ବିଜିଲାନ୍ସ ହାତରେ ପଣ୍ୟଗାର ନିଗମର ଅଧିକ୍ଷକ…

ନିମାପଡା : ଆଜି ନିମାପଡା ନହଁତରା ସ୍ଥିତ ଓଡିଶା ରାଜ୍ୟ ପଣ୍ୟଗାର ନିଗମର ଅଧିକ୍ଷକ ଦେବୀପ୍ରସାଦ ମହାନ୍ତି ୨ଲକ୍ଷ ୪୧ହଜାର ଟଙ୍କା ଲାଞ୍ଚ ନେଉଥିବା ସମୟରେ ବିଜିଲାନ୍ସର ଏକ ସତନ୍ତ୍ର ତାଙ୍କୁ ଗିରଫ କରିଛି।ଅନେକ ଦିନ ହେବ ଏହି ଗୋଡାଉନ୍ ଅଧିକ୍ଷକ ଜଣଙ୍କ ମୋଟା ଅଙ୍କର ଲାଞ୍ଚ କାରବାର କରୁଥିବା ବେଳେ ଆଜି ବିଜିଲାନ୍ସର ଏକ ସତନ୍ତ୍ର ସାତ ଜଣିଆ ଟିମ ତାଙ୍କୁ ଗିରଫ କରିବାରେ ସଫଳ ହୋଇଛନ୍ତି।ଏହି ଗୋଡାଉନରେ ରାଶନ ଧାରୀଙ୍କ ନିମନ୍ତେ ଆସୁଥିବା ଚାଉଳରେ ବିଭିନ୍ନ ପ୍ରକାର ଖରାପ ଚାଉଳ ମିଶ୍ରଣ କରାଯାଉଥିବା ଅଭିଯୋଗ ହେଉଥିଲା।ଯାହା ଫଳରେ ଗରିବ ହିତାଧିକାରୀଙ୍କ ପାଖରେ ନିମ୍ନ ମାନର ମିଶ୍ରଣ ଚାଉଳ ପହଞ୍ଚୁ ଥିଲା।ଏହି ଚାଉଳ ବିଭିନ୍ନ ମିଲରୁ ଆସୁଥିବା ବେଳେ ଗୋଡାଉନ ଅଧିକ୍ଷକ ଦେବେନ୍ଦ୍ର ମହାନ୍ତିଙ୍କ ପାଖରେ ଏହି ବାବଦରେ ବଡ ଡିଲ ହେଉଥିଲା।ବାରମ୍ବାର ଅଭିଯୋଗ ପରେ ବିଜିଲାନ୍ସର ଏକ ସତନ୍ତ୍ର ଟିମ ଅଧିକ୍ଷକ ମହାନ୍ତିଙ୍କ ଉପରେ ନଜର ରଖିଥିଲା।ଏହି ଟିମରେ ଡିଏସପି ସଂଧ୍ୟାରଣୀ ସାହୁ,ଆଇଆଇସି ମଧୁସ୍ମିତା କର, ଆଇଆଇସି ଜ୍ଞାନରଞ୍ଜନ ମହାନ୍ତିଙ୍କ ଉଦ୍ୟମରେ ଏକ ସାତଜଣିଆ ବିଜିଲାନ୍ସ ଟିମ ଆଜି ଚଢ଼ାଉ କରି ଦେବେନ୍ଦ୍ର ମହାନ୍ତିଙ୍କୁ ଗିରଫ କରିବା ସହିତ ନଗଦ ୨ଲକ୍ଷ ୪୧ହଜାର ଟଙ୍କା ସହିତ ଦୁଇଟି ମୋବାଇଲ ସିଜ କରିଛି।

nis-ad
Leave A Reply

Your email address will not be published.