ପିଇଓଙ୍କ କାର୍ଯ୍ୟ ବନ୍ଦ ଆନ୍ଦୋଳନ ପାଇଁ ସାଧାରଣ ଲୋକେ ହନ୍ତସନ୍ତ, ସମସ୍ତ ଉନ୍ନୟନ କାର୍ଯ୍ୟ ଠପ

ଛତ୍ରପୁର : ଗଞ୍ଜାମ ଜିଲ୍ଲା ର ପ୍ରତ୍ୟେକ ଗ୍ରାମପଞ୍ଚାୟତରେ କାର୍ଯ୍ୟରତ କାର୍ଯ୍ୟ ନିର୍ବାହୀ ଅଧିକାରୀଙ୍କ ବିଭିନ୍ନ ଦାବି ପୂରଣ ନେଇ ପିଇଓ ସଂଘ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣରେ ବସିଛନ୍ତି। ଯାହା ଫଳରେ ଲୋକେ ନାହିଁ ନ ଥିବା ଅସୁବିଧା ସମ୍ମୁଖୀନ ହେଉଥିବା ଦେଖିବାକୁ ମିଳିଛି । ରାଜ୍ୟ ସରକାର ପଞ୍ଚାୟତ ତରଫରୁ ଜନ ସାଧାରଣଙ୍କୁ ସମସ୍ତ ପ୍ରକାର ସୁବିଧା ସୁଯୋଗ ଯୋଗାଇ ଦେଉଛନ୍ତି ।

ମାତ୍ର ପିଇଓଙ୍କ କାର୍ଯ୍ୟ ବନ୍ଦ ଯୋଗୁଁ ଏହିସବୁ ସୁବିଧା ପାଇବାରେ ଲୋକେ ଅନ୍ଯୁନ ଭାବରେ ବ୍ୟତିକ୍ରମ ହେଉଥିବା ଖାଉଟି ମାନେ ଅଭିଯୋଗ କରୁଛନ୍ତି। ଅପରପକ୍ଷରେ ରାଜ୍ୟ ସଂଘର ଆହ୍ୱାନ କ୍ରମେ ଗତ ୧୮ ତାରିଖ ପାଖରୁ ସାରା ରାଜ୍ୟରେ ସାମୂହିକ ଭାବରେ ପିଇଓ ସଂଗଠନ ଧାରଣା 15ଦିନରେ ପହଞ୍ଚିଛି ।ଗଞ୍ଜାମ ଜିଲ୍ଲାର 22 ଗୋଟି ବ୍ଲକର ସମସ୍ତ ପଂଚାୟତ ର କାର୍ଯ୍ୟନିର୍ବାହୀ ଅଧିକାରୀ ଏହି କାର୍ଯ୍ୟ ଵନ୍ଦ ଆନ୍ଦୋଳନରେ ସାମିଲ ରହିଥିବା ଯୋଗୁଁ ଉକ୍ତ ପଞ୍ଚାୟତ ଗୁଡିକ ଅଧୀନରେ ବିଭିନ୍ନ ଗ୍ରାମ ରୁ ଆସୁଥିବା ଲୋକେ ବିଭିନ୍ନ ମୌଳିକ ସୁବିଧା ପାଇବାରୁ ବଞ୍ଚିତ ହେଉଥିବା ବେଳେ ନାନାଦି ସମସ୍ୟାର ସମ୍ମୁଖୀନ ମଧ୍ୟ ହେଉଛନ୍ତି। ପିଇଓ ମାନଙ୍କୁ ପଞ୍ଚାୟତ ଗୋଦାମ ଦାୟିତ୍ୱ ଥିବା ବେଳେ ପିଓଏସ ମେସିନ ରହିଥିବାରୁ ରାସନ ସାମଗ୍ରୀ ପାଇବାରୁ ଲୋକେ ବଞ୍ଚିତ ରହୁଥିବା ଅଭିଯୋଗ ହେଉଛି । ପଞ୍ଚାୟତରେ କାର୍ଯ୍ୟକାରୀ ହୋଇଥିବା ଭତ୍ତା, ଆବାସ ଯୋଜନା, ମୋ ଘର ଯୋଜନା,ଗ୍ରାମାଞ୍ଚଳରେ ଉନ୍ନୟନ ପ୍ରଭୃତି କାର୍ଯ୍ୟ ଏକ ପ୍ରକାରର ଠପ ହୋଇଯାଇଥିବା ଜଣାଯାଇଛି। ଜନସାଧାରଣଙ୍କ ସ୍ଵାର୍ଥକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ପଞ୍ଚାୟତ କାର୍ଯ୍ୟ ନିର୍ବାହୀ ଅଧିକାରୀ ମାନଙ୍କ ଦାବି ଗୁଡ଼ିକ ପ୍ରତି ନଜର ଦେବାକୁ ଆବଶ୍ୟକ ହୋଇପଡିଛି।ଏହି ଧାରଣା ରେ ଗଞ୍ଜାମ ଜିଲ୍ଲା ପିଇଓ ସଂଘ ର ସଭାପତି ବସନ୍ତ କୁମାର ପଣ୍ଡା, ସାଧାରଣ ସମ୍ପାଦକ ରଂଜିତ ପଣ୍ଡା, ଉପସଭାପତି ଉଧବ ସ୍ୱାଇଁ, କୋଷାଧ୍ୟକ୍ଷ ରାଜେନ୍ଦ୍ର ପଟ୍ଟନାୟକ ଓ ସଂଗଠକ ଦୁର୍ଯ୍ୟୋଧନ ସେଠି ଙ୍କସମେତ ସମସ୍ତ ପିଇଓ ମାନେ ସାମିଲ ରହିଛନ୍ତି

nis-ad
Leave A Reply

Your email address will not be published.