ପୁଣି ଅଶାନ୍ତ ଗଞ୍ଜାମ, ଗୋଟେ ପରେ ଗୋଟେ ଗଡୁଛି ମୁଣ୍ଡ : ଆଜି ପୁଣି ଦୁଇ ମୁଣ୍ଡ ଗଡ଼ିଲା…

ବ୍ରହ୍ମପୁର :୯-୯ ଗଞ୍ଜାମ ଜିଲ୍ଲାରେ ପୁଣି ଆଜି ଦୁଇ ଜଣଙ୍କ ମୁଣ୍ଡ ଗଡ଼ିଛି। ଗୋଟେ ପରେ ଗୋଟେ ମୁଣ୍ଡ ଗଡ଼ିବା ଆରମ୍ଭ ହୋଇଯାଇଛି, ଆଗକୁ ଅଛି ସାଧାରଣ ନିର୍ବାଚନ ଏବେ ଠାରୁ ପରିସ୍ଥିତି ଅଣଆୟତ୍ତ ପୋଲିସ ର ମୁଣ୍ଡ ବିଗିଡି ଗଲାଣି ।ସୂଚନା ଥାଉକି ଆଜି ଆସିକା ଅନ୍ତର୍ଗତ କୋଟିନଡ଼ାଥାନା ଇଲାକା ର ହରିଡା ପଦର ଗ୍ରାମରେ ସଞ୍ଜୟ ନାୟକ ନାମକ ଯୁବକଙ୍କୁ ଗୋଡ଼ାଇ ଗୋଡ଼ାଇ ବିଚ ରାସ୍ତାରେ ହତ୍ୟା କରାଯାଇଛି। ଏହି ହତ୍ୟାକାଣ୍ଡ ଶତ୍ରୁତା କୁ ନେଇ ହୋଇଥିବ ପୋଲିସ କହିଛି। ପୂର୍ବରୁ ଗ୍ରାମରେ ସବର୍ଣ୍ଣ ଓ ଅସବର୍ଣ୍ଣ ଙ୍କ ମଧ୍ୟରେ ତିକ୍ତତା ଲାଗିରହିଥିଲା। ସେହିପରି ଆଜି ସନ୍ଧ୍ୟା ରେ ଶେରଗଡ଼ ଥାନା ଅନ୍ତର୍ଗତ କୁମାରପାଣି ଗ୍ରାମର ମଧୁସୁଦନ ବିଷୋୟୀ ଙ୍କୁ ବାରସିଂ ନନ୍ଦିନୀ ସେତୁ ଉପରେ ନିର୍ମମ ଭାବେ ହତ୍ୟା କରାଯାଇଛି। ଏହି ହତ୍ୟା ଘଟଣା ଅସ୍ପଷ୍ଟ ରହିଛି।ଆଜି ଗଞ୍ଜାମ ଜିଲ୍ଲାରେ ଦୁଇ ଦୁଇ ଟି ହତ୍ୟା ଘଟଣା ଘଟିଯାଇଛି। ଆଗକୁ ପାର୍ବଣ ୠତୁ ଓ ସାଧରଣ ନିର୍ବାଚନ ଥିବାବେଳେ ରୀତି ମତ ମୁଣ୍ଡ ଗଡ଼ିବା ଏବେ ଠାରୁ ଆରମ୍ଭ ହୋଇଗଲାଣି।ଗଞ୍ଜାମ ପୋଲିସ ଜିଲ୍ଲାରେ ଥିବା ଦୁଇ ଦୁଇ ଟି ଏସପି ଙ୍କୁ ଏବେ ଏହି ହତ୍ୟା କାଣ୍ଡ ଯୋଗୁଁ ଚିନ୍ତା ବଢ଼େଇ ଦେଇଛି। ଉଭୟ ଜିଲ୍ଲାରେ ଅଧିକାଂଶ ଥାନା ରେ ନୂତନ ଭାବେ ଯୋଗ ଦେଇଥିବା ଥାନା ଅଧିକାରୀ ମାନଙ୍କୁ ହତ୍ୟାକାରି ମାନେ ଖୋଲା ଚ୍ୟାଲେଞ୍ଜ ଦେଉଥିବା ଦେଖିବାକୁ ମିଳୁଛି। ଏବେଠାରୁ ଅପରାଧ ତତ୍ତ୍ୱ ମାନଙ୍କ ପ୍ରତି ଅଙ୍କୁଶ ନ ଲଗାଇଲେ ଉଭୟ ଜିଲ୍ଲା ରେ ପୋଲିସ ପାଇଁ ଚ୍ୟାଲେଞ୍ଜ ସୃଷ୍ଟି ହେବାର ସମ୍ଭାବନା ଦେଖାଦେଇଛି। ଗତ ପଞ୍ଚାୟତ ନିର୍ବାଚନ ପରେ ଗାଁ ଗାଁ ରେ ଗୋଷ୍ଟି କନ୍ଦଳ ଲାଗିରହିଛି, ଅଘଟଣ ଘଟିଲେ ପୂର୍ବ ଶତ୍ରୁତା ବୋଲି ଆଖ୍ୟା ଦିଆଯାଉଥିବା ଦେଖିବାକୁ ମିଳୁଛି। କିନ୍ତୁ ପ୍ରକୃତ କଥା ହେଉଛି ରାଜନୈତିକ ଶତ୍ରୁତା ଓ ଗୋଷ୍ଠୀ କନ୍ଦଳ ଯାହାକି ଆଗାମୀ ଦିନରେ ପୋଲିସ କୁ ବହୁ ମୂଲ୍ୟ ଦେବାକୁ ପଡିପାରେ

nis-ad
Leave A Reply

Your email address will not be published.