ଗଞ୍ଜାମ ଅବକାରୀ ବିଭାଗ ର କାରନାମା – କୁଜି ଅସରପା ଉପରେ କାଣି ବିରାଡ଼ି ର ଦାଉ…


ବ୍ରହ୍ମପୁର: ୪-୯ ଗଞ୍ଜାମ ଜିଲ୍ଲାରେ ଥିବା କେତେକ ସରକାରୀ ମଦ ଭାଟି ରେ ପୋଚ ରେ ମହୁଲ ସ୍ଥାନରେ ୟୁରିଆ ଓ ଇଷ୍ଟ ବ୍ୟବହାର ହେଉଥିବା ଖବର ଗଣମାଧ୍ୟମ ରେ ରୀତି ମତ ପ୍ରକାଶ ହେଉଛି। ଖବର ପ୍ରକାଶ ହେବା ପରେ ଅବକାରୀ ବିଭାଗ ର ଜିଲ୍ଲା ମୁଖିଆ ଧର୍ମକୁ ଆଖିଠାର ଭଳି କେବଳ ଆସିକା ରେ ଥିବା କିଛି ଛୋଟ ମୋଟ ଏରୋଗୋଲା କ୍ୟାମ୍ପ ଉପରେ ଚଢ଼ାଉ କରି ବାହାବା ନେଉଥିବା ଦେଖିବାକୁ ମିଳୁଛି। ଆଜି ଆସିକା ତହସିଲଦାର ଓ ଅବକାରୀ ବିଭାଗର ମିଳିତ ଉଦ୍ୟମ ରେ ନିମିନା, ବାଲିସିର ଓ ଆଇବି ଏରୋଗୋଲା କ୍ୟାମ୍ପ ଉପରେ ଚଢ଼ାଉ କରି ୫୧୦ ଲିଟର ମଦ ୪୩୦୦ ଲିଟର ପୋଚ ନଷ୍ଟ କରି ତିନୋଟି କେଶ ରୁଜୁ କରି ଦୁଇ ଜଣଙ୍କୁ ଗିରଫ କରିଛନ୍ତି। ଗଞ୍ଜାମ ଜିଲ୍ଲାରେ ଥିବା ସରକାରୀ ମଦ ଭାଟି ରେ କିପରି ମଦ ପ୍ରସ୍ତୁତ ହେଉଛି,ତଦାରଖ କରଯାଉନିତ ଆଜି ପର୍ଯ୍ୟନ୍ତ ନା ଚଢ଼ାଉ ହେଇଛି। ଯେଉଁ ସବୁ ସରକାରୀ ମଦ ଭାଟିରେ ମହୁଲ ଯାଗାରେ ପୋଚ ରେ ୟୁରିଆ ଓ ଇଷ୍ଟ ବ୍ୟବହାର କରାଯାଉଛି, ସେହି ପୋଚ କୁ ଆଜି ପର୍ଯ୍ୟନ୍ତ ଯାଞ୍ଜ କରାଯାଉ ନାହିଁ। ଏହି ସବୁ ମଦ ଭାଟିକୁ ଜିଲ୍ଲା ଅବକାରୀ ବିଭାଗ ର

ଆଶିର୍ବାଦ ରହିଥିବା ଚାର୍ଚ୍ଚା ହେଉଛି। ଆଶିର୍ବାଦ ରହୁ ବାବୁମାନେ ଜଣେ ଜଣେ କୁବେର ହୁଅନ୍ତୁ, ଗଞ୍ଜାମ ଜିଲ୍ଲାରେ ଥିବା ଯେଉଁ ମଦ ଭାଟିରେ ବିଷାକ୍ତ ମଦ ପ୍ରସ୍ତୁତ ହୋଇ ଚାଲାଣ ହେଉଛି ,ପୁଣି ମଦ ମୃତ୍ୟୁ କୁ କିଭଳି ସାମ୍ନା କରିବ ଅବକାରୀ ବିଭାଗ ବୋଲି ଚାର୍ଚ୍ଚା ହେଉଛି।ବେଳ ଥାଉ ଥାଉ ଯଦି ଅବକାରୀ ବିଭାଗ ଉଚ୍ଚ ପଦସ୍ତ ଅଧିକାରୀ ଓ ଅବକାରୀ ମନ୍ତ୍ରୀ ବିଷାକ୍ତ ମଦ ପ୍ରସ୍ତୁତ କରୁଥିବା ବ୍ୟକ୍ତି ବିଶେଷଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ନକରନ୍ତି ତେବେ ଯଦି ଆଗାମୀ ଦିନରେ ମଦ ମୃତ୍ୟୁ ହୁଏ ତାହା ହେଲେ ବିରୋଧୀ ଦଳ କୁ କିପରି ସାମ୍ନା କରିବ ବୋଲି ସାଧରଣ ରେ ଆଲୋଚନା ହେଉଛି। ଆସିକାରେ କାର୍ଯ୍ୟରତ ତହସିଲଦାର ମହାଶୟ ଆସିକା ରେ ଚାଲିଥିବା ଚୋରା ବାଲି ଚାଲାଣ ଉପରେ ଚଢ଼ାଉ କରିବାକୁ ସମୟ ନାହିଁ,ମଦ ଜବତ କରିବାକୁ କେମିତି ସମୟ ମିଳିଲା ,ବୋଲି ଏବେ ବୁଦ୍ଧି ଜୀବି ଓ ସାଧାରଣ ରେ ଚାର୍ଚ୍ଚା ଜୋର ଧରିଛି। ଗରିବ ଖଟିଖିଆ ମାନଙ୍କ ପେଟ ମାରି ତେଲିଆ ମୁଣ୍ଡରେ ତେଲ ଢ଼ାଳିବା ସଦୃଶ୍ୟ ଅବକାରୀ ବିଭାଗ କାର୍ଯ୍ୟ କରୁଥିବା ଦେଖିବାକୁ ମିଳିଛି

nis-ad
Leave A Reply

Your email address will not be published.