ବସନ୍ତ ପାଢୀ ହେଲେ ଡିସିସି ସାଧାରଣ ସମ୍ପାଦକ…

ଫୁଲବାଣୀ: ଆଗାମୀ ସାଧାରଣ ନିର୍ବାଚନକୁ ଦୃଷ୍ଟିରେ ରଖି କନ୍ଧମାଳ ଜିଲ୍ଲା କଂଗ୍ରେସକୁ ସଂଗଠିତ କରାଯାଇଛି। କନ୍ଧମାଳ ଜିଲ୍ଲାର ସମସ୍ତ ବ୍ଲକ, ଏନ୍‌ଏସି ଏବଂ ପୌରପାଳିକାର କଂଗ୍ରେସ କମିଟି ସଭାପତିଙ୍କ ନାମ ଘୋଷଣା କରାଯାଇଛି। ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟିର ସଭାପତିଙ୍କ ଦ୍ବାରା ଅନୁମୋଦିତ ହେବାପରେ ଏହା ଘୋଷଣା କରାଯାଇଛି। କନ୍ଧମାଳ ଜିଲ୍ଲା କଂଗ୍ରେସ କମିଟିର ସାଧାରଣ ସମ୍ପାଦକ ଭାବେ ବରିଷ୍ଠ କଂଗ୍ରେସ ନେତା ବସନ୍ତ କୁମାର ପାଢ଼ୀଙ୍କୁ ନିଯୁକ୍ତି ଦିଆଯାଇଥିବା ବେଳେ ଡିସିସି ଉପ ସଭାପତି ଭାବେ ସୀତାରାମ ପଣ୍ଡାଙ୍କୁ ନିଯୁକ୍ତି ମିଳିଛି। ସେହିଭଳି କନ୍ଧମାଳ ଜିଲ୍ଲାର ୧୨ଟି ବ୍ଲକ, ୨ଟି ଏନ୍ଏସି ଏବଂ ଗୋଟିଏ ପୌରପାଳିକା କଂଗ୍ରେସ କମିଟି ସଭାପତିଙ୍କ ନାମ ଘୋଷିତ ହୋଇଛି। କୋଟଗଡ଼ ବ୍ଲକ୍ କଂଗ୍ରେସ କମିଟି ସଭାପତି ଭାବେ ସରୋଜ ବେହେରା ମାଝୀ, ତୁମୁଡ଼ିବନ୍ଧ ଧୁବେନ୍ଦ୍ର ନାୟକ, ବାଲିଗୁଡ଼ା ଆଇବର ନାୟକ, କ.ନୂଆଗାଁ ଜିତେନ୍ଦ୍ର ଡିଗାଲ, ଫିରିଙ୍ଗିଆ ତାଳେଶ୍ଵର କହଁର,
ଫୁଲବାଣୀ ପ୍ରତିଭା କହଁର ଖଜୁରୀପଡ଼ା ସୁକାନ୍ତ ବେହେରା, ଚକାପାଦ ହରିଶ୍ଚନ୍ଦ୍ର କହଁର, ଦାରିଙ୍ଗିବାଡ଼ି ପ୍ରଦୀପ ନାୟକ, ରାଇକିଆ କୃଷ୍ଣପ୍ରିୟା ପ୍ରଧାନ, ଘୁ.ଉଦୟଗିରି ସଦାନନ୍ଦ ନାୟକ, ପ୍ରଧାନ, ଘୁ.ଉଦୟଗିରି ସଦାନନ୍ଦ ନାୟକ, ଟିକାବାଲି ଗୋକୁଳ ପ୍ରଧାନ, ଫୁଲବାଣୀ ପୌରପାଳିକା କଂଗ୍ରେସ ସଭାପତି ଶିବଶଙ୍କର ବେହେରା, ବାଲିଗୁଡ଼ା ଏନ୍ଏସି କଂଗ୍ରେସ ସଭାପତି କଂଗ୍ରେସ ସଭାପତି ସ୍ବପ୍ନଶ୍ଵର ସାହୁ ଓ ଘୁ. ଉଦୟଗିରି କଂଗ୍ରେସ ସଭାପତି ଭାବେ ସୂର୍ଯ୍ୟକାନ୍ତ ନାୟକଙ୍କ ନାମ ଘୋଷଣା କରାଯାଇଛି। ଜିଲ୍ଲା କଂଗ୍ରେସ କମିଟିରେ ବସନ୍ତ କୁମାର ପାଢ଼ୀଙ୍କୁ ସମ୍ପାଦକ ନିଯୁକ୍ତି ମିଳିଥିବାରୁ କଂଗ୍ରେସ କର୍ମୀ ମହଲରେ ଖୁସିର ଲହରି ଖେଳିଯାଇଛି। ଶ୍ରୀ ପାଢ଼ୀ ପୂର୍ବରୁ ଜିଲ୍ଲା ଯୁବ କଂଗ୍ରେସ ସଭାପତି ଏବଂ ଛାତ୍ର କଂଗ୍ରେସ ସଭାପତି ଭାବେ ସଫଳତାର ସହ ଦାୟିତ୍ବ ତୁଲାଇଥିଲେ। ଏ ନେଇ ଶ୍ରୀ ପାଢୀ ଜିଲ୍ଲା ସଭାପତି ଓ ରାଜ୍ଯ ସଭାପତିଙ୍କୁ କୃତଜ୍ଞତା ଜଣାଇଛନ୍ତି l

nis-ad
Leave A Reply

Your email address will not be published.