ରାଜ୍ୟ ସାମ୍ବାଦିକ ସଙ୍ଘ ର ପଦାଧିକାରୀ ବୈଠକ: ଅତିଥି ଭବନ ନିର୍ମାଣ ଓ ପେନସନ ପ୍ରଦାନ ଉପରେ ଗୁରୁତ୍ୱାରୋପ…


କଟକ : ରାଜ୍ୟ ସାମ୍ବାଦିକ ସଙ୍ଘ (ଏସୟୁଜେ) ଓଡ଼ିଶା ର ପଦାଧିକାରୀ ଏବଂ ଜାତୀୟ କାର୍ଯ୍ୟକାରିଣୀ ସଭ୍ୟ ମାନଙ୍କ ବୈଠକ କଟକ ସର୍କିଟ ହାଉସ ଠାରେ ଅନୁଷ୍ଠିତ ହୋଇଯାଇଅଛି। ସଂଘର ସଭାପତି କୈଳାଶ ଚନ୍ଦ୍ର ନାୟକ ଙ୍କ ଅଧ୍ୟକ୍ଷତା କ୍ରମେ ଏହି ବୈଠକରେ ରାଜ୍ୟର ସାମ୍ବାଦିକ ମାନଙ୍କ ସ୍ଵାର୍ଥ ରକ୍ଷା ଓ ସୁରକ୍ଷା ପାଇଁ ସଂଗଠନ ନିରନ୍ତର ଭାବେ କାର୍ଯ୍ୟ କରିବା ଉପରେ ଗୁରୁତ୍ଵାରୋପ କରାଯାଇଥିଲା। ଛତିଶଗଡ , ମହାରାଷ୍ଟ୍ର ଓ ମଧ୍ୟପ୍ରଦେଶ ସରକାରଙ୍କ ଭଳି ସାମ୍ବାଦିକଙ୍କ ପାଇଁ ସୁରକ୍ଷା ଆଇନ ପ୍ରଣୟନ ଓ ମାସିକ ୨୦ ହଜାର ଟଙ୍କା ର ପେନସନ ଏବଂ ଭତ୍ତା ପ୍ରଦାନ କରିବାକୁ ସରକାର ଙ୍କ ଠାରେ ଦାବିକୁ ଶାଣିତ କରାଯିବ ବୋଲିି ପ୍ରସ୍ତାବ ଗୃହୀତ ହୋଇଥିଲା। ସେହିପରି ଭୁବନେଶ୍ୱର ରେ ସାମ୍ବାଦିକ ମାନଙ୍କ ନିମନ୍ତେ ସ୍ଵତନ୍ତ୍ର ଅତିଥି ଭବନ ଦାବି କୁ ସମସ୍ତେ ଦୋହରାଇ ଥିଲେ। ଏନେଇ ଯଥାଶୀଘ୍ର ସରକାର ଙ୍କୁ ସାକ୍ଷାତ କରାଯିବ ବୋଲିି ନିଷ୍ପତ୍ତି ହୋଇଥିଲା।ପ୍ରାରମ୍ଭ ରେ କଲ୍ୟାଣ ପାଣ୍ଠି ଅଧ୍ୟକ୍ଷ ଗଗନ ବିହାରୀ ସାହୁ ସମସ୍ତ ଙ୍କୁ ସ୍ଵାଗତ କରିଥିଲେ। ସମ୍ପାଦକ ମହେନ୍ଦ୍ର କୁମାର ଦର୍ଜୀ ଗତ ବୈଠକ ର ଆଲୋଚନା ସମ୍ପର୍କରେ ସୂଚନା ରଖିଥିବା ବେଳେ ଉପସଭାପତି ବାସୁଦେବ ତ୍ରିପାଠୀ,ସମରେଶ ମିଶ୍ର ଓ କୀର୍ତ୍ତି ଚନ୍ଦ୍ର ସାହୁ, ଜାତୀୟ

