ଜିଲ୍ଲା ସ୍ତରୀୟ ଆଇନ ସାକ୍ଷରତା ପ୍ରତିଯୋଗୀତା, ୨୦୨୩

ଫୁଲବାଣୀ :ଜିଲ୍ଲା ଆଇନସେବା ପ୍ରାଧିକରଣ ଫୁଲବାଣୀର ଅଧ୍ୟକ୍ଷ ସତ୍ୟ ପିର ମିଶ୍ରଙ୍କ ନିର୍ଦ୍ଦେଶକ୍ରମେ, ଓଡିଶା ରାଜ୍ୟ ଆଇନ ସେବା ପ୍ରାଧିକରଣ, କଟକ ଦ୍ଵାରା ପ୍ରେରିତ ନିୟମାବଳୀ ଅନୁଯାଇ ସ୍ଥାନୀୟ ଏ. ଡି. ଆର କେନ୍ଦ୍ରଠାରେ ଏକ ଜିଲ୍ଲା ସ୍ତରୀୟ ଆଇନ ସାକ୍ଷରତା ପ୍ରତିଯୋଗୀତା ଅନୁଷ୍ଠିତ ହୋଇଯାଇଅଛି । ଏଥିରେ ବ୍ୟଙ୍ଗ ନାଟକ, ଚିତ୍ରାଙ୍କନ, ବକୃତା ଏବଂ ପ୍ରବନ୍ଧ ଲିଖନ ଇତ୍ୟାଦି ପ୍ରତିଯୋଗୀତାହୋଇଥିଲା। ଏହି ପ୍ରତିଯୋଗୀତାରେ ଆଇନ ସାକ୍ଷରତା କ୍ଲବ ଭାବରେ ପଞ୍ଜୀକୃତ ଥିବା ଜିଲ୍ଲାର ବିଭିନ୍ନବିଦ୍ୟାଳୟର ୭୭ ଜଣ ଛାତ୍ର ଛାତ୍ରୀ ଅଂଶଗ୍ରହଣ କରିଥିଲେ ।
ବ୍ୟଙ୍ଗ ନାଟକ ପ୍ରତିଯୋଗିତାରେ ସରକାରୀ ଉଚ୍ଚ ବିଦ୍ୟାଳୟ, ବଇଡା ପ୍ରଥମ ସ୍ଥାନ ଗ୍ରହଣ କରିଥିଲେ । ସେହିପରି ପ୍ରବନ୍ଧ ପ୍ରତିଯୋଗିତାରେ ଶିଶୁ ବିଦ୍ୟାମନ୍ଦିର ଫୁଲବାଣୀର ନବମ ଶ୍ରେଣୀ ଛାତ୍ର ବିକାଶ ରଞ୍ଜନ କର,ବକୃତା ପ୍ରତିଯୋଗିତାରେ ଜୱାହାର ନବୋଦୟ ବିଦ୍ୟାଳୟର ନବମ ଶ୍ରେଣୀ ଛାତ୍ର ନାରାୟଣ ପ୍ରସାଦ ପଟ୍ଟନାୟକ,ଚିତ୍ରାଙ୍କନ ପ୍ରତିଯୋଗିତାରେ କେନ୍ଦ୍ରୀୟ ବିଦ୍ୟାଳୟର ନବମ ଶ୍ରେଣୀ ଛାତ୍ରୀ ଶ୍ରେୟସୀ ଦିବ୍ୟାଦିଶା ପ୍ରଥମ ସ୍ଥାନ ଗ୍ରହଣ କରିଥିଲେ । ପ୍ରତିଯୋଗୀତା ଶେଷରେ ପୁରସ୍କାର ବିତରଣ ଉତ୍ସବ ଅନୁଷ୍ଠିତ ହୋଇଥିଲା । ପୁରସ୍କାର ବିତରଣ ଉତ୍ସବରେ ଅଧ୍ୟକ୍ଷ ସତ୍ୟପୀର ମିଶ୍ର ଜିଲ୍ଲା ଆଇନସେବା ପ୍ରାଧିକରଣ, ଜିଲ୍ଲା କୋର୍ଟର ସମସ୍ତ ବିଚାର ବିଭାଗୀୟ ଅଧିକାରୀ, ଜିଲ୍ଲା ବାର ଆସୋସିଏସନର ସଭାପତି ଭଗବାନ ମହାନ୍ତି ସମ୍ପାଦକ କମଳ କୁମାର ବେହେରା ପ୍ରମୁଖ ଉପସ୍ଥିତ ରହି ଛାତ୍ର ଛାତ୍ରୀଙ୍କୁ ପୁରସ୍କାର ଓ ମାନପତ୍ର ପ୍ରଦାନ କରିଥିଲେ । ଶ୍ରୀମତୀ ଅନୁଶିଳା ରଏ, ସଚିବ ଜିଲ୍ଲା ଆଇନସେବା ପ୍ରାଧିକରଣ,ଫୁଲବାଣୀ ସମସ୍ତ କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ । ସୁଶ୍ରୀ ସୌମ୍ୟାଶ୍ରୀ ମହାପାତ୍ର,ବିଚାର ବିଭାଗୀୟ ମାଜିଷ୍ଟ୍ରେଟ ପ୍ରଥମଶ୍ରେଣୀ, ଫୁଲବାଣୀ ସର୍ବଶେଷରେ ଧନ୍ୟବାଦ ଅର୍ପଣ କରିଥିଲେ ।

nis-ad
Leave A Reply

Your email address will not be published.