ମା’ କନକଦୁର୍ଗା ବୁଲାବିକାଳି ସଂଘର କର୍ମକର୍ତ୍ତା ମନୋନୀତ


ହିଞ୍ଜିଳିକାଟୁ,: ତା ୩ା୯(): ହିଞ୍ଜିଳିକାଟୁ ପୌରାଞ୍ଚଳ ମା’ କନକଦୁର୍ଗା ବୁଲାବିକାଳି ସଂଘର ଏକ ସାଧାରଣ ବୈଠକ ରବିବାର ସ୍ଥାନୀୟ ବ୍ଳକ ଖରିଡା ମା’ କରେଇଶୁଣୀ ମନ୍ଦିର ପ୍ରାଙ୍ଗଣରେ ଅନୁଷ୍ଠିତ ହୋଇଯାଇଛି । ହରିହର ସାହୁଙ୍କ ତତ୍ତ୍ୱାବଧାନରେ ଆୟୋଜିତ ବୈଠକରେ ସଂଘର ବିଭିନ୍ନ ସମସ୍ୟା ସର୍ମ୍ପକରେ ଆଲୋଚନା କରାଯାଇଥିଲା । ଆଗାମୀ ଦିନରେ ସଂଘକୁ ସୁଦୃଢ କରିବା ପାଇଁ ବୈଠକରେ ମତ ପ୍ରକାଶ ପାଇଥିଲା । ପରେ ସଂଘର କର୍ମକର୍ତ୍ତା ମନୋନୀତ କରାଯାଇଥିଲା । ସର୍ବସମ୍ମତି କ୍ରମେ ସଭାପତି ଭାବେ ସାମ୍ବାଦିକ ବିଶ୍ୱମ୍ବର ସାହୁ, ସମ୍ପାଦକ ଭାବେ ହରିହର ସାହୁ, ଉପସଭାପତି ଭାବେ ଅଶୋକ କୁମାର ବେହେରା, କୋଷାଧ୍ୟକ୍ଷ ଭାବେ ନିଳାଞ୍ଚଳ ବେହେରା, କାର୍ଯ୍ୟକାରୀ ସଦସ୍ୟ ଭାବେ ସୁର୍ଦଶନ ନାୟକ, ଏ. ସିମାଞ୍ଚଳ ପାତ୍ର ଓ ହରି ପାଢିଙ୍କୁ ମନୋନୀତ କରାଯାଇଥିଲା । ଅନୁରୂପ ଭାବେ ଉପଦେଷ୍ଟା ମଣ୍ଡଳୀ ଭାବେ ସାମ୍ବାଦିକ ଦ୍ୱିତୀକୃଷ୍ଣ ପଣ୍ଡା, ଶେଷଦେବ ସାହୁ, ସୁଶାନ୍ତ ପ୍ରଧାନ ଏବଂ ଆଇନ ପରାମର୍ଶଦାତା ଭାବେ ବିଭୁପ୍ରସାଦ ପଣ୍ଡାଙ୍କୁ ମନୋନୀତ କରାଯାଇଥିଲା । ପରସ୍ପର ମଧ୍ୟରେ ସହାନୁଭୁତି ଓ ସହଯୋଗ ପ୍ରଦାନ ସହ ଗ୍ରାହକଙ୍କୁ ଉତ୍ତମ ବ୍ୟବହାର ପଦର୍ଶନ କରିବା ପାଇଁ ବୈଠକରେ ସ୍ଥିର କରାଯାଇଥିଲା । ଗୋବିନ୍ଦ ସାହୁ, ବାବୁଲା ବେହେରା, ଶିବରାମ ପାଢି, ମନୋଜ ବେହେରା, ଭଗବାନ ସାହୁଙ୍କ ସମେତ ବହୁ ସଦସ୍ୟ ଉପସ୍ଥିତ ଥିଲେ ।

nis-ad
Leave A Reply

Your email address will not be published.