୁ ରୂପେ ସମ୍ପୂର୍ଣ୍ଣ କରାଯାଇଥିଲା l

nis-ad
Leave A Reply

Your email address will not be published.