ଭିତରକନିକା ଜାତୀୟ ଉଦ୍ୟାନରେ ଆଗନ୍ତୁକ ଦେଶୀୟ ପକ୍ଷୀଙ୍କ ସଂଖ୍ୟା 26818କୁ ବୃଦ୍ଧି…


ରାଜନଗର: ,12.09.023:କେନ୍ଦ୍ରାପଡ଼ା ଜିଲ୍ଲା ରାଜନଗର ଵ୍ଲକ ଭିତରକନିକା ଜାତୀୟ ଉଦ୍ୟାନରେ ଆଗନ୍ତୁକ ଦେଶୀୟ ପକ୍ଷୀଙ୍କ ଗଣନା ଶେଷ ହୋଇଛି। ଗତବର୍ଷ ଭିତରକନିକାରେ ୧,୧୬,୦୭୦ ଦେଶୀୟ ପକ୍ଷୀଙ୍କ ଭିଡ଼ ଜମାଇଥିବା ବେଳେ ଚଳିତ ବର୍ଷ ଏହି ସଂଖ୍ୟା ୧,୨୩, ୮୬୭କୁ ବୃଦ୍ଧି ପାଇଛି। ଗତ ବର୍ଷଠାରୁ ଚଳିତ ବର୍ଷ ୭,୭୯୭ ଅଧିକ ସଂଖ୍ୟକ ପକ୍ଷୀ ଭିତରକନିକାରେ ଡେରା ପକାଇଛନ୍ତି। ଚଳିତବର୍ଷ ୧୭୬୦ ଗଛରେ ୨୬,୧୧୮ ବସାରେ ଏହି ପକ୍ଷୀଙ୍କୁ ଗଣନା କରାଯାଇଛି ବୋଲି ରାଜନଗର ଡିଏଫ୍ଓ ସୁଦର୍ଶନ ଗୋପୀନାଥ ଯାଦବ ସୂଚନା ଦେଇଛନ୍ତି। ଚଳିତ ମାସ ୩ତାରିଖରୁ ୭ ତାରିଖ ଯାଏ ୫ ଦିନ ଧରି ଭିତରକନିକାର ମଠଆଡ଼ିଆ, ଲକ୍ଷ୍ମୀପ୍ରସାଦଡିଆ, ଦୁର୍ଗାପ୍ରସାଦଡିଆ ସମେତ ରାଜନଗର ରଂଜ୍‌ର ବ୍ରାହ୍ମଣୀ ନଦୀ ମଧ୍ୟରେ ଥ‌ିବା ବାଲିଡିଆ ଆଇଲ୍ୟାଣ୍ଡରେ ପକ୍ଷୀ ଗଣନା କରାଯାଇଥିଲା। ଭିତରକନିକାରେ ପ୍ରଥମ ଥର ପାଇଁ ଏବର୍ଷ ଜାତୀୟ ଉଦ୍ୟାନ ବାହାରେ ଦେଶୀୟ ପକ୍ଷୀଙ୍କ ଠିକଣା ଠାବ କରାଯିବା ସହ ଗଣନା କରାଯାଇଛି। ଜାତୀୟ ଉଦ୍ୟାନ ମଧ୍ଯରେ ବନ ବିଭାଗର ୪ଟି ଟିମ୍ ପକ୍ଷୀ ଗଣନା କରିଥିବାବେଳେ ଭିତରକନିକା ଜାତୀୟ ଉଦ୍ୟାନ ବାହାରେ ଗୋଟିଏ ଟିମ୍ ପକ୍ଷୀ ଗଣନା କରିଥିଲେ । ଚଳିତ ବର୍ଷ ଭିତରକନିକାରେ ୧୦ ପ୍ରକାର ପକ୍ଷୀଙ୍କ ସମାଗମ ହୋଇଛି। ପକ୍ଷୀଗୁଡ଼ିକ ମଧ୍ୟରେ ଗେଣ୍ଡାଳିଆ, ରାଣୀ ବଗ, ମଝିଆ ବଗ, ଛୋଟ ବଗ, ଖଇରା ବଗ, ମାଟିଆ ବଗ, ପାଣିକୁଆ, ଅନ୍ଧାରିଆ ବଗ, କାପରଖାଇ, ଦାଆ ବେଣ୍ଟିଆ ପ୍ରଭୃତି ପକ୍ଷୀଙ୍କୁ ଚିହ୍ନଟ କରାଯାଇଛି। ଏହି ଗଣନା କନିକା ରେଜ୍ ଅଫିସର ମାନସ ଦାସଙ୍କ ତତ୍ତ୍ୱାବଧାନରେ ବନପାଳ ନବୀନ ମଲ୍ଲିକ, ପ୍ରଶାନ୍ତ ସିଂ, ବନରକ୍ଷୀ ସୁନିଲ ରଂଜନ ରାଉତରାୟ, ଶ୍ରୀରାମ ହେମନ୍ତ ପାଣିଗ୍ରାହୀଙ୍କ ନେତୃତ୍ଵରେ କରାଯାଇଥିଲା। ଏସିଏଫ୍ ପୁନମହୀରା ହାଁସଦା, ଗଗନ ମଲ୍ଲିକ, ରଂଜ୍ ଅଫିସର ଚିତ୍ତ ରଂଜନ ବେଉରା ଓ ଫରେଷ୍ଟର ବିଜୟ ତ୍ରଙ୍କ ନେତୃତ୍ଵରେ ବନବିଭାଗ ଟିମ୍ ପକ୍ଷୀ ଗଣନା କରିଥିଲେ।

nis-ad
Leave A Reply

Your email address will not be published.