ଚାକିରି ନାମରେ ଠକେଇ, ବୌଦ୍ଧଜିଲ୍ଲାରୁ ଜଣଙ୍କୁ ଗିରଫ କଲା ମାଲକାନଗିରି ପୋଲିସ କୁ ସଫଳତା…

ମାଲକାନଗିରି, ୫।୯ ଚାକିରି କରାଇଦେବା ନାମରେ ଠକେଇ ଅଭିଯୋଗରେ ମାଲକାନଗିରି ପୋଲିସ ଦ୍ଵାରା ବୌଦ୍ଧ ଜିଲ୍ଲାରୁ ଜଣେ ଗିରଫ । ମିଳିଥିବା ସୂଚନା ଅନୁଯାୟୀ ମାଲକାନଗିରି ଜିଲ୍ଲା ଶିଖପାଲି ଗ୍ରାମର ର ଇଶ୍ଵର କବାସୀ ନାମକ ଜଣେ ଯୁବକ ଶିକ୍ଷା ସହାୟକ ପଦବୀରେ ନିଯୁକ୍ତି ପାଇଁ ୨୦୧୮ ମସିହାରେ ଆବେଦନ କରିଥିଲେ । କିନ୍ତୁ ସରକାରଙ୍କ ପକ୍ଷରୁ ସେହି ସମୟରେ କୌଣସି ନିଯୁକ୍ତି ପ୍ରକ୍ରିୟା କରାଯାଇ ନଥିଲା । ତେବେ ସେ ଆବେଦନ କରିଥିବା ଫର୍ମରେ ତାଙ୍କ ମୋବାଇଲ ନମ୍ବର ଦେଇଥିବା ବେଳେ ସେହି ନମ୍ବରକୁ କୌଶଳକ୍ରମେ ସଂଗ୍ରହ କରି ଜଣେ ବ୍ୟକ୍ତି ନିଜକୁ ଓଏସଏସସି ବିଭାଗ ଭୁବନେଶ୍ବର ଜଣେ କର୍ମଚାରୀ ପରିଚୟ ଦେଇ ଇଶ୍ଵରଙ୍କୁ ଯୋଗାଯୋଗ କରିଥିଲା । ଏବଂ କହିଥିଲେ ଯେ, ପ୍ରଥମେ ୫୦ ହଜାର ଟଙ୍କା ଦିଅ, ଚାକିରି କରାଇଦେବି । ଏଥିରେ ଇଶ୍ଵର ପ୍ରଲୋଭିତ ହୋଇଥିଲେ ଏବଂ ଉକ୍ତ ବ୍ୟକ୍ତିଙ୍କ କଥାକୁ ମାନି ନେଇଥିଲେ । ଏହାପରେ ଇଶ୍ଵର ଉକ୍ତ ବ୍ୟକ୍ତିଙ୍କୁ ବିଭିନ୍ନ କିସ୍ତିରେ ୨୪ ସେପ୍ଟେମ୍ବର ୨୦୨୨ରୁ ୩ ଅଗଷ୍ଟ ୨୦୨୩ ମଧ୍ୟରେ ମୋଟ ୪ଲକ୍ଷ ୧୫ ହଜାର ଟଙ୍କା ଦେଇଥିଲେ । ତେବେ ଉକ୍ତ ବ୍ୟକ୍ତି ଜଣଙ୍କ ଇଶ୍ଵରଙ୍କୁ ମେଲ ଯୋଗେ ଚାକିରି କରାଇବା ନେଇ ମେସେଜ ମଧ୍ୟ ଦେଇ ସମୟ କ୍ରମେ ତାରିଖ ପରିବର୍ତ୍ତନ କରି ଚାଲିଥିଲେ । ଫଳରେ ଇଶ୍ଵର ନିରାସ ହୋଇ ଶେଷରେ ମଲ୍ଲନଗିରି ଥାନାର ଦ୍ଵାରସ୍ଥ ହୋଇ ଲିଖିତ ଅଭିଯୋଗ କରିଥିଲେ । ଘଟଣାରେ ମାଲ୍କାନଗିରି ପୋଲିସ ତଦନ୍ତ କରି ବୌଦ୍ଧ ଜିଲ୍ଲାରୁ ଲିଙ୍ଗରାଜ ମହାନନ୍ଦ ନାମକ ବ୍ୟକ୍ତିଙ୍କୁ ଗିରଫ କରିଆଜି କୋର୍ଟ ଚାଲାଣ କରିଥିବା ଇନ୍ସପେକ୍ଟର ରିଗାନ କିଣ୍ଡୋ ସୂଚନା ଦେଇଛନ୍ତି ।

nis-ad
Leave A Reply

Your email address will not be published.