କାର୍ଯ୍ୟକାରିଣୀ ସଭ୍ୟ ବବୁଲ ସିଂ, ଉଦୟନାଥ ଖଣ୍ଡାଇ, ପ୍ରୟାଗରାଜ କର, ସ୍ଵତନ୍ତ୍ର ନିମନ୍ତ୍ରିତ ସଭ୍ୟ ଚିନ୍ତାମଣି ପାଢ଼ୀ, କୋଷାଧ୍ୟକ୍ଷ ଅଖିଳେଶପଦ ମହାନ୍ତି, ସମ୍ପାଦକ ବିଭୁ ପ୍ରସାଦ ପଣ୍ଡା, ଶିବାଶିଷ ମହାନ୍ତି, ଯୋଗାଯୋଗ ମୁଖ୍ୟ କାର୍ଯ୍ୟନିର୍ବାହୀ ଶଶିଭୂଷଣ ଷଡ଼ଙ୍ଗୀ ପ୍ରମୁଖ ଆଲୋଚନାରେ ଅଂଶଗ୍ରହଣ କରିଥିଲେ। ଆସନ୍ତା ଡିସେମ୍ବର ରେ ରାଜ୍ୟ ଉସ୍ଥବ ଆୟୋଜନ ପାଇଁ ନିଷ୍ପତ୍ତି ହୋଇଥିଲା। ସେହିଭଳି ସଂଗଠନରେ ଶୃଂଖଳା, ଅନୁଶାସନ ଏବଂ କ୍ରମାଗତ କାର୍ଯ୍ୟକ୍ରମ କରିବା ଉପରେ ଆଲୋଚନା ହେବା ସଙ୍ଗେ ସଙ୍ଗେ ଚଳିତ ମାସ ଶେଷ ସୁଦ୍ଧା ସଭ୍ୟ ଫର୍ମ ସଂଗ୍ରହ ଶେଷ କରିବାକୁ ମଧ୍ୟ ନିଷ୍ପତ୍ତି ହୋଇଥିଲା। ବିଭିନ୍ନ ଜିଲ୍ଲା ର ସାଂଗଠନିକ ଦାୟିତ୍ଵ ଗୁଡିକ ର ତର୍ଜମା ସହିତ କର୍ମକର୍ତ୍ତା ମାନଙ୍କୁ ଏହାର ଦାୟିତ୍ଵ ପ୍ରଦାନ କରାଯାଇଥିଲା।ସଶକ୍ତ ଗଞାମ ଜିଲ୍ଲା ସଂଗଠନ ଗଠନ ପାଇଁ ବରିଷ୍ଠ ସଭ୍ୟ ହେମାଙ୍ଗ ପ୍ରସାଦ ରାଉଳଙ୍କୁ ଅଭିନନ୍ଦନ ଞାପନ ସହ ଶ୍ରୀ ରାଉଳ ଙ୍କୁ ରାଜ୍ୟ ସଂଗଠନର ସମ୍ପାଦକ ରୁପେ ନେବା ପ୍ରସ୍ତାବ ଗୃହୀତ ହୋଇଥିଲା। ସେହିପରି ସୁରଜିତ ପଣ୍ଡା ଙ୍କୁ କାର୍ଯକାରିଣୀ ସଭ୍ୟ ଭାବେ ମଧ୍ୟ ନିଆଯିବାକୁ ନିଷ୍ପତ୍ତି ହୋଇଥିଲା। ଏହି ଅବସରରେ ଶ୍ରୀ ରାଉଳଙ୍କୁ ଫୁଲ ତୋଡା ଦିଆଯାଇ ସ୍ଵାଗତ କରାଯାଇଥିଲା। ପୁନଃଶ୍ଚ ଯାଜପୁର ଜିଲ୍ଲାରେ ଜାତୀୟ ସାମ୍ବାଦିକ ୟୁନିଅନର କାର୍ଯକାରିଣୀ ବୈଠକ ଅତ୍ୟନ୍ତ ସଫଳତା ର ସହ ସମ୍ପନ୍ନ ହୋଇଥିବାରୁ ଏନୟୁଜେ ସଭ୍ୟ ଉଦୟନାଥ ଖଣ୍ଡାଇ ଓ ଚିନ୍ତାମଣି ପାଢ଼ୀ ଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା। ଆସନ୍ତା ଅକ୍ଟୋବରରେ ପରବର୍ତ୍ତୀ ପଦାଧିକାରୀ ବୈଠକ ଆୟୋଜନ ନିମନ୍ତେ ନିଷ୍ପତ୍ତି ହୋଇଛି। ଶେଷରେ ବରିଷ୍ଠ ଉପସଭାପତି ଶ୍ରୀ ତ୍ରିପାଠୀ ଧନ୍ୟବାଦ ଅର୍ପଣ କରିଥିଲେ।

nis-ad
Leave A Reply

Your email address will not be published.