ଉମରକୋଟ(୧୨/୦୯) : ସରକାରଙ୍କ ନିର୍ଦ୍ଦେଶରେ ଓଡ଼ିଶା ସାରା ଚାଲିଛି ପୋଷଣ କାର୍ଯ୍ୟକ୍ରମ | ଅଙ୍ଗନୱାଡି କେନ୍ଦ୍ର ଅଧୀନରେ ଥିବା ସମସ୍ତ ଗର୍ଭବତୀ ମା, ପ୍ରସୂତି ମା, କୁମାରୀ, ବାଳକବାଳିକା ମାନଙ୍କୁ ନେଇ ପୁଷ୍ଟି କର ଖାଦ୍ୟ ବିଷୟରେ ସଚେତନ କରିବା କାର୍ଯ୍ୟକ୍ରମ ହେଉଛି | ଜଣାଯାଇଛି ଉମରକୋଟ ବ୍ଲକରେ ଥିବା ବଣିପଦର ଗ୍ରାମ ସହ ପାର୍ଶ୍ବବର୍ତ୍ତୀ ଗ୍ରାମର ଅଙ୍ଗନୱାଡି କର୍ମୀ ସହ ସମସ୍ତ ଗର୍ଭବତୀ ମା, ପ୍ରସୂତି ମା, କୁମାରୀ, ବାଳକବାଳିକାମାନଙ୍କୁ ନେଇଁ ବିଭିନ୍ନ କାର୍ଯ୍ୟକ୍ରମ ମାଧ୍ୟମରେ ପୋଷଣ ଦିବସ କରାଯାଇ ଥିଲା | ଏଥିରେ ସମସ୍ତଙ୍କୁ ପୁଷ୍ଟିକର ଖାଦ୍ୟ ବିଷୟରେ ବୁଝାଇବା ପାଇଁ ବିଭିନ୍ନ ପ୍ରକାର ପିଠା, ଏବଂ ବିଭିନ୍ନ ପ୍ରକାର ସବଜି ସଂଗ୍ରହ କରି ଅବଗତ କରାଯାଇ ଥିଲା | ଚାରି ଜଣ ଅଙ୍ଗନୱାଡି କର୍ମୀ ପ୍ରମିଲା ମଜୁମଦାର, ଟୋବାଦେଇ ମାଝୀ, କୁମାରୀ ବାଘ, ଦମୟନ୍ତୀ ମାଝୀ ଯୋଗ ଦେଇ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ | ସମସ୍ତଙ୍କୁ ମିଷ୍ଟାନ୍ନ ଓ ପିଠା ବଣ୍ଟନ କରି କାର୍ଯ୍ୟକ୍ରମ ସମାପନ କରାଯାଇଥିଲା |
Sign in
Sign in
Recover your password.
A password will be e-mailed to you